ଭୁବନେଶ୍ୱର:କମିଶନରେଟ ପୋଲିସକୁ ବଡ ସଫଳତା । ୫ ଦୁର୍ଦ୍ଦାନ୍ତ ଗୋଚାଲାଣକାରୀ, ମୋରମ ଓ ବାଲି ମାଫିଆ ଗିରଫ । ରାଜଧାନୀ ଭୁବନେଶ୍ୱରରେ ଚେକିଂ ବେଳେ ୫ ଦୁର୍ଦ୍ଦାନ୍ତ ଅଭିଯୁକ୍ତକୁ ଧରିଛି ପୋଲିସ। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୩ଟି ମାଉଜର, ୧୫ ରାଉଣ୍ଡ ଗୁଳି, ୮୪ ହଜାର ଟଙ୍କା କ୍ୟାସ, ଚାରି ଚକିଆ ଯାନ ଜବତ କରିଛି ପୋଲିସ ।
୫ ଦୁର୍ଦ୍ଦାନ୍ତ ଅପରାଧି ଗିରଫ
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ଏମାନେ ଲୁଟପାଟ କରନ୍ତି । କେବଳ ଭୁବନେଶ୍ୱର ନୁୁୁହେଁ, ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଆଖପାଖ ଜିଲ୍ଲାରେ ଅପରାଧ ଘଟାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭବାନୀ ମହାନ୍ତି, ମହମ୍ମଦ ଜାକିର, ରେହମ୍ମତ ଅଲ୍ଲି, ଦିପକ କୁମାର ସାହୁ, ସଂଗ୍ରାମ ପ୍ରଧାନ (ଚନ୍ଦନ) । ଲୁଟପାଟ କରିବା, ମୋରମ ଚାଲଣ କରିବା, ଲୋକମାନଙ୍କୁ ଧମକ ଚମକ ଦେଲା ଭଳି ଅନେକ ମାମଲା ଏମାନଙ୍କ ନାଁରେ ପୂର୍ବରୁ ରହିଛି ।"
ଆନ୍ଧ୍ରପ୍ରଦେଶ ପୋଲିସ ଉପରେ ଚଳାଇଥିଲେ ଗୁଳି
ପୋଲିସ ତଦନ୍ତ ବେଳେ ଜଣାପଡିଛି ଯେ, ଗତ ୧୬ ତାରିଖ ଦିନ ଏକ କଣ୍ଟେନରରେ ଗୋଚାଲାଣବେଳେ ଆନ୍ଧ୍ରପ୍ରଦେଶ ପୋଲିସ ପିଛା କରୁଥିଲା । ସେହି ସମୟରେ ଅନିଲ ଓରଫ ରେହମ୍ମତ ଅଲ୍ଲି ସେଠାରୁ ଗୁଳିମାଡ଼ କରି ଖସିଆସିଥିଲା । ଏନେଇ କାକିନାଡ଼ା ପୋଲିସ ଷ୍ଟେସନରେ ଗତ ୧୬ତାରିଖରେ ମାମଲା ରୁଜ୍ଜୁ କରାଯାଇଛି । କେବଳ ଆନ୍ଧ୍ରପ୍ରଦେଶ ନୁହେଁ ଅନିଲ ସେଠାରୁ ଆସିବା ପରେ ଖୋର୍ଦ୍ଧା ନିକଟରେ ଗୋଚାଲାଣ ବେଳେ ମଧ୍ୟ ଫାୟାରିଂ କରି ମଧ୍ୟ ଖସି ବୁଲୁଥିଲା । ଅନିଲକୁ ଧରିବା ପାଇଁ ଓଡ଼ିଶା ପୋଲିସ ଆଲର୍ଟ ଜାରି କରିଥିଲା । ଅନିଲ ନାଁରେ ତିନୋଟି ମାମଲା ରହିିଛି । ଚନ୍ଦକା ଥାନା ଅଞ୍ଚଳରେ ଏକ କାରରେ ବୁଲୁଥିବାବେଳେ ଚେକିଂ ସମୟରେ ଅନିଲ ସହ ଆଉ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ରହିଛି ମାମଲା: