ଓଡିଶା

odisha

ETV Bharat / state

ଆଉ ୪୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା କିସ୍ତି, ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସୁଭଦ୍ରା ଯୋଜନାରେ ସାମିଲ ହେବେ ପାଖାପାଖି ଆଉ ୪୦ ଲକ୍ଷ ନୂଆ ହିତାଧିକାରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିବେ ।

By ETV Bharat Odisha Team

Published : 7 hours ago

Updated : 5 hours ago

CM Mohan Majhi to Distribute Subhadra Money
CM Mohan Majhi to Distribute Subhadra Money (ETV Bharat Odisha)

ଭୁବନେଶ୍ବର: ବିଜେପି ସରକାରର ମହତ୍ତ୍ବାକାଂକ୍ଷୀ ଯୋଜନା 'ସୁଭଦ୍ରା' । ମହିଳା ସଶକ୍ତିକରଣ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ଓଡ଼ିଶାରେ ବିଜେପି ସରକାର । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିସାରିଥିବା ବେଳେ, ଦ୍ବିତୀୟ ସୋପାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଅକ୍ଟୋବର ୯ ତାରିଖରେ ମୟୂରଭଞ୍ଚ ଜିଲ୍ଲା ବାରିପଦାରେ ସୁଭଦ୍ରା ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।

ବାରିପଦାରେ 'ସୁଭଦ୍ରା' ବଣ୍ଟନ ସମାରୋହ

ଅକ୍ଟୋବର ୯ ତାରିଖ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ବାରପଦା ଛଉ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । ସରକାରୀ ସୂଚନା ଅନୁସାରେ, ଆସନ୍ତାକାଲି(ବୁଧବାର) ୩୫ ଲକ୍ଷରୁ ଅଧିକ, ପାଖାପାଖି ଆଉ ୪୦ ଲକ୍ଷ ମହିଳା ହିତାଧିକାରୀଙ୍କ ଆାକଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳା ପାଇଥିଲେ ସୁଭଦ୍ରା ଟଙ୍କା ।

Deputy CM Pravati Parida On Subhadra Yojana (ETV Bharat Odisha)

ସୁଭଦ୍ରା ପଞ୍ଜିକରଣ ୧ କୋଟି

ରାଜ୍ୟ ସରକାରଙ୍କ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ 'ସୁଭଦ୍ରା ' ଯୋଜନାରେ ରେକର୍ଡ ପଞ୍ଜିକରଣ । ଗତକାଲି ସୋମବାର ସୁଦ୍ଧା ରାଜ୍ୟରେ ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ପ୍ରତିଦିନ ପାଖାପାଖି ୩୦ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରୁଛନ୍ତି ।

CM Mohan Majhi Baripada visit (ETV Bharat Odisha)

' ସୁଭଦ୍ରା ଆମ ପାଇଁ ଆହ୍ୱାନ ଥିଲା '

ସୁଭଦ୍ରା ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ' ଘରେ ଘରେ ସୁଭଦ୍ରା ପହଞ୍ଚାଇବା ଆମ ପାଇଁ ବଡ଼ ଆହ୍ୱାନ ଥିଲା । ଏକ ମାସରୁ କମ ସମୟ ମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟା ଏତେ ଶୀଘ୍ର ୧ କୋଟି ଛୁଇଁବା ଇତିହାସ ସୃଷ୍ଟି କରିବା ସଦୃଶ । ଆସନ୍ତାକାଲି ୯ ତାରିଖରେ ସବୁଠୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବ। '

'ସୁଭଦ୍ରା' ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର କମଳରେ ଶୁଭାରମ୍ଭ ହୋଇଥିଲା ଯୁଗାନ୍ତକାରୀ 'ସୁଭଦ୍ରା' ଯୋଜନା । ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ହୋଇଥିଲା ଶୁଭାରମ୍ଭ । ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଓଡ଼ିଶା ଆସିଥିଲେ ଏବଂ ଭୁବନେଶ୍ବରରେ ଲୋକପ୍ରିୟ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଥିଲେ । ସେପ୍ଟେମ୍ବର ୧୭ରେ ୨୫ ଲକ୍ଷ ୧୧ ଜଣ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଥିଲା । ପ୍ରଥମ କିସ୍ତିରେ ସରକାର ୧୨୫୦ କୋଟି ଟଙ୍କା ପ୍ରଦାନ କରିଥିଲେ ।

ସୁଭଦ୍ରା ଯୋଜନା ସଂପର୍କିତ ଏହିସବୁ ଖବର ପଢ଼ନ୍ତୁ:

ସୁଭଦ୍ରା ଯୋଜନା ବଡ଼ ଅପଡେଟ: ଯାଇନି 1 ଟଙ୍କା, ୯ରେ ୪୦ ଲକ୍ଷ ମହିଳାଙ୍କୁ ପୂରା କିସ୍ତି, କୋଟିଏ ଟପିଲା ପଞ୍ଜିକରଣ

