ଓଡିଶା

odisha

ETV Bharat / state

ଉଜୁଡା କ୍ଷେତରେ ଉଭୟ ସରକାର ଓ ବିରୋଧୀ, କଂଗ୍ରେସ କହିଲା କେବଳ କୁମ୍ଭୀର କାନ୍ଦଣା - CROP DAMAGE POLITICS

ମୋହନଙ୍କ ପରେ ଉଡୁଡା କ୍ଷେତରେ ପହଞ୍ଚିଲେ ନବୀନ । କଂଗ୍ରେସ କହିଲା କେବଳ ରାଜନୀତି । ପୂର୍ବ ସରକାର କିଛି କରିନଥିଲେ, ଏବର୍ଷ ମଧ୍ୟ ମଣ୍ଡିରେ ବିଭିନ୍ନ ଅବ୍ୟବସ୍ଥା ।

ସନ୍ତୋଷ ସିଂହ ସାଲୁଜା
ସନ୍ତୋଷ ସିଂହ ସାଲୁଜା (ETV Bharat Odisha)

By ETV Bharat Odisha Team

Published : Dec 30, 2024, 6:11 PM IST

ଭୁବନେଶ୍ୱର: ଫସଲ ଅମଳ ସମୟରେ ଅଦିନିଆ ଲଗାଣ ବର୍ଷା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଧାନ କ୍ଷେତରେ ଆଣ୍ଠୁଏ ପାଣିରେ ପଡିରହି କଟାଯାଇଥିବା ଧାନ ଗଜା ହୋଇଯାଇଛି । ପନିପରିବାଠୁ ନେଇ ପାନ ଚାଷ ପର୍ଯ୍ୟନ୍ତ,ସବୁଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । କ୍ଷୟକ୍ଷତିର ଆକଳନ କରିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରି ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ।

  • ଚାଷୀଙ୍କ ଉଜୁଡା କ୍ଷେତରେ ଶାସକ ଓ ବିରୋଧୀ

ଅନ୍ୟପଟେ ଏହି କ୍ରମରେ ବିରୋଧୀ ଦଳ ବିଜେଡି ମଧ୍ୟ ପଛରେ ନାହିଁ । କ୍ଷତିଗ୍ରସ୍ତ ଚାଷୀଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇ ନିଜେ କ୍ଷେତକୁ ଓହ୍ଲାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗଞ୍ଜାମ ଜିଲ୍ଲାର ଏକାଧିକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ଉଭୟ ଶାସକ ବିଜେପି ଓ ବିରୋଧି ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ଉଭୟ ଦଳ କେବଳ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି ବୋଲି କହି କଂଗ୍ରେସ କଟାକ୍ଷ କରିଛି ।

ସନ୍ତୋଷ ସିଂହ ସାଲୁଜା (ETV Bharat Odisha)

'କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି-ବିଜେଡ଼ି'

କଂଗ୍ରେସ ମୁଖପାତ୍ର ସନ୍ତୋଷ ସିଂହ ସାଲୁଜା କହିଛନ୍ତି,"ଉଭୟ ବିଜେପି-ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଗତ ସରକାର ବି ଚାଷୀମାନଙ୍କ ପାଇଁ କିଛି କରିନଥିଲେ, ଏବେ ସରକାରଙ୍କର ବି ଚାଷୀମାନଙ୍କ ପାଇଁ କିଛି ଦୂରଦୃଷ୍ଟି ନାହିଁ । ମଣ୍ଡିରେ ଏବେବି ଧାନ କଟନୀ-ଛଟନୀ ହେଉଛି । ଦଲାଲମାନେ ଚାଷୀଙ୍କଠୁ ଧାନ କିଣି ନେଇ ମଣ୍ଡିରେ ଦେଉଛନ୍ତି । ଚାଷୀମାନେ ଧାନର ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି । ୧୬ ଜିଲ୍ଲାରେ ଏବେ ମଧ୍ୟ ମଣ୍ଡି ଖୋଲି ନାହିଁ । 14ଟି ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥା ଲାଗି ରହିଛି । ଚାଷୀ କଟନୀ ଛଟନୀର ଶିକାର ହେଉଛନ୍ତି ।"

ଏହାମଧ୍ୟ ପଢନ୍ତୁ...

ଗଞ୍ଜାମରେ ନବୀନ, ଧାନ ଫସଲ କ୍ଷୟକ୍ଷତିର କରୁଛନ୍ତି ଅନୁଧ୍ୟାନ

ସବୁ ଚାଷୀଙ୍କୁ କ୍ଷତିପୂରଣ, କେହି ରହିବେନି ଅବହେଳିତ: ଉପମୁଖ୍ୟମନ୍ତ୍ରୀ

ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ଦାବି କରିବୁ : ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା


ସୂଚନା ଥାଉ କି, ଚଳିତ ମାସରେ ଅମଳ ସମୟରେ କ୍ରମାଗତ ଭାବେ ଦୁଇ ଦୁଇ ଥର ଲଘୁଚାପଜନିତ ବର୍ଷା ଚାଷୀକୂଳର ପ୍ରଭୂତ କ୍ଷତି ଘଟାଇଛି । ଅନେକ ଚାଷୀଙ୍କର କ୍ଷେତରେ ପଡିଥିବା କଟା ଧାନ ବର୍ଷାପାଣିରେ ବୁଡି ରହି ଗଜା ହୋଇଯାଇଛି । କ୍ଷୟକ୍ଷତି ଆକଳନ ଏବଂ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଗଜପତି ଏବଂ ଗଞ୍ଜାମ ଜିଲ୍ଲା ଗସ୍ତ କରି ଗ୍ରାଉଣ୍ଡରେ ଚାଷୀଙ୍କ ଉଜୁଡା କ୍ଷେତରେ ସ୍ଥିତି ପରଖିଛନ୍ତି । ଗତକାଲି ଗଞ୍ଜାମ ଜିଲ୍ଲା ଏବଂ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି । ସେପଟେ ବିରୋଧୀ ଦଳ ନେତା ତଥା ‘ବିଜେଡି’ ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ବ୍ଲକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details