ଓଡିଶା

odisha

ETV Bharat / state

ବାତ୍ୟା ସମୟରେ ଭରସା VHF, ସଜାଡି ରଖିବାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ବାତ୍ୟା ସମୟରେ ଭରଷା ଯୋଗ୍ୟ ସେବା VHF । ଟେଲିକମ୍‌ ସେବା ପାଇଁ VHFକୁ ପ୍ରାଧାନ୍ୟ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣର ଭିଏଚଏଫ ତୟାର୍ ରଖିବାକୁ ନିର୍ଦ୍ଦେଶ ।

Commissionerate Police Preparations To Tackle Cyclone Dana
Commissionerate Police Preparations To Tackle Cyclone Dana (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ବାତ୍ୟା ଯୋଗୁଁ ପ୍ରଭାବିତ ହୋଇପାରେ ଟେଲିକମ ସେବା । ପ୍ରଶାସନିକ ଯୋଗାଯୋଗରେ ଉପୁଜିପାରେ ବାଧା । ଏପରି ସ୍ଥିତିରେ ପୋଲିସ ଏକ ମାତ୍ର ଭରସା ଯୋଗ୍ୟ ସେବା VHF । ଯାହା ବାତ୍ୟା 'ଫନି' ସମୟରେ ପୋଲିସ ପାଇଁ ସାଜିଥିଲା ଦେବଦୂତ । ଏଥର ବାତ୍ୟା ସମୟରେ VHF (Very high frequency) ତୟାର‌ ଉପରେ ଗୁରୁତ୍ବ ଦେବା ସହ ଅନ୍ୟ ସେବା ପାଇଁ ତୟାର ରହିବା ପାଇଁ ପୋଲିସ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।



ଦିନରାତି ପ୍ରସ୍ତୁତ ରହିବ ପୋଲିସ:

ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ସାମ୍ଭାବ୍ୟ ବାତ୍ୟା ପାଇଁ କମିଶନରେଟ ପୋଲିସ ତରଫରୁ ସମସ୍ତ ଥାନାଧିକାରୀ ଓ ଡିଏସପିଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ହୋଇଛି । ଜଟିଳ ପରିସ୍ଥିତି ସମୟରେ କିଏ କେଉଁ କାର୍ଯ୍ୟ କରିବ ସେ ବିଷୟରେ ଆଲୋଚନା କରାଯାଇଛି । ସମସ୍ତ ପ୍ରକାର ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ ରଖାଯିବ । ବାତ୍ୟା ପାଇଁ ବିଭିନ୍ନ ବିଭାଗ ସେମାନଙ୍କର ପ୍ରସ୍ତୁତି କରିଛନ୍ତି । ପୋଲିସ ମଝିରେ ସହଯୋଗୀ ରହି ଲୋକମାନଙ୍କୁ ଭରଷା ଦେଇ କିପରି ଲୋକମାନଙ୍କୁ ସାହାଯ୍ୟ କରିବେ ସେ ବିଷୟରେ ଆଲୋଚନା କରାଯାଇଛି । କେହି ଯେପରି ଛୁଟିରେ ଯିବେ ନାହିଁ ସେଥିପାଇଁ ନିର୍ଦ୍ଦେଶ ହୋଇଛି । ଆମେ ଦିନରାତି ପ୍ରସ୍ତୁତ ରହିବୁ ।"

Commissionerate Police Preparations To Tackle Cyclone Dana (ETV Bharat Odisha)
VHFକୁ ପ୍ରାଧାନ୍ୟ:

