କେନ୍ଦୁଝର: ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ କେନ୍ଦୁଝର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ସେ ବିଭିନ୍ନ ବିଦ୍ୟାଳୟର ଜୟନ୍ତୀ ସମାରୋହ ଓ ଜିଲ୍ଲା ମହୋତ୍ସବରେ ଯୋଗ ଦେବେ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି ପୂର୍ବାହ୍ନ ପ୍ରାୟ 9ଟା 5ରେ ଏକ ସ୍ବତନ୍ତ୍ର ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନିଜ ଜିଲ୍ଲା ଅଭିମୁଖେ ବାହାରିବେ । ସକାଳ 10 ଟାରେ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପରେ ପହଞ୍ଚିବେ ।
- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୂଚୀ :
ପ୍ରଥମେ ମୁଖ୍ୟମନ୍ତ୍ରୀ ସଦର ବ୍ଲକର ବାଲିଆଗୋଡା ନିକଟସ୍ଥ ଅଶୋକବାଟିକାରେ ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ । ପୂର୍ବାହ୍ନ 11ଟା 40ରେ ମୁକୁନା ସତ୍ୟନାରାୟଣ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଇ ଅପରାହ୍ନ 1ଟାରେ ସର୍କିଟ ହାଉସକୁ ଯିବେ । ଅପରାହ୍ନ 4ଟାରେ ମଇଦାନକେଲ ଗ୍ରାମପଞ୍ଚାୟତର ତାଳପଦାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ସେଠାରୁ କେନ୍ଦୁଝର ଅଡିଟୋରିୟମକୁ ଆସି କେନ୍ଦୁଝରଗଡ଼ ସରସ୍ଵତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାତି 8ଟାରେ କେନ୍ଦୁଝର ସର୍କିଟ ହାଉସକୁ ଫେରିଆସିବେ ।
- ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ
- ପୂର୍ବାହ୍ନ 11ଟା 40ରେ ମୁକୁନା ସତ୍ୟନାରାୟଣ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହେବେ ସିଏମ
- ଅପରାହ୍ନ 4ଟାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ
- କେନ୍ଦୁଝରଗଡ଼ ସରସ୍ଵତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