ଓଡିଶା

odisha

ETV Bharat / state

କଂଗ୍ରେସ ଏକା ଲଢ଼ି ଭଲ ପ୍ରଦର୍ଶନ କରିବ: ଜୟଦେବ ଜେନା - Congress Meeting In Kendujhar

Congress Meeting: କେନ୍ଦୁଝରରେ କଂଗ୍ରେସର ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ । ଯୋଗଦେଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଅଧିକ ପଢନ୍ତୁ

କଂଗ୍ରେସ ଏକା ଲଢ଼ି ଭଲ ପ୍ରଦର୍ଶନ କରିବ: ଜୟଦେବ ଜେନା
କଂଗ୍ରେସ ଏକା ଲଢ଼ି ଭଲ ପ୍ରଦର୍ଶନ କରିବ: ଜୟଦେବ ଜେନା

By ETV Bharat Odisha Team

Published : Mar 14, 2024, 8:07 PM IST

କଂଗ୍ରେସ ଏକା ଲଢ଼ି ଭଲ ପ୍ରଦର୍ଶନ କରିବ: ଜୟଦେବ ଜେନା

କେନ୍ଦୁଝର:ଜିଲ୍ଲାରେ ବଢୁଛି ରାଜନୈତିକ ପାରଦ । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଏହି ଦୌଡରେ ପଛରେ ପଡିନାହିଁ କଂଗ୍ରେସ । କେନ୍ଦୁଝରଜିଲ୍ଲାରେ କିଭଳି ଦଳର ଶକ୍ତି ବୃଦ୍ଧି ହେବ ସେନେଇ ଆଜି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କେନ୍ଦୁଝର ଲୋକସଭା ଏବଂ ୬ ଗୋଟି ବିଧାନସଭା ଯଥା ଆନନ୍ଦପୁର, ଘସିପୁରା, କେନ୍ଦୁଝର ସଦର, ପାଟଣା, ତେଲକୋଇ ଓ ଚମ୍ପୁଆ ପାଇଁ ପ୍ରାର୍ଥୀ ଚୟନ ଏବଂ କିପରି ଭାବେ ନିର୍ବାଚନ ପରିଚାଳନା କରାଯିବ ସେଥିପାଇଁ ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ମୋହନ ଚରଣ ପରିଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଯୋଗଦେଇ କଂଗ୍ରେସ ନେତୃମଣ୍ଡଳୀଙ୍କୁ ଉତ୍ସାହିତ କରିବା ସହିତ ଦିଗଦର୍ଶନ ଦେଇଥିଲେ ।

ଜୟଦେବ କହିଛନ୍ତି ଯେ, ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଆଜି ପିସିସି କର୍ମକର୍ତ୍ତା , ପିସିସି ସଭ୍ୟ, କଂଗ୍ରେସ ନେତୃମଣ୍ଡଳୀ, ବ୍ଲକ/ନଗର ସଭାପତି, ଛାମୁଆଁ ସଂଗଠନ ସଭାପତି ମାନଙ୍କୁ ଭେଟିଥିଲୁ ଏବଂ ଅତି ଶୀଘ୍ର ଏକ କମିଟି ଗଠନ କରାଯିବ । ଏହି କମିଟି ରିପୋର୍ଟ ଆଧାରରେ ଜିଲ୍ଲାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଚୟନ କରାଯାଇ ଟିକେଟ ପ୍ରଦାନ କରାଯିବ । ସେପଟେ ଜୟଦେବ ଜେନା ଚଳିତ ନିର୍ବାଚନ ରଣାଙ୍ଗନରେ ନିଜେ ମଧ୍ୟ ଅବତୀର୍ଣ୍ଣ ହେବେ ବୋଲି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ମିଶନ ଶକ୍ତି: 'ମହିଳା ଆଗେଇଲେ ରାଜ୍ୟ ଆଗେଇବ'

ସେ ପୂର୍ବରୁ ନିର୍ବାଚନ ନ ଲଢ଼ିବାକୁ ସ୍ଥିର କରିଥିବା ବେଳେ ପୁଅ ଓ କର୍ମୀଙ୍କ ଅନୁରୋଧ ରକ୍ଷା କରି ନିର୍ବାଚନ ଦଶମ ଥର ପାଇଁ ଲଢ଼ିବେ ବୋଲି ଜୟଦେବ ଜେନା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ବର୍ତମାନ ବିଜେପି ଓ ବିଜେଡି ମିଳିତ ଭାବେ ଦେଶ ଏବଂ ରାଜ୍ୟକୁ ଲୁଣ୍ଠନ କରିବା ସହିତ ଦେଶର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି । ସେଥିପାଇଁ କଂଗ୍ରେସ କର୍ମୀମାନେ ମତାନ୍ତର ଓ ମନାନ୍ତର ଛାଡି କଂଗ୍ରେସକୁ ଜିତାଇବାକୁ ପଡିବ ।ଏହାସହ ସମସ୍ତେ ଆନ୍ତରିକତା ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଆଜିର ବୈଠକରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ସଂଗୀତା ସିଂହ, ରାଜ୍ୟ କଂଗ୍ରେସ ପଛୁଆବର୍ଗ ଉପସଭାପତି ତଥା ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ ଚକ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧିରଙ୍କ ସହ ବହୁ ଆଶାୟୀ ଓ କର୍ମୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ,କେନ୍ଦୁଝର

ABOUT THE AUTHOR

...view details