ଓଡିଶା

odisha

ETV Bharat / state

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ - WEATHER UPDATES

4 ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ସହ ଅନୁଭୂତ ହେବ ଥଣ୍ଡା । ନୂଆବର୍ଷ ସହ ପାଦ ମିଳାଇ ଫେରୁଛି ଶୀତ ।

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ
ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)

By ETV Bharat Odisha Team

Published : Dec 30, 2024, 8:25 PM IST

ଭୁବନେଶ୍ବର:କିଛିଦିନର ଅନ୍ତର୍ଧ୍ୟାନ ପରେ ନୂଆବର୍ଷ ସହ ତାଳ ମିଳାଇ ପୁଣି ଫେରୁଛି ଶୀତ । ଏଥର ଶୀତ ସହ ନୂଆବର୍ଷର ମଜା ନେବେ ରାଜ୍ୟବାସୀ । ଆସନ୍ତାମାସ (ଜାନୁଆରୀ) 4 ତାରିଖ ପର୍ଯ୍ଯନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ହ୍ରାସ ପାଇବ । ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

  • ୩ ରୁ ୫ ଡ଼ିଗ୍ରୀ ଖସିବ ପାରଦ

ପୂରା ରାଜ୍ୟରେ ଶୁଖିଲା ପାଗ ରହିବା ସହ ରାତି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ହ୍ରାସ ପାଇବ । ପାଗ ଶୁଖିଲା ରହିବାରୁ ଥଣ୍ଡା ଅନୁଭୂତ ହେବ । ଏବର୍ଷ ଡିସେମ୍ବର ଆରମ୍ଭରେ ମଧ୍ୟମଧରଣ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅଦିନିଆ ବର୍ଷା ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିଥିଲା । ବର୍ଷା ଲାଗି ରହିବା ସହ ତାପମାତ୍ରା ପୁଣି ବଢିଥିଲା । ଶୀତ ଉଭାନ ହୋଇଯାଇଥିଲା ।

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)
  • ଏହି ସବୁ ଜିଲ୍ଲାକୁ କୁହୁଡି ଓ୍ବାର୍ଣ୍ଣିଂ:-

ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲା, କନ୍ଧମାଳ ଏବଂ କଳାହାଣ୍ଡିରେ କୁହୁଡି ଦୃଶ୍ୟମାନ ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର ଓ ସୁନ୍ଦରଗଡରେ ଘନକୁହୁଡି ଦୃଶ୍ୟମାନର ସମ୍ଭାବନା ସହ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଚଳିତବର୍ଷ ଡିସେମ୍ବର ମାସରେ ପ୍ରାୟ ୧୦ ଦିନ ଶୀତ ଅନୁଭୂତ ହୋଇଥିବା ବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ । ହେଲେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଶୀତର ପ୍ରକୋପ କମ ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।

ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)
ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

୩ ଦିନ ବଢିଲା ଅବଧି, ଜାନୁଆରୀ 1 ଯାଏ ପଞ୍ଜୀକରଣ କରିପାରିବେ କ୍ଷତିଗ୍ରସ୍ତ ଚାଷୀ

ଚାନ୍ଦିଲି ପାହାଡ଼: ପଥର ଛାତିରେ ଇତିହାସ ଛାପ, ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ

  • 24 ଘଣ୍ଟାରେ ଫୁଲବାଣୀ ସବୁଠୁ ଥଣ୍ଡା, ସମ୍ବଲପୁର ସବୁଠୁ ଉତ୍ପତ ସ୍ଥାନ:-

ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୩.୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦.୮ ରହିଛି । ସେହିପରି ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୩୧.୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details