ପୁରୀ:ପାଖେଇ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା । ଆଷାଢ଼ ଶୁକ୍ଲ ପକ୍ଷ ଦ୍ବୀତିୟା ତିଥିରେ ରଥରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମାଆ ଘର ଯିବେ କାଳିଆ ଠାକୁର । ଏନେଇ ରଥ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଚଳଚଞ୍ଜଳ ହୋଇ ଉଠିଛି ରଥଖଳା । ରଥ କାମରେ ଲାଗିଛନ୍ତି ରୂପକାର ସେବକ । ରୂପକାର ସେବାକୁ ପିଢ଼ିପରେ ପିଢ଼ି ଧରି କରିଆସୁଛନ୍ତି ରୂପରାକ ସେବକ । ଏବେ ସେବକମାନେ ସେମାନଙ୍କତ ଛୋଟ ଚୋଟ ପିଲାଙ୍କୁ ଆଣି ରଥ କାମ ଶିଖାଉଥିବା ବେଳେ ରଥଖଳାରେ କୁନି ସେବକମାନେ ରଥ ଖୋଦେଇ କରିବାରେ ବ୍ୟସ୍ତ ।
ରଥଯାତ୍ରାକୁ ନେଇ ରଥ ନିର୍ମାଣ କାମରେ ବ୍ୟସ୍ତ ଅଛନ୍ତି ସେବକ । ଏହାରି ଭିତରେ ରଥଖଳାରେ କୁନି କୁନି ରଥ ସେବକଙ୍କୁ ଦେଖିବାକୁ ମିଳିଛି । ଖେଳକୁଦ ବୟସରେ ହାତରେ ମୁଗୁର, ବଟାଳି, ଲିହଣ ଧରି ରଥ ଖୋଦେଇ କାମରେ ଲାଗିଛନ୍ତି କୁନି କୁନି ରୂପକାର ସେବକ । ୫ ବର୍ଷ ବୟସରୁ କୁନି ରୂପକାର ସେବକମାନେ ରଥଖଳାକୁ ଆସି ରଥ ଖୋଦେଇ କାର୍ଯ୍ୟର ପ୍ରଶିକ୍ଷଣ ନେଉଛନ୍ତି । କୁନି ରୂପକାର ସେବକଙ୍କ ଜେଜେବାପା, ବାପା ଦାଦା ଓ ବଡବାପାମାନେ ତାଙ୍କୁ ଏହି କାର୍ଯ୍ୟ ସିଖାଉଛନ୍ତି । ରୂପକାର ସେବକମାନେ ପିଲାଦିନୁ ଏହି ଶିକ୍ଷା ନେଇଥିବା ବେଳେ ବର୍ତଚ୍ତମାନ ସେମାନଙ୍କୁ ପିଲାଙ୍କୁ ଏହି ଶିକ୍ଷା ଦେଉଛନ୍ତି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଆଗାମୀ ଦିନରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ ଏହାକୁ ଦୃଷ୍ଟିରେ ରଖି କୁନି ରୂପକାର ସେବକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।