ଓଡିଶା

odisha

ETV Bharat / state

ଯୁକ୍ତ ଦୁଇ ପରୀକ୍ଷାରେ ଗୋପନୀୟତା ବଜାୟ ରଖିବାକୁ CHSEର ନିର୍ଦ୍ଦେଶାବଳୀ - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

CHSE Issued Guidelines: ଯୁକ୍ତ ଦୁଇ ପରୀକ୍ଷା ଗୋପନୀୟତା ବଜାୟ ରଖିବାକୁ ନିର୍ଦ୍ଦେଶାବଳୀ ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅଧିକ ପଢ଼ନ୍ତୁ

CHSE Issued Guidelines
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ

By ETV Bharat Odisha Team

Published : Feb 7, 2024, 12:29 PM IST

ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଉଛି । ପରୀକ୍ଷାରେ ସ୍ବଚ୍ଛତାକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । ସମସ୍ତ ଗୋପନୀୟତା ବଜାୟ ରଖିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ପରିଷଦ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ

ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷା ପରିଚାଳନା କରିବା ପାଇଁ ନିଯୁକ୍ତି ହୋଇଥିବା ନିରୀକ୍ଷକ ବା ନିଯୁକ୍ତ ହେବାକୁ ଥିବା ନିରୀକ୍ଷକଙ୍କ ନାମ ଗୋପନ ରଖାଯିବ । ସେହିପରି ପରୀକ୍ଷାର୍ଥୀଙ୍କ ବସିବା ବ୍ୟବସ୍ଥା ଓ କପି କରି ଧରା ପଡ଼ିଲେ ତାଙ୍କ ନାମ ସାର୍ବଜନୀନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧୀକ୍ଷକଙ୍କ ବିନା ଅନୁମତିରେ ପରୀକ୍ଷା ସମୟର ଅଧ ଘଣ୍ଟା ପୂର୍ବରୁ ଓ ପରେ କେନ୍ଦ୍ର ପରିସରକୁ ସମସ୍ତଙ୍କୁ ବାରଣ କରାଯାଇଛି । ପରିଚାଳନା ପାଇଁ ଜଣେ ଅଧୀକ୍ଷକଙ୍କ ସହିତ ପ୍ରତି ୫ଶହ ପରୀକ୍ଷାର୍ଥୀରେ ଜଣେ ଲେଖାଏଁ ଉପ ଅଧୀକ୍ଷକ ରହିବେ । ପ୍ରତି ୨୦ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ ଓ ପ୍ରତି ୧୨୦ ଜଣ ପରୀକ୍ଷାର୍ଥୀ ପାଇଁ ଜଣେ ରିଲିଭର ରହିବେ । ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକ୍ଷକ ଏହି ସମସ୍ତଙ୍କୁ ନିଯୁକ୍ତି ଦେବେ । ପରୀକ୍ଷାର୍ଥୀଙ୍କ ବସିବା ବ୍ୟବସ୍ଥା କରିବା ପାଇଁ ଏକ ନମୂନା ମଧ୍ୟ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି । ପରୀକ୍ଷାର ୩୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମାଟ୍ରିକ ଓ ପ୍ଲସ୍ ଟୁ ପରୀକ୍ଷା ପରିଚାଳନାରେ ରଖ ଶୂନ୍ୟ ସହନଶୀଳତା: ମୁଖ୍ୟ ଶାସନ ସଚିବ

ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ପରୀକ୍ଷା ମାର୍ଚ୍ଚ ୨୦ ଯାଏଁ ଚାଲିବ । ପ୍ରତିଦିନ ଗୋଟିଏ ସିଟିଂ ପରୀକ୍ଷା ହେବାକୁ ଥିବାବେଳେ ପ୍ରତ୍ୟେକ ଦିନ ପରୀକ୍ଷା ସକାଳ ୧୦ ଟା ରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଏପଟେ ଜାନୁଆରୀ ୨ ତାରିଖରୁ ୧୨ ତାରିଖରେ ଯୁକ୍ତ ଦୁଇ ଦ୍ବାଦଶ ଶ୍ରେଣୀର ପ୍ରାକ୍ଟୀକାଲ ପରୀକ୍ଷା ଶେଷ ହୋଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଖାପାଖି ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ୧୧୫୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ୭ଟି ଉପ ପରୀକ୍ଷା କେନ୍ଦ୍ର କରାଯାଇଛି । ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷମାନଙ୍କୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details