ଓଡିଶା

odisha

ETV Bharat / state

ଉନ୍ମୋଚନ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ - Congress Guaranty Card - CONGRESS GUARANTY CARD

Inauguration of Congress Guaranty Card: ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ଅନେକ ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେବା ସହ ଆଜି ଏହି ଗ୍ୟାରେଣ୍ଟିକୁ ଉନ୍ମୋଚିତ କରିଛି ରାଜ୍ୟ କଂଗ୍ରେସ ।

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ
କଂଗ୍ରେସର ଗ୍ୟାରେଣ୍ଟି କାର୍ଡ

By ETV Bharat Odisha Team

Published : Mar 23, 2024, 8:27 PM IST

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ

ଭୁବନେଶ୍ଵର: ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଜାରି କରିଛି ଗ୍ୟାରେଣ୍ଟି କାର୍ଡ । ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ଅନେକ ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେବା ସହ ଆଜି ଏହି ଗ୍ୟାରେଣ୍ଟିକୁ ଉନ୍ମୋଚିତ କରିଛି ରାଜ୍ୟ କଂଗ୍ରେସ । ଗ୍ୟାରେଣ୍ଟି କାର୍ଡକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ଯେଉଁଠି ଏହି ଗ୍ୟାରେଣ୍ଟି କାର୍ଡକୁ ଉନ୍ମୋଚନ କରାଯାଇଛି।

ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖ୍ୟତଃ ୫ଟି ଯୋଜନା ମାଧ୍ୟମରେ ଅନେକ ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ପାଇଁ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଗ୍ୟାରେଣ୍ଟି ଗୁଡ଼ିକ, ପ୍ରଥମରେ ଗୃହ ଜ୍ୟୋତି ଯୋଜନା, ଯେଉଁଥିରେ ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବ। ଦ୍ବିତୀୟଟି ଯୁବ ବିକାଶ ଯୋଜନା, ଯେଉଁଥିରେ ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ରହିବା ସହିତ ମାସିକ 3000 ହଜାର ଟଙ୍କା ବେକାରୀ ଭତ୍ତା ଦିଆଯିବ। ତୃତୀୟଟି ରହିଛି କୃଷକ ବନ୍ଧୁ ଯୋଜନା, ଯେଉଁଥିରେ ଚାଷୀଙ୍କୁ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା କରିବ କଂଗ୍ରେସ। କୃଷି ଋଣ ଛାଡ ସାଙ୍ଗକୁ କୃଷକ ପାଇଁ ମାସିକ ୨୦୦୦ ଟଙ୍କା ପେନସନ ଦିଆଯିବ। ଚତୁର୍ଥଟି ହେଉଛି ଗୃହଲକ୍ଷ୍ମୀ ଯୋଜନା, ଯେଉଁଥିରେ ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ସାଙ୍ଗକୁ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ୨୦୦୦ ଟଙ୍କା ଭତ୍ତା ଓ ଦଳିତ ମହିଳାଙ୍କୁ ୩୦୦୦ ଟଙ୍କା ଭତ୍ତା ଏବଂ ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର ଦିଆଯିବ।

ଏହା ମଧ୍ୟ ପଢ଼ନ୍ତୁ.... ନୂଆପଡ଼ାରେ ପିସିସି ସଭାପତିଙ୍କ ପ୍ରତିଶ୍ରୁତି, '100 ଦିନରେ ପୂରଣ ହେବ କଂଗ୍ରେସ ଗ୍ୟାରେଣ୍ଟି' - CONGRESS GUARANTEE

ପଞ୍ଚମଟି ହେଉଛି ଜନକଲ୍ୟାଣ ଯୋଜନା, ଯେଉଁଥିରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବିମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା, ଚିଟଫଣ୍ଡ ଜମାକାରୀ ମାନଙ୍କୁ ୬ ମସରେ ଟଙ୍କା ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ, ଆଦିବାସି ଓ ଦଳିତମାନଙ୍କ ନିଜ ଜମି ଏବଂ ଜଙ୍ଗଲ ଜମି ଉପରେ ସଂପୂର୍ଣ୍ଣ ଅଧିକର ସାଙ୍ଗକୁ ୧୦୦ ଦିନ ମଧ୍ୟରେ ପେସା ଆଇନ କଡ଼ାକଡ଼ି କରାଯିବ। କଂଗ୍ରେସର ଏହି ୫ଟି ଗ୍ୟାରେଣ୍ଟି କାର୍ଡ ଦିଆଯିବ ଯେତେବେଳେ ଲୋକାମନେ କଂଗ୍ରେସକୁ ସମର୍ଥନ କରି ସରକାରକୁ ଆଣିବେ। ସରକାରକୁ ଆସିବା ମାତ୍ରେ କିଛି ଦିନ ମଧ୍ୟରେ ଲୋକମାନଙ୍କ ପାଖରେ ଏହି ସମସ୍ତ ସୁବିଧା ପହଞ୍ଚିବା ବ୍ୟବସ୍ଥା କରାଯିବ। ବିଜେପି ଓ ବିଜେଡି ଦେଉଥିବା ପ୍ରତିଶ୍ରୁତି ରକ୍ଷା କରୁ ନଥିବା ବେଳେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବ ଯାହାର ଗ୍ୟାରେଣ୍ଟି ଦେଉଛି ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details