ଓଡିଶା

odisha

ETV Bharat / state

ଶିକାରୀଙ୍କୁ ଦିଆଯିବ କଡା ଜବାବ, ଶିମିଳିପାଳ କୁଲଡିହାରେ ହେବ ଜୋରଦାର କମ୍ବିଂ - Combing Operation In Shimilipal

Combing Operation in Shimilipal: ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ପରେ ଶିକାରୀଙ୍କ ଉପରେ କଡ଼ା ନଜର । ବୁଧବାରଠାରୁ ଶିମିଳିପାଳ କୁଲଡିହାରେ ଆରମ୍ଭ ହେବ ଜୋରଦାର କମ୍ବିଂ ଅପରେସନ । ଅଧିକ ପଢନ୍ତୁ

PCCF Susant Nanda
PCCF Susant Nanda

By ETV Bharat Odisha Team

Published : Mar 19, 2024, 3:17 PM IST

ଭୁବନେଶ୍ବର: ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଆସନ୍ତାକାଲି (ବୁଧବାର)ଠାରୁ ଶିମିଳିପାଳ କୁଲଡିହା ଅଭୟାରଣ୍ୟରେ ଜୋରଦାର କମ୍ବିଂ । ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ୍‌ ମିଳିତ ଭାବରେ ଏହି କମ୍ବିଂ କରାଯିବ । ଏହାସହ ବନ୍ଧୁକ ରଖିଥିବା ଶିକାରୀଙ୍କୁ ବନ୍ଧୁକ ସରେଣ୍ଡର କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି ।

ଦିନକୁ ଦିନ ଜଙ୍ଗଲ ମଧ୍ୟରେ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଅନେକ ସମୟରେ ଶିକାରୀମାନେ ବନ୍ୟଜନ୍ତୁଙ୍କ ଶିକାର କରିବା ସହ ଅନେକ ସମୟରେ ମଧ୍ୟ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାରେ ପଛଘୁଞ୍ଚା ଦେଉନାହାନ୍ତି । ଯାହା ଫଳରେ ବନ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରିବା ସମୟରେ ଆହତ ହେଉଛନ୍ତି । ଅନ୍ୟପଟେ ବନ କର୍ମଚାରୀଙ୍କୁ ଜଙ୍ଗଲରେ ପାଟ୍ରୋଲିଂ କରିବା ସମୟରେ ଗାଡ଼ି ସହ ଅସ୍ତ୍ରଶସ୍ତ୍ର ଦିଆଯାଇଛି, ଯାହା ଫଳରେ ସେମାନେ ଶିକାରୀଙ୍କ ଠାରୁ ସୁରକ୍ଷିତ ରହିବା ସହ ଜଙ୍ଗଲ ବନ୍ୟପ୍ରାଣୀ ଓ ନିଜକୁ ମଧ୍ୟ ସୁରକ୍ଷିତ ରଖିପାରିବେ ।

ଏହା ବି ପଢନ୍ତୁ- ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ; 2 ଗୁରୁତର, ଜଣେ ଆହତ

ସୂଚନା ଅନୁଯାୟୀ, ଗତକାଲି ଶିକାରୀଙ୍କ ଗୁଳିମାଡରେ ଜଣେ ବନ କର୍ମଚାରୀ ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ବାଲେଶ୍ବର ଜିଲ୍ଲା କୁଲଢିଆ ଅଭୟାରଣ୍ୟରେ ଘଟିଛି । ଏହି ଘଟଣାକୁ ନେଇ 2 ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସମସ୍ତ ଆହତଙ୍କୁ ଚିକିତ୍ସା କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସୋମବାର ମଧ୍ୟ ରାତିରେ ପଞ୍ଚଲିଙ୍ଗେଶ୍ଵର ଫରେଷ୍ଟ ବିଟ ଅଞ୍ଚଳରେ ଫରେଷ୍ଟ ଗାର୍ଡ ସିଂ ରାୟଙ୍କ ସହିତ ଦୁଇ ସବୁଜ ବାହିନୀ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାରୀମାନେ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଯାହା ଫଳରେ ଘଟଣାସ୍ଥଳରେ ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତିନି ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ 2 ଜଣଙ୍କ ଅବସ୍ଥା ସଙ୍ଗୀନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେମାନେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସମସ୍ତଙ୍କ ଚିକିତ୍ସା ଚାଲିଛି । ଏହି ଘଟଣା ପରେ ଜଙ୍ଗଲ ମଧ୍ୟରେ କଡାକଡି ଭାବରେ ବନ କର୍ମଚାରୀମାନେ ଅପରେସନ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details