ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଜଗଲକ୍ଷ୍ମୀ ପୂଜା ବୁଲିଲେ ମୁଖ୍ୟମନ୍ତ୍ରୀ, ନେଲେ ମା'ଙ୍କ ଆଶୀର୍ବାଦ

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାବୀର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେଲେ ସାମିଲ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : 5 hours ago

ଢେଙ୍କାନାଳ:ଜମୁଛି ଲକ୍ଷ୍ମୀପୂଜା । ସପରିବାର ଲକ୍ଷ୍ମୀପୂଜା ପୂଜାମଣ୍ଡପ ବୁଲି ମା'ଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ପୂଜାମଣ୍ଡପ ବୁଲିବା ପରେ ମହାବୀର ପୂଜା ପ୍ରତିଷ୍ଠାନର ୭୫ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ଥାନୀୟ ସାଂସଦ ରୁଦ୍ର ନାରାୟଣ ପାଣି, ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

  • ମଣ୍ଡପ ବୁଲିଲେ, ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ:

ଗତକାଲି (ସୋମବାର) ରାତି ୮ଟା ୧୫ରେ ଢେଙ୍କାନାଳର ସର୍କିଟ ହାଉସରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ପରେ ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଢେଙ୍କାନାଳ ଗଡ଼ମୂଳ ଶାସନ କର୍ତ୍ତା ଶବର ରାଜା ଢେଙ୍କା ଶବରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ପୂଜା ବଜାରକୁ କାର ଯୋଗେ ଯାଇ ବସଷ୍ଟାଣ୍ଡ ପୂଜା ମଣ୍ଡପ, ଗଣେଶ ବଜାର , ମହାବୀର ବଜାର, ଲଷ୍ମୀ ବଜାର, ଜବହାର ଚୌକ ଆଦି ପୂଜା ମଣ୍ଡପ ଯାଇ ମା' ଲଷ୍ମୀଙ୍କୁ ଦର୍ଶନ କରୁଥିଲେ ।

CM MOHAN CHARAN MAJHI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହା ମଧ୍ୟ ପଢନ୍ତୁ-ବିରାଜିଲେ ଧନଦାତ୍ରୀ, ଉତ୍ସବମୁଖର ଅନୁଗୋଳ-କେନ୍ଦ୍ରାପଡା

  • ବିକଶିତ ଜିଲ୍ଲା ହେବ ଢେଙ୍କାନାଳ:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ''1990 ମସିହାରେ ମୁଁ ଏହି ସହକୁ ଆସିଥିଲି । ଦ୍ବିତୀୟ ଥର ପାଇଁ ଏହି ପୂଜା ଦେଖିବାର ସୌଭାଗ୍ୟ ପ୍ରାପ୍ତ ହେଲା । 38ଟି ପୂଜାମଣ୍ଡପରୁ 7ରୁ 8ଟି ବୁଲିଲି । ଐତିହ୍ୟ ସମ୍ପର୍ଣ୍ଣ ଢେଙ୍କାନାଳ ସହର । ଓଡ଼ିଶାର ସଂସ୍କୃତି ଐତିହ୍ୟ ରେ ଢେଙ୍କାନାଳ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଐତିହ୍ୟ ପରମ୍ପାରା ସହ ଏଠାରେ ଶିଳ୍ପାୟନ ମଧ୍ୟ ଅଛି । ଶିଳ୍ପାୟନ ସହ ବିକାଶ କ୍ଷେତ୍ରରେ କିପରି ଢେଙ୍କାନାଳ ଓଡି଼ଶାରେ ଆଗରେ ରହିବ ସେନେଇ ସରକାର ବହୁ ଯୋଜନା କରୁଛନ୍ତି । ବିକଶିତ ଓଡ଼ିଶା ଗଠନ ହେବା ବେଳେ ଢେଙ୍କାନାଳ ମଧ୍ୟ ବିକଶିତ ଜିଲ୍ଲା ହୋଇପାରିଥିବ ମୋର ଆଶା । ''

LAXMI PUJA (ETV BHARAT ODISHA)
LAXMI PUJA (ETV BHARAT ODISHA)
  • ବୀରଙ୍କ ମାଟି ଢେଙ୍କାନାଳ:

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ଓଡ଼ିଶାର ସଂସ୍କୃତି ,ଐତିହ୍ୟରେ ଢେଙ୍କାନାଳ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ମା' ଲକ୍ଷ୍ମୀ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ସମସ୍ତଙ୍କୁ ଧନଧାନ୍ୟରେ ପରିପୂର୍ଣ କରନ୍ତୁ । ଏ ଢେଙ୍କାନାଳ ମାଟି ବୀରଙ୍କ ମାଟି । ଢେଙ୍କାନାଳ ମାଟିର ବରପୁତ୍ର ଭାବେ ବୀର ଶହୀଦ ବାଜି ରାଉତ, ବୈଷ୍ଣବ ପଟ୍ଟନାୟକ, ଗଡ଼ଜାତ ଗାନ୍ଧୀ ସାରଂଗଧର ଦାସ ପ୍ରମୁଖ ଆଜି ସାରା ଭାରତ ବର୍ଷରେ ଢେଙ୍କାନାଳ ମାଟିକୁ ଗର୍ବିତ କରାଇଛନ୍ତି । ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମହିମା ଧର୍ମର ଉତ୍ପତି ଏହି ଜିଲ୍ଲାରୁ ହୋଇଛି । ଧର୍ମ, ସଂସ୍କୃତି, ଭାଷା ସାହିତ୍ୟ ଆଦି ଭାରତୀୟ ସଂସ୍କୃତିକୁ ଉଜ୍ବଳିତ କରୁଛି । ଢେଙ୍କାନାଳ ଲାଷ୍ମୀପୂଜା ଭାଇଚାରା ଓ ସଂସ୍କୃତିର ପ୍ରତୀକ ଭାବେ ଆଜି ଓଡିଶା କାହିଁକି ସାରା ଭାରତ ବର୍ଷରେ ସ୍ୱତନ୍ତ୍ରତା ହାସଲ କରିଛି । ଢେଙ୍କାନାଳର ଶିଳ୍ପ, ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରୁଛି । ଆଗାମୀ ଦିନରେ ୪ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ଢେଙ୍କାନାଳରେ କରାଯିବ । ଯାହାଦ୍ୱାରା ଓଡ଼ିଆ ଶ୍ରମିକ ଓ ଢେଙ୍କାନାଳର ବେକାର ଯୁବକ ଯୁବତୀମାନେ ନିଯୁକ୍ତି ସୁଯୋଗ ହାସଲ କରିବେ । ''

LAXMI PUJA (ETV BHARAT ODISHA)

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details