କେନ୍ଦୁଝର:ପାଖେଇ ଆସୁଛି ନିର୍ବାଚନ। ଏନେଇ ରାଜନୀତି ପାଣିପାଗ ସରଗରମ ହୋଇଛି । ତେବେ ଦୀର୍ଘଦିନ ଅପେକ୍ଷା ପରେ ରାଜ୍ୟ କଂଗ୍ରେସ ତାର ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାରି ଭିତରେ ରାଜ୍ୟ କଂଗ୍ରେସ ପକ୍ଷରୁ କେନ୍ଦୁଝର ଲୋକସଭା ପ୍ରାର୍ଥୀ ଭାବେ ପୂର୍ବଥର ନିର୍ବାଚନ ଲଢ଼ି ହାରିଥିବା ମୋହନ ହେମ୍ବ୍ରମଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରାଯାଇଛି । ଯାହାକୁ ନେଇ ଜିଲ୍ଲା କଂଗ୍ରେସ ସଂଗଠନରେ ବିବାଦ ମୁଣ୍ଡ ଟେକିଛି ।
ସଙ୍କଟ ସମୟରେ କଂଗ୍ରେସ କୌଣସି ରିସ୍କ ନ ନେଇ ମୋହନଙ୍କୁ ପୁଣି ଥରେ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଏହାକୁ ଦଳର କିଛି ନେତା ସ୍ଵାଗତ ମଧ୍ୟ କରିଛନ୍ତି। କିନ୍ତୁ ଜିଲ୍ଲା ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବାରୁ ଅସ୍ଵାଭାବିକ ସ୍ଥିତି ସୃଷ୍ଟି ହୋଇଛି । ଏଥିସହ ଜିଲ୍ଲା ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପିସିସି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଜ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି କଂଗ୍ରେସର କିଛି ଜିଲ୍ଲାସ୍ତରୀୟ ନେତା । ଜିଲ୍ଲା ସଭାପତି ମୋହନ ପରିଡ଼ା ଏହି ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲା ସଭାପତିଙ୍କ ସହ ସମସ୍ତ ଛାମୁଆ ସଂଗଠନ ଓ ପିସିସି ସାଧାରଣ ସମ୍ପାଦକମାନେ ମଧ୍ୟ ଏହି ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