କମିଶନରେଟ ପୋଲିସର ନିର୍ବାଚନ ପୂର୍ବ ପ୍ରସ୍ତୁତି ବୈଠକ, ସ୍ଵଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଭୁବନେଶ୍ବର: ଆସୁଛି ସାଧାରଣ ନିର୍ବାଚନ । ରାଜ୍ୟରେ ହେବ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ଭୁବନେଶ୍ବରରେ ନିର୍ବାଚନ ଆଚରଣ ବିଧି ଲାଗୁର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର କମିଶନରେଟ ପୋଲିସ ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ସ୍ଵଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଡେଲ କୋଡ ଅଫ କଣ୍ଡକ୍ଟ ବା ନିର୍ବାଚନ ଆଚରଣ ବିଧି ଲାଗୁହେବା ଉପରେ ଆଲୋଚନା କରାଯାଇଥିଲା । କିଭଳି ଏହାର କାର୍ଯ୍ୟକାରିତା ହେବ ସେନେଇ ପୂର୍ବ ପ୍ରସ୍ତୁତି ବୈଠକ ହୋଇଛି । ଏହି ବୈଠକ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ।
ଏଥିରେ ବିଏମସି ଓ କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ ରହିଥିଲା । ସ୍ବଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ବତନ୍ତ୍ର ଟିମ କାମ କରିବ । ସେଥିପାଇଁ ଉଭୟ ବିଭାଗର ଅଧିକାରୀଙ୍କୁ ମଡେଲ କୋଡ୍ ଅଫ କଣ୍ଡକ୍ଟ କଣ, ସେ ବିଷୟରେ ଆଜି ଅବଗତ କରାଯାଇଥିଲା । ଶୋଭାଯାତ୍ରା, ସାଧାରଣ ସଭା, ପ୍ରଚାର ସମୟରେ ଗାଇଡଲାଇନକୁ କେମିତି ଅନୁପାଳନ କରାଯିବ ସେନେଇ ଟ୍ରେନିଂ ଦିଆଯିବ । ଯେଉଁମାନେ ନିର୍ବାଚନ ସମୟରେ ସ୍ଵଚ୍ଛ ଓ ଅବାଧ ନିର୍ବାଚନରେ ନିଜର ଭାଗିଦାରିତାକୁ ନେଇ ନିର୍ବାଚନର ଆଚରଣ ବିଧି ନେତାଙ୍କ ଠାରୁ ଆରମ୍ଭ କରି ଦଳମାନେ କିଭଳି ପାଳନ କରିବେ ତାର ତଦାରଖ କରିବେ ଓ ସୂଚନା ଦେବେ ।
ଏହା ମଧ୍ୟ ପଢନ୍ତୁ ....ନିର୍ବାଚନ ପୂର୍ବରୁ ରାଜଧାନୀରେ CAPF ଯବାନଙ୍କ ଫ୍ଲାଗ ମାର୍ଚ୍ଚ
ବିଶେଷ କରି ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ ଶୋଭାଯାତ୍ରା କିଭଳି ହେବା ଦରକାର, ପ୍ରଚାରପ୍ରସାର କିଭଳି ହେବା ଦରକାର, ବୁଥ ସେଟିଙ୍ଗ କିଭଳି ହେବ, ପୋଷ୍ଟର ବ୍ୟାନର କିଭଳି ଲଗାଇବେ, ଏସବୁର ଆଚରଣ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ଏହି ବୈଠକରେ ରାଜନୈତିକ ଦଳ ମାନଙ୍କର ପ୍ରଚାର ପୋଷ୍ଟର ହଟିବା ଉପରେ ଆଲୋଚନା ହୋଇଥିବା ବେଳେ ଏନେଇ ବିଏମସି ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର । ଛକ, ବଜାର, ବିମାନବନ୍ଦର ଭଳି ପବ୍ଲିକ ପ୍ଲେସରୁ ସମସ୍ତ ବିଜ୍ଞାପନକୁ ହଟାଯିବ ଖୁବଶୀଘ୍ର ବୋଲି କହିଛନ୍ତି । କେଉଁଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେନେଇ ହେଉଛି ବୈଠକରେ ଆଲୋଚନା ହୋଇଛି । ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯିବ ସ୍ବତନ୍ତ୍ର ଟିମ । ଆବଶ୍ୟକ ପଡ଼ିଲେ କଲେକ୍ଟରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ ଲାଇନ କରାଯିବ ଓ ବିଏମସି ପକ୍ଷରୁ ତାକୁ କାର୍ଯ୍ୟକାରୀ କରାଯିବ । ସେହିପରି ବୈଠକରେ ଉପସ୍ଥିତ ଥିବା ପୋଲିସ କମିଶନର କହିଛନ୍ତି ଭୁବନେଶ୍ବର ଓ କଟକରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଫୋର୍ସ ଆସି ପହଞ୍ଚିଯାଇଛି ।
କମିଶନରେଟ ପୋଲିସ ମଧ୍ୟ ସ୍ଵତନ୍ତ୍ର ଟିମ ଗଠନ କରିସାରିଛି । ନିର୍ବାଚନ ତଦାରଖ ପାଇଁ ସ୍ବତନ୍ତ୍ର ଫ୍ଲାଇଂ ସ୍କ୍ବାର୍ଡ ଗଠନ ହୋଇଛି । ସ୍ବଚ୍ଛ ଓ ଅବାଧ ନିର୍ବାଚନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ସ୍ଵତନ୍ତ୍ର ଟ୍ରେନିଂ ଦିଆଯାଇଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ସଞ୍ଜୀବ ପଣ୍ଡା । ବିଶେଷ କରି ନିର୍ବାଚନ ସମୟରେ ବ୍ଲକିଙ୍ଗ, ଚେକିଂ ଓ ପେଟ୍ରୋଲିଂକୁ ଜୋରଦାର କରିବା ଉପରେ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ପୋଲିସ କମିଶନର । ଏହି ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିଶନର ଅବିନାଶ କୁମାର, ଖୋର୍ଦ୍ଧା କଲେକ୍ଟର ଚଞ୍ଚଳ ରଣା, ବିଏମସି କମିଶନର ରାଜେଶ ପାଟିଲ, ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥଲେ । ଭୁବନେଶ୍ବର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ ଏସିପି ଏବଂ ତହସିଲଦାର, ବିଡିଓ, ଏବ ଅବକାରୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର