ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା ସମୀକ୍ଷା,'ଦାନା' ମୁକାବିଲା ନେଇ ନେବେ ବୈଠକ

ବାତ୍ୟା ଦାନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ।

By ETV Bharat Odisha Team

Published : 7 hours ago

CM To review Cyclone Situation
CM To review Cyclone Situation (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତାକାଲି ଏହା ଅବପାତ ରୂପ ନେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି (IMD)ର ଆକଳନ, ଆସନ୍ତା ୨୩ ତାରିଖ ବୁଧବାର ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଯାହାର ନାମକରଣ କରାଯାଇଛି 'ଦାନା' । ଏହାର ପ୍ରଭାବରେ ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକରେ ୨୩ ତାରିଖରୁ ବର୍ଷା ବଢ଼ିପାରେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଭିତରେ ବଡ଼ ସୂଚନା ମିଳିଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ଭାବ୍ୟ ବ୍ୟାତ୍ୟା 'ଦାନା'ର ସମୀକ୍ଷା କରିପାରନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସାମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିପାରନ୍ତି । ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକ ନେବାର ସମ୍ଭାବନା ରହିଛି । ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୂଜା ଓ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Cyclone Dana Update (ETV Bharat Odisha)

ମୁକାବିଲା ପାଇଁ କୃଷି-ଶକ୍ତି ବିଭାଗ ସଜାଗ:

ସମ୍ଭାବ୍ୟ ବାତ୍ୟା 'ଦାନା' ର ସଠିକ ମୁକାବିଲା ପାଇଁ କୃଷି ଏବଂ ଶକ୍ତି ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ସୂଚନା ଦେଇଛି । ସେ କହିଛନ୍ତି ଯେ, ଶକ୍ତି ଓ କୃଷି ବିଭାଗ ଆର୍ଲଟରେ ରହିଛି । ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଛି ।

Cyclone Situation (ETV Bharat Odisha)

ବାତ୍ୟା ସମୀକ୍ଷା ପରେ ଢେଙ୍କାନାଳ ଗସ୍ତ:

ଆଜି ଅପରାହ୍ନରେ ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଏକ ଜରୁରୀ କାଳୀନ ସମୀକ୍ଷା କରିବେ । ବାତ୍ୟା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି ସଂଧ୍ୟା ୬ଟା ସମୟରେ ଢେଙ୍କାନାଳର ବିଭିନ୍ନ ଲକ୍ଷ୍ମୀ ପୂଜା ମଣ୍ଡପ ବୁଲିବା ସହ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Cyclone Situation (ETV Bharat Odisha)

ବାତ୍ୟା ସଂପର୍କିତ ଏସବୁ ଖବର ମଧ୍ୟ ପଢ଼ନ୍ତୁ-

ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ଇଟିଭି ଭାରତକୁ IMD ଡିଜିଙ୍କ ସୂଚନା: 'ଉପକୂଳ ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷା', ବାତ୍ୟା ପାଇଁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ‘ଦାନା’; ଜାଣନ୍ତୁ କେଉଁ ଦେଶ କଲା ନାମକରଣ, କାହିଁକି ଅକ୍ଟୋବରରେ ବାତ୍ୟା ଡର ?

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details