ସୁଭଦ୍ରା ଟଙ୍କାର ସଦୁପଯୋଗ, କେଉଁଠି ଦୋକାନ ତ କେଉଁଠି ଗାଈ କିଣିଲେ ମହିଳା - subhadra yojana money

ଆଉ 25 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Subhadra Yojana Update

'ସୁଭଦ୍ରାକୁ ଘରେ ଘରେ ପହଞ୍ଚାଇବା ଭାବାଗେବ କଥା'

ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଅକ୍ଟୋବର ୯ (ଆସନ୍ତାକାଲି) ଦ୍ବିତୀୟ ସୋପାନ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କହିବା କଥା, ' ସୁଭଦ୍ରା ଯୋଜନା ଆରମ୍ଭକୁ ମାସେ ହୋଇନାହିଁ । ତଥାପି ଅଳ୍ପ ସମୟ ମଧ୍ୟରେ ୧ କୋଟିରୁ ଅଧିକ ହିତାଧିକାରୀ ପଞ୍ଜିକରଣ କରି ସାରିଲେଣି । କିଛି ବୈଷୟିକ (Technical) ବିଷୟ ଥାଇ ପାରେ । ତେବେ ଅଳ୍ପ ସମୟ ମଧ୍ୟରେ ୧ କୋଟି ହିତାଧିକାରୀଙ୍କ ସହ ଯୋଡ଼ି ହେବା ଏକ ଇତିହାସ । ମହିଳାଙ୍କ ସମୃଦ୍ଧିର କାରଣ ହେବ ସୁଭଦ୍ରା । ଏଥିପାଇଁ ଆମେ ସମସ୍ତ ମହିଳାଙ୍କ ନିକଟରେ ଋଣି । କାରଣ ସରକାରଙ୍କର ଏକ ଫ୍ଲାଗସିପ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଏବଂ କମ ସମୟରେ ଟାର୍ଗେଟରେ ପହଞ୍ଚିବା ବଡ଼ କଥା । ଏଥିରେ ସାଧାରଣ ଜନତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ଲୋକେ ସ୍ବତଃପ୍ରବୃତ୍ତ ଭାବେ ଆସି ପଞ୍ଜିକଣ କରୁଛନ୍ତି । ଘରେ ଘରେ ସୁଭଦ୍ରା ଆମର ସ୍ଲୋଗାନ ଥିଲା । ତେବେ ଏତେଶୀଘ୍ର ଘରେ ଘରେ ପହଞ୍ଚିଯିବୁ, ଏହା ଭାବାବେଗର କଥା । '

'କ୍ଲିୟର ଥିଲେ ଆକାଉଣ୍ଟକୁ ଟଙ୍କା ଯିବ'

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରତିଶ୍ରୁତି ଦେଇଛନ୍ତି ଯେ, ' ଯେଉଁମାନେ କ୍ଲିୟର ଅଛନ୍ତି ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ଆଶ୍ବସ୍ତ ରୁହନ୍ତୁ, ନିରାପଦରେ ରୁହନ୍ତୁ, ଅକ୍ଟୋବର ୯ ତାରିଖରେ ଆକାଉଣ୍ଟକୁ (ଜମାଖାତାକୁ) ସୁଭଦ୍ରା ଟଙ୍କା ଯିବ । '

ଏହା ମଧ୍ୟ ପଢ଼ନ୍ତୁ:

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରେ ସରକାରୀ ପ୍ରକଳ୍ପକୁ ବିରୋଧ

ହସିବ ଜନ୍ମମାଟି କେନ୍ଦୁଝର, ନିଜ ଜିଲ୍ଲାକୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ - CM MOHAN LAUNCHES PROJECTS

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜନ୍ମମାଟି ରାଇକଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ - CM ON KENDUJHAR VISIT

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ପଖାଳ ଓ ଶାଗ ଭଜା ଖାଇଲେ ମୁଖ୍ୟମନ୍ତ୍ରୀ - Cm Mohan Majhi kendujhar visit

'SHG ଋଣଛାଡ଼ ବିଚାରାଧୀନ ରହିଛି '

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ' ଓଡ଼ିଶାରେ ୭୦ ଲକ୍ଷ ସ୍ବୟଂ ସହାୟିକା ଗୋଷ୍ଠୀ ଅଛନ୍ତି । ସେମାନଙ୍କର ୨୦୦ କୋଟି ଟଙ୍କାର ଋଣ ଛାଡ଼ ପ୍ରସଙ୍ଗ ସରକାରଙ୍କର ବିଚାରାଧୀନ ରହିଛି । ମାଆମାନଙ୍କୁ ଲକ୍ଷପତି କରିବା ପାଇଁ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି ।'

ସବୁ ଯୋଗ୍ୟ ହିତାଧିକାରୀଙ୍କୁ 'ସୁଭଦ୍ରା'

'ଗୋଟିଏ ପରିବାରୁରୁ ଜଣକୁ ନୁହେଁ ବରଂ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ଏବଂ ଆଗକୁ ସୁଭଦ୍ରା ମହିଳା ସମୃଦ୍ଧିର ଇତିହାସ ଲେଖିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 5 hours ago

ABOUT THE AUTHOR

...view details