ଓଡିଶା

odisha

ETV Bharat / state

କଟକ ବସ୍ତି ଅଞ୍ଚଳରେ ସ୍ମାର୍ଟ ଲାଇବ୍ରେରୀ, ବସ୍ତିପିଲାଙ୍କ ପାଇଁ ଖୋଲିଛି ଜ୍ଞାନ ଅର୍ଜନର ବାଟ - Cuttack News

CMC initiates Smart Libraries in Slums: କଟକ ସହରରେ ବସ୍ତି ଅଞ୍ଚଳରେ ଖୋଲିଛି ଅତ୍ୟାଧୁନିକ ସ୍ମାର୍ଟ ଲାଇବ୍ରେରୀ । ଦେଶ ବିଦେଶର ଖବର ଜାଣିବା ସହ ନିଜ ଭବିଷ୍ୟତ ଗଢିବାକୁ ଚାହୁଁଥୁବା ପିଲାଙ୍କ ସ୍ୱପ୍ନ ହେବ ପୂରଣ । ଅଧିକ ପଢନ୍ତୁ

କଟକ ବସ୍ତି ଅଞ୍ଚଳରେ ସ୍ମାର୍ଟ ଲାଇବ୍ରେରୀ, ବସ୍ତିପିଲାଙ୍କ ପାଇଁ ଖୋଲିଛି ଜ୍ଞାନ ଅର୍ଜନର ବାଟ
କଟକ ବସ୍ତି ଅଞ୍ଚଳରେ ସ୍ମାର୍ଟ ଲାଇବ୍ରେରୀ, ବସ୍ତିପିଲାଙ୍କ ପାଇଁ ଖୋଲିଛି ଜ୍ଞାନ ଅର୍ଜନର ବାଟ

By ETV Bharat Odisha Team

Published : Jan 21, 2024, 10:09 PM IST

କଟକ ବସ୍ତି ଅଞ୍ଚଳରେ ସ୍ମାର୍ଟ ଲାଇବ୍ରେରୀ, ବସ୍ତିପିଲାଙ୍କ ପାଇଁ ଖୋଲିଛି ଜ୍ଞାନ ଅର୍ଜନର ବାଟ

କଟକ: ବସ୍ତିରେ ଖୋଲିଛି ଅତ୍ୟାଧୁନିକ ସ୍ମାର୍ଟ ଲାଇବ୍ରେରୀ । ଏଣିକି ବସ୍ତି ଅଞ୍ଚଳର ପିଲା ଘର ପାଖରେ ପାଠ ପଢିବେ ଆଉ ସ୍ମାର୍ଟ ହେବେ । ଦେଶ ବିଦେଶର ଖବର ଜାଣିବା ସହ ନିଜ ଭବିଷ୍ୟତ ଗଢିବାକୁ ଚାହୁଁଥୁବା ପିଲାଙ୍କ ସ୍ବପ୍ନ ହେବ ପୂରଣ । ଏଭଳି ଏକ ମହତ ଉଦ୍ଦେଶ୍ୟ ନେଇ କଟକ ମହାନଗର ନିଗମ ପକ୍ଷରୁ କଟକର ବସ୍ତି ପିଲାଙ୍କୁ ଉପଯୁକ୍ତ ଶିକ୍ଷଣ ପରିବେଶ ଯୋଗାଇଦେବା ପାଇଁ କଟକର ୬ଟି ବସ୍ତିରେ ଶୁଭାରମ୍ଭ ହୋଇଛି ଏହି ଅତ୍ୟାଧୁନିକ ଲାଇବ୍ରେରୀ ।

କଟକର ୧ ନଂ ୱାର୍ଡର କୃଷକବଜାର, ୩ ନଂ ୱାର୍ଡର ତିଲକାନଗର ଓ ଧବଳେଶ୍ଵର ଗଡ଼ା, ୪୮ନଂ ୱାର୍ଡର ନିମପୁର ଓ ଲକ୍ଷ୍ମଣପୁର ଏବଂ ୪୯ ନମ୍ବର ୱାର୍ଡରେ ତରୋଳ ଆଦିବାସୀ ସାହି ବସ୍ତିରେ ଏହି ପାଠାଗାର ଉଦଘାଟିତ ହୋଇଛି । ବସ୍ତିର ଛୋଟ ଛୋଟ ପିଲାମାନେ ବିଭିନ୍ନ ପ୍ରକାର ପୁସ୍ତକ ମାଗଣାରେ ପଢିବାର ସୁବିଧା ସୁଯୋଗ ପାଇବେ । ଏହି ଲାଇବ୍ରେରୀରେ ରହିଛି ସାହିତ୍ୟ, ବିଜ୍ଞାନ, ଗଣିତ ସମ୍ବନ୍ଧୀୟ ପୁସ୍ତକ ସହ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ବିଶିଷ୍ଟ ସାହିତ୍ୟିକଙ୍କ ନିବନ୍ଧ, ବ୍ୟାକରଣ, ଜୀବନୀ, ଗଳ୍ପ କାହାଣୀ, ସମାଲୋଚନା, ଉପନ୍ୟାସ, ନାଟକ, ଶିଶୁ ସାହିତ୍ୟ, ଧର୍ମ, ବିଶ୍ଵ ପ୍ରସିଦ୍ଧ ପୁସ୍ତକ ଇତ୍ୟାଦି ।

ଏହା ମଧ୍ୟ ପଢନ୍ତୁ ...5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟ; ତୃତୀୟ ଦିନରେ ୫ ଜିଲ୍ଲାର ୩୬୧ ସ୍କୁଲ ଲୋକାର୍ପିତ

ତେବେ ଘର ପାଖରେ ଏଭଳି ପାଠ ପଢିବା ପାଇଁ ପରିବେଶର ସୁବିଧା କରା ଯାଇଥିବାରୁ ବସ୍ତିରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ସମଗ୍ର ଦେଶରେ ପ୍ରଥମ ଥର ଏଭଳି ଅଭିନବ ପ୍ରୟାସ ହୋଇଥିବା ବେଳେ ଅତ୍ୟାଧୁନିକ ଲାଇବ୍ରେରୀରେ ଏକାଧାରେ ୫୦-୬୦ ଛାତ୍ରଛାତ୍ରୀମାନଙ୍କ ପାଠ ପଢିବା ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଲାଇବ୍ରେରୀ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏବେ ୬ଟି ଲାଇବ୍ରେରୀର ଉଦଘାଟନ କରାଯାଇଛି ଏବଂ ଖୁବଶୀଘ୍ର ଆଉ 4ଟି ଲାଇବ୍ରେରୀର ଶୁଭାରମ୍ଭ କରାଯିବ ।

ପ୍ରତିଟି ଲାଇବ୍ରେରୀ ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରତି ଲାଇବ୍ରେରୀରେ ଜଣେ ଲାଇବ୍ରେରିଆନ ଓ ଜଣେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଆଗକୁ ଆହୁରି ଅଧିକ ଲାଇବ୍ରେରୀ ନିର୍ମାଣ ସହ କମ୍ପ୍ୟୁଟର ବ୍ୟବସ୍ଥା କରି ଏହାକୁ ଆହୁରି ସ୍ମାର୍ଟ କରାଯିବ ବୋଲି କହିଛନ୍ତି ସିଏମସି ମେୟର ସୁବାସ ସିଂ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details