ଓଡିଶା

odisha

ETV Bharat / state

ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM MOHAN CHARANA MAJHI

ମୋଦିଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଦୁଇ ଘଣ୍ଟାରୁ ଅଧିକ ସମୟ ରାଜ୍ୟ କାର୍ଯ୍ୟାଳୟରେ ରହିବେ ପ୍ରଧାନମନ୍ତ୍ରୀ ।

ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି
ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)

By ETV Bharat Odisha Team

Published : Nov 27, 2024, 7:21 PM IST

ଭୁବନେଶ୍ବର:3 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବଭାରତୀୟ ସ୍ତରୀୟ ଡିଜି ଆଇଜି ସମ୍ମିଳନୀରେ କରିବେ ଅଶଂଗ୍ରହଣ । ଏହା ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିତାଇବେ 2 ଘଣ୍ଟାରୁ ଅଧିକ ସମୟ । ଦେଖିବେ ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ । କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର । ଆସନ୍ତା 29ରେ ପ୍ରଧାନମନ୍ତ୍ରୀ ଆସିବାକୁ ଥିବା ବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିପରି ଚାଲିଛି ପ୍ରସ୍ତୁତି ଆଜି ତାହାର ସମୀକ୍ଷା କରିଛନ୍ତି ।

ବିଜେପି କାର୍ଯ୍ୟାଳୟରେ ଦେଖିବେ ରିପୋର୍ଟ କାର୍ଡ:

ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)

3 ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏଥର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ 2 ଘଣ୍ଟାରୁ ଅଧିକ ସମୟ ବିତାଇବେ । ଏଥିସହ ସାଂସଦ ଓ ବିଧାୟକ ମାନେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବେ । ଏହାସହ ସଙ୍ଗଠନ ଓ ସରକାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:

ନଭେମ୍ବର 29 ଅପରାହ୍ଣ ସମୟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଯେହେତୁ ପ୍ରଧାନମନ୍ତ୍ରୀ ଏଥର 3 ଦିନ ଭୁବନେଶ୍ବରରେ ରହିବେ । କିପରି ପ୍ରସ୍ତୁତି କରାଯାଉଛି ଆଜି ତାହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୀକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ସେହିପରି SPGର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ରହିଥିବା ବେଳେ ମୋଦିଙ୍କ ରାଜ୍ୟ କାର୍ଯ୍ୟାଳୟରେ ଗସ୍ତ ସମୟରେ ରୁଟ, ମିଟିଂ ସ୍ଥାନ ଆଦିର ପ୍ରସ୍ତୁତି ଯାଞ୍ଚ କରିଛନ୍ତି ।

ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ:

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ‘ନଭେମ୍ବର ୨୯ ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ । ଅପରାହ୍ନ ୪.୧୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଏୟାରପୋର୍ଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟ ନିକଟରେ ଏକ ସାଧାରଣ ସଭା ମଧ୍ୟ ହେବ । ଏୟାରପୋର୍ଟରୁ ରାଜଭବନ ପରେ ପାର୍ଟି ଅଫିସ ଆସିବେ । ବିଧାୟକ ସାଂସଦ ଏବଂ ଦଳୀୟ ପଦାଧିକାରୀଙ୍କ ସହ ବୈଠକ ରହିଛି । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହିବା ସହ ସମସ୍ତଙ୍କ ସହ ଆଲୋଚନା କରିବେ। ପରେ ଡିଜି ସମ୍ମିଳନୀରେ ଯୋଗ ଦେବେ ।’

  • ନଭେମ୍ବର 29 ଅପରାହ୍ଣରେ ପହଞ୍ଚିବେ ମୋଦି
  • ସମୟ 4ଟା15ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
  • ଏୟାରପୋର୍ଟରେ ହେବ ଭବ୍ୟ ସ୍ବାଗତ
  • ଏୟାରପୋର୍ଟରେ ନିକଟରେ ସାଧାରଣ ସଭା
  • ଦଳୀୟ ବିଧାୟକ ଓ ସାଂସଦଙ୍କ ସହ କରିବେ ବୈଠକ
  • 2 ଘଣ୍ଟାରୁ ଅଧିକ ସମୟ ବିତାଇବେ ବିଜେପି କାର୍ଯ୍ୟାଳୟରେ

ଏହା ମଧ୍ୟ ପଢନ୍ତୁ:

DG ସମ୍ମିଳନୀ, ଓଡ଼ିଶାରେ 3 ଦିନ ରହିବେ ପ୍ରଧାନମନ୍ତ୍ରୀ ମୋଦି

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନେଶ୍ବରରେ ସାଧାରଣ ସଭା ଓ ରୋଡ ସୋ’

ଫେରିଲା ବାଂଲାଦେଶୀ ଟେନସନ: ଆଗକୁ DG ସମ୍ମିଳନୀ, ପୋଲିସ ପାଇଁ ହେବ କି ଚ୍ୟାଲେଞ୍ଜ ?

ତେବେ ରିପୋର୍ଟକୁ ନେଇ ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି, ‘ଏହା ଆମ ପାଇଁ ସୌଭାଗ୍ୟର ବିଷୟ ଯଦି ପ୍ରଧାନମନ୍ତ୍ରୀ ରିପୋର୍ଟ ମାଗିବେ ଆମେ ଦେବୁ ।’ ସେପଟେ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ମୋଦି ଓଡ଼ିଶାରେ 3 ଦିନ ରହିବା ସୌଭାଗ୍ୟ ବିଷୟ କହିବା ସହିତ ଉଭୟ ସଂଗଠନ ଓ ସରକାର ବିଷୟରେ ଆଲୋଚନା ମୋଦି କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details