ପାରାଦ୍ୱୀପ:ଭାରତୀୟ ଶିଳ୍ପ ମହାସଂଘ (CII) ଓଡିଶା ଶଖା ପକ୍ଷରୁ ବିଜୁ କନଭେନ୍ସନ ସେଣ୍ଟରରେ CII MSME Connect Series-2024 ଆୟୋଜିତ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ (MSME) ମଜବୁତ ସହଭାଗିତା ସ୍ଥାପନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଥିଲେ ।
M.S.M.E ସମ୍ମିଳନୀ:
ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି,"ଓଡ଼ିଶାର ମୋଟ ରପ୍ତାନୀ କ୍ଷେତ୍ରରେ 45% ଯୋଗଦାନ ରହିଛି । ବରଗଡ଼, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁରରେ ଫୁଡ଼ ପାର୍କର ସ୍ଥାପନ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପକୁ ପ୍ରୋତ୍ସାହିତ କରିଛି । ରାଜ୍ୟରେ କ୍ଷୁଦ୍ରଶିଳ୍ପ ଗୁଡିକ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି ।"
ଏମିତି କହିଲେ ଶିଳ୍ପମନ୍ତ୍ରୀ:
ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ କହିଛନ୍ତି,"ଓଡ଼ିଶାର ବିକାଶ ଦିଗରେ ପାରାଦ୍ୱୀପର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ବୃହତ ଶିଳ୍ପ ଓ କ୍ଷୁଦ୍ରଶିଳ୍ପ ଗୁଡିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି । ରାଜ୍ୟରେ ସଫଳ ଇଣ୍ଡଷ୍ଟ୍ରିଆଲ ଇକୋସିଷ୍ଟମକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇ ସାରିଛି । ଆଗାମୀ ଦିନରେ ଶିଳ୍ପର ବିକାଶ ରାଜ୍ୟରେ ତ୍ୱରାନ୍ୱିତ ହେବ । MSMEକୁ ବଡ ବଡ ଶିଳ୍ପ ସହିତ ଯୋଡିବା ଏହାର ଲକ୍ଷ୍ୟ । ଝାରସୁଗୁଡ଼ା ଓ ଅନୁଗୋଳ ପରେ ପାରାଦ୍ବୀପରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।"
ସବକା ସାଥ୍, ସବକା ବିକାଶ: