ଓଡିଶା

odisha

ETV Bharat / state

ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ୱରରେ କଟକଣା । 3 ଦିନ ପାଇଁ ଏହି ସବୁ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା ।

ଭୁବନେଶ୍ୱର କଟକଣା
ଭୁବନେଶ୍ୱର କଟକଣା (ETV Bharat Odisha)

By ETV Bharat Odisha Team

Published : Jan 6, 2025, 9:43 PM IST

Updated : Jan 6, 2025, 9:53 PM IST

ଭୁବନେଶ୍ୱର:କାଉଣ୍ଟଡାଉନ ଆରମ୍ଭ । 8ରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ବହୁ ହେବିୱେଟ ନେତା । ରାଜଧାନୀରେ 3 ଦିନ ଧରି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏଥିପାଇଁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରି । କେଉଁ କେଉଁ ଛକରେ ଲାଗିଛି କଟକଣା ନିମ୍ନରେ ଦେଖନ୍ତୁ ।

3 ଦିନ ପାଇଁ ଏସବୁ ରାସ୍ତାରେ କଟକଣା:

ଭୁବନେଶ୍ୱର କଟକଣା (ETV Bharat Odisha)

ଆସନ୍ତା ୦୮ ରୁ ୧ ପର୍ଯ୍ୟନ୍ତ ଏୟାରପୋର୍ଟରୁ ହସ୍ପିଟାଲ୍ ଛକ, ଏ.ଜି. ଛକ-ରାଜଭବନ ଛକ, ପାୱାର ହାଉସ ଛକ- ୧୨୦ ବି.ଏନ୍. ଛକ, ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ–ଜୟଦେବ ବିହାର ଛକ–ଜାଭିୟର ଛକ, ନାଲକୋ ଛକ ପର୍ଯ୍ୟନ୍ତ କଟକଣା ଜାରି ରହିଛି ।

ସାହାଯ୍ୟ କରିବେ ପ୍ରବାସୀ ମିତ୍ର, ହଇରାଣ ହେବେନି ଲୋକେ:

Traffic Advisory (ETV Bharat Odisha)

ଏନେଇ ଟ୍ରାଫିକ ପରିଚାଳନାରେ ପୋଲିସକୁ ସହଯୋଗ କରିବେ ପ୍ରବାସୀ ମିତ୍ର । କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ବସ୍ତିରେ ପୋଲିସ ସହ କାମ କରୁଥିବା ବସ୍ତି ମିତ୍ର ମାନଙ୍କୁ ନେଇ ପ୍ରବାସୀ ମିତ୍ର ଗଠନ କରି ଏନେଇ ସହଯୋଗ କରିବା ପାଇଁ ତାଲିମ ଦିଆଯାଉଛି । ଏନେଇ ସେମାନେ ବିଭିନ୍ନ ଟ୍ରାଫିକ ଓ ଛକରେ ରହିବେ । ଲୋକଙ୍କୁ ପ୍ରବାସୀଙ୍କୁ ମଧ୍ୟ ଟ୍ରାଫିକ ପରିଚାଳନା ଓ ବାଟ ବତାଇବାରେ ସହଯୋଗ କରିବେ । କାରଣ ଲୋକ ଯେପରି ଏହି ସମୟରେ ହଇରାଣ ହରକତ ହେବେ ନାହିଁ ।

Traffic Advisory (ETV Bharat Odisha)

ଜାନୁଆରୀ 8 (କେଉଁଠି ? କେଉଁ ସମୟରେ ଲାଗିଛି କଟକଣା)
ଜାନୁଆରୀ 8ରେ ସନ୍ଧ୍ୟା ୭.୫୦ ମିନିଟ୍ ରୁ ସନ୍ଧ୍ୟା ୮.୨୦ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ - କ୍ୟାପିଟାଲ ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼–ରାଜଭବନ ପର୍ଯ୍ୟନ୍ତ କଟକଣା ରହିବ ।

Traffic Advisory (ETV Bharat Odisha)
Traffic Advisory (ETV Bharat Odisha)

ଜାନୁଆରୀ 9 (କେଉଁଠି କେଉଁ ସମୟରେ କଟକଣା)

ସେହିପରି ଜାନୁଆରୀ 9ରେ ସକାଳ ସକାଳ ୯.୩୦ମିନିଟ୍ ରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ
ରାଜଭବନ ଛକ-ପାୱାର ହାଉସ ଛକ-୧୨୦ ବାଟାଲିୟନ ଛକ-ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ– ଜୟଦେବ ବିହାର ଛକ–ଜାଭିୟର ଛକରୁ ନାଲକୋ ଛକ ପର୍ଯ୍ୟନ୍ତ କଟକଣା ରହିବ ।


ପୁଣି ଦିନ ୧୧.୨୦ ମିନିଟ୍ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କଟକଣା:

ନାଲକୋ ଛକ-ଜାଭିୟର ଛକ–ଜୟଦେବ ବିହାର ଛକ ବେହେରା ସାହି ଛକ-ଶାସ୍ତ୍ରୀ ନଗର ଛକ– ୧୨୦ ବାଟାଲିୟନ ଛକ-ପାୱାର ହାଉସ ଛକ-ରାଜଭବନ ଛକ-ବାମ ମୋଡ଼–ଏ.ଜି. ଛକ–ଡାହାଣ ମୋଡ଼– ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକ ।