ଫନି ସମୟରେ ପୋଲିସ ଶିଖିଥିବା ଅଭିଜ୍ଞତାରୁ ଏଥର ବାତ୍ୟା ପ୍ରସ୍ତୁତି କରାଯାଇଛି । ଗତ ଫନି ସମୟରେ ଭୁବନେଶ୍ୱର ସମେତ ପୁରୀକୁ ମଧ୍ୟ ଟେଲିଫୋନ ଓ ଇଣ୍ଟରନେଟ ମୋବାଇଲ ଯୋଗେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା । ଏପରିକି ଦୀର୍ଘ ସମୟ ଧରି ପ୍ରାଶାସନିକ ଅଧିକାରୀ ଗୋଟିଏ ଥାନାର ଅପଡେଟ ଅନ୍ୟ ସ୍ଥାନକୁ ଦେବା ସମ୍ଭବ ନଥିଲା । ହେଲେ ସେହି ସମୟରେ ଦେବଦୂତ ସାଜିଥିଲା ପୋଲିସର ଭିଏଚଏଫ ସେବା‌ । ଏଥର ମଧ୍ୟ VHFକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସହ କଣ୍ଟ୍ରୋଲ ରୁମ୍ ସହିତ VHF ଯୋଗାଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣର ଭିଏଚଏଫ ତୟାର୍ ରଖିବା, ମେକାନିକ ଜରିଆରେ ତୁରନ୍ତ କଣ୍ଟ୍ରୋଲ ରୁମ୍ ରିପାଏର ସହ ଏଥିପାଇଁ ଆବଶ୍ୟକୀୟ ବ୍ୟାଟେରି ଓ ଭିଏଚଫ ୟୁନିଟ ଓ ଷ୍ଟାଟିକ ଭିଏଚଏଫ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି ।

VHF (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ବାତ୍ୟା ପାଇଁ 178 ଟ୍ରେନ ବାତିଲ

ଏହା ମଧ୍ୟ ପଢ଼ନ୍ତୁ...ନନ୍ଦନକାନନ-ଶିମିଳିପାଳରେ ‘ଦାନା’ ଭୟ; ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ, କଣ୍ଟ୍ରୋଲ୍ ରୁମ୍, 3 ଦିନ ଦର୍ଶକଙ୍କୁ ମନା

ଏହା ମଧ୍ୟ ପଢ଼ନ୍ତୁ...ପରିବା ବଜାରରେ ନିଆଁ ! ବାତ୍ୟା ପାଇଁ ହଠାତ୍‌ ବଢ଼ିଗଲା ଦର, ବାପରେ କି ରେଟ୍‌

VHF (ETV Bharat Odisha)

କଡ଼ାକଡି ହେବ ପୋଲିସ ପାଟ୍ରୋଲିଂ:

VHF (ETV Bharat Odisha)

ଭୁବନେଶ୍ୱର ପାଇଁ ୨ଟି ଓଡ୍ରାଫ ଟିମ୍ ତୟାର୍ ରହିବାକୁ ଡିସିପି ଆର୍ମଡକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨୬ ତାରିଖ ଯାଏଁ କେହି ଛୁଟିରେ ରହିପାରିବେ ନାହିଁ ବୋଲି ସୂଚିତ କରାଯାଇଛି । ସମସ୍ତ ଥାନା କର୍ମଚାରୀମାନଙ୍କୁ ସେମାନଙ୍କ ଷ୍ଟେସନରେ ଆଲର୍ଟ ରହିବାକୁ କୁହାଯାଇଛି । ଏପରିକି ଷ୍ଟାଫ୍ ଓ ପରିବାର ଲୋକଙ୍କ ପାଇଁ ୩ ଦିନ ଯାଏଁ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଜେନେରେଟର ସୁବିଧା ସହ ଆବଶ୍ୟକ ପଡିଲେ ମାର୍କେଟରୁ ଭଡ଼ା ଆଣିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଶିଳ୍ପାଞ୍ଚଳ ଓ ବ୍ୟବସାୟିକ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡାକଡି ସହ ଚୋରି ଓ ସେଭଳି ଅପରାଧି ତତ୍ତ୍ବ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ଅପରାଧିଙ୍କ ଉପରେ ନଜର ରଖି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପୋଲିସ ପାଟ୍ରୋଲିଂ କଡାକଡ଼ି କରାଯିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଗାଡି ବା ଯାନବାହାନ ବାଧାପ୍ରାପ୍ତ ନ ହେବାକୁ ରୋଡ଼ କ୍ଲିୟରାନ୍ସ ଦିଗରେ ଧ୍ୟାନ ଦିଆଯିବ । BMC, CMC, TPCODL, R&B ଓ ପିଏଚଡି ବିଭାଗ ସହ ସମନ୍ବୟ ରଖିବା ପାଇଁଁ ମଧ୍ୟ ନିର୍ଦ୍ଦେଶ ରହିଛି ।

VHF (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details