ଭୁବନେଶ୍ୱର କଟକଣା (ETV Bharat Odisha)


ଅପରାହ୍ନ ୪.୨୦ ମିନିଟ୍ ରୁ ଅପରାହ୍ନ ୪.୫୦ ମିନିଟ୍ ପର୍ଯ୍ୟନ୍ତୁ ଏହି ରାସ୍ତାରେ କଟକଣା:

ଏୟାରପୋର୍ଟ ଛକ-ହସ୍ପିଟାଲ୍ ଛକ-ଏ.ଜି. ଛକ-ବାମ ମୋଡ଼–ରାଜଭବନ ଛକ ପର୍ଯନ୍ତ କଟକଣା ରହିବ‌

ଜାନୁଆରୀ 10ରେ (କେଉଁଠି ? କେଉଁ ସମୟରେ ଲାଗିଛି କଟକଣା)

ସକାଳ ୧୧.୨୦ ମିନିଟ୍ରୁ ସକାଳ ୧୧.୫୦ ମିନିଟ ପର୍ଯ୍ୟନ୍ତ କଟକଣା:

ରାଜଭବନ ଛକ - ପାୱାର ହାଉସ ଛକ - ୧୨୦ ବାଟାଲିୟନ ଛକ - ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ – ଜୟଦେବ ବିହାର ଛକ – ଜାଭିୟର ଛକ ନାଲକୋ ଛକ ।

ଭୁବନେଶ୍ୱର କଟକଣା (ETV Bharat Odisha)

ଅପରାହ୍ନ ୪.୫୦ ମିନିଟ୍ରୁ ସନ୍ଧ୍ୟା ୫.୨୫ ମିନିଟ୍ କଟକଣା:

ନାଲକୋ ଛକ – ଜାଭିୟର ଛକ – ଜ‌ୟଦେବ ବିହାର ଛକ ବେହେରା ସାହି ଛକ - ଶାସ୍ତ୍ରୀ ନଗର ଛକ - ୧୨୦ ବାଟାଲିୟନ ଛକ - ପାୱାର ହାଉସ ଛକ - ରାଜଭବନ ଛକ - ବାମ ମୋଡ଼ – ଏ.ଜି. ଛକ – ଡାହାଣ ମୋଡ଼ - ହସ୍ପିଟାଲ୍ ଛକ-ଏୟାରପୋର୍ଟ ଛକ ।

ଗଳି ରାସ୍ତାରୁ ଏସବୁ ରାସ୍ତାକୁ ଆସିପାରିବେ ନାହିଁ:

ଭି.ଆଇ.ପି./ ଭି.ଭି.ଆଇ.ପି. ମାନଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ଗମନାଗମନକୁ ଦୃଷ୍ଟିରେ ରଖ୍ ଓଡିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ବର - କଟକ, ପୋଲିସ କମିଶନରେଟ୍ ପକ୍ଷରୁ (ଟ୍ରାଫିକ ଓ ପବ୍ଲିକ୍‌ ଅର୍ଡ଼ର) ୨୦୦୮ର ଧାରା ୩୬ ଅନୁସାରେ କଟକଣା ଗୁଡ଼ିକ ଲାଗୁ କରାଯିବା ପାଇଁ ସର୍ବସାଧାରଣଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହି ସମୟରେ କୌଣସି ଯାନବାହାନ ସେହି ରାସ୍ତାରେ ଯାତାୟାତ କରିପାରିବ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ଏହି ରାସ୍ତାକୁ ଆସିପାରିବେ ନାହିଁ ।

ଭୁବନେଶ୍ୱର କଟକଣା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ପ୍ରବାସୀ ଭାରତୀୟ ଦିବସ ପାଇଁ ସୁରକ୍ଷା: ସରିଲା ମକଡ୍ରିଲ, ଜଗିବେ ୯୦ ପ୍ଲାଟୁନ ଫୋର୍ସ

ଓଡ଼ିଆ ଘରେ ରହିବେ, ଓଡ଼ିଆ ସଂସ୍କୃତିର ମଜା ନେବେ ପ୍ରବାସୀ ଭାରତୀୟ

ପ୍ରବାସୀ ଭାରତୀୟ ଦିବସ: ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ, ଶୃଙ୍ଖଳା ପାଇଁ ପ୍ରସ୍ତୁତି ଜୋରଦାର

ପହଞ୍ଚିଲା ଡବଲ-ଡେକର ବସ, ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଲାଣି ରାଜଧାନୀ

ଜରୁରୀ କାଳୀନ ସେବା କଟକଣାରୁ ବାଦ୍‌:

କେବଳ କଟକଣା ଗୁଡ଼ିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଯଥା ଫାୟାର ଓ ଆମ୍ବଲାନ୍ସ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ । ଏନେଇ ଏହି ରାସ୍ତା ଦେଇ ସେହି ସମୟରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ପାଇ କମିଶନରେଟ୍ ପୋଲିସ ଭୁବନେଶ୍ବର–କଟକ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 6, 2025, 9:53 PM IST

ABOUT THE AUTHOR

...view details