ଓଡିଶା

odisha

ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ, ୧୧ ସ୍ଥାନରେ ଏକକାଳୀନ ଚଢାଉ - Vigilance Raid

By ETV Bharat Odisha Team

Published : 4 hours ago

Vigilance Raid: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ବ୍ରହ୍ମପୁର ଓ ବାଲେଶ୍ବର ସମେତ ୧୧ ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

Vigilance Raid
Vigilance Raid (ETV BHARAT ODISHA)

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବାଲେଶ୍ୱରରେ କାର୍ଯ୍ୟରତ ଆରଡବ୍ଲୁ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟଯନ୍ତ୍ରୀ ଏନ୍.ଭି. ହରିହର ରାଓଙ୍କ ବାସଭବନ ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଏବଂ ଫୁଲବାଣୀରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

VIGILANCE RAID (ETV BHARAT ODISHA)

୧୧ ଠିକଣାରେ ଚଢାଉ :

ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର କୋର୍ଟ ବିଚାରପତିଙ୍କ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଅନୁଯାୟୀ ଭିଜିଲାନ୍ସ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀଙ୍କ ୧୧ଟି ଠିକଣାରେ ଏକକାଳୀନ ଚଢାଉ କରାଯାଇଛି । ଏଥିରେ ୧୧ ଜଣ ଡିଏସପି, ସାତ ଜଣ ଇନ୍ସପେକ୍ଟର , ୧୧ ଜଣ ଏଏସ୍ଆଇ ଏବଂ ଭିଜିଲାନ୍ସ ବିଭାଗର କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆୟାଇ ନାହିଁ ।

Vigilance Raid (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-Vigilance Raid: ଏଥର ଭିଜିଲାନ୍ସ ଜାଲରେ ଜେଲ ସୁପରିଟେଣ୍ଡେଣ୍ଟ,ଏକାଧିକ ସ୍ଥାନରେ ରେଡ୍ - Vigilance Net

ଏହା ମଧ୍ୟ ପଢନ୍ତୁ-JE In Vigilance Net: ଭିଜିଲାନ୍ସ ଜାଲରେ କାଶୀପୁର କୋଟିପତି ଯନ୍ତ୍ରୀ, ଗିରଫ ପରେ କୋର୍ଟ ଚାଲାଣ - Kashipur JE Arrested

ଏହି ସବୁ ସ୍ଥାନରେରେଡ୍:

Vigilance Raid (ETV BHARAT ODISHA)

ବାଲେଶ୍ୱରରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଏନ୍.ଭି.ହରିହର ରାଓଙ୍କ ବ୍ରହ୍ମପୁର ସହର ଉପକଣ୍ଠ ଭାବବିନିପୁର ଅଞ୍ଚଳର ପ୍ଲଟ ନଂ -୪୫୯୨ ରେ ରହିଛି ଗୋଟିଏ ଦୁଇ ମହଲା କୋଠା । ରାଜଧାନୀ ଭୁବନେଶ୍ୱରର ପାତ୍ରପଡାର ପ୍ଲଟ ନଂ ୨୮୪ ନଂ ରେ ରହିଛି ଏକ ମହଲା ବିଶିଷ୍ଟ ଘର , ବ୍ରହ୍ମପୁର ସହରର କମାପଲ୍ଲୀ ବୈଦ୍ୟନାଥପୁର ଥାନା ଅଞ୍ଚଳର ସ୍ପେଟରମ୍ ଗ୍ରୀନ୍ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ରହିଛି ୩-ବି.ଏଚ୍.କେ ବିଶିଷ୍ଟ ଫ୍ଲାର୍ଟ । ଏହି ସବୁ ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ବ୍ରହ୍ମପୁରର ତୁଳସିନଗର ଏବଂ ଶାନ୍ତିନଗର ଅଞ୍ଚଳରେ ରହିଥିବା ମୁଖ୍ୟଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ବାସଭବନ ସମେତ ଫୁଲବାଣୀ ଅଞ୍ଚଳରେ ରହିଥିବା ମୁଖ୍ୟଯନ୍ତ୍ରୀଙ୍କ ପୈତୃକ ବାସଭବନ, ବାଲେଶ୍ୱରରେ ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସରକାରୀ କାର୍ଯ୍ୟାଳୟ, କ୍ୱାଟର ସମେତ କେନ୍ଦୁଝର ଅଞ୍ଚଳର ବଳଦେବ ଜିଉ କୋଲେନୀରେ ରହିଥିବା ସଂପର୍କୀୟଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ ।

Vigilance Raid (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-Vigilance Net: ଭିଜିଲନ୍ସ ଜାଲରେ କୁବେର ଖଣି ଉପନିର୍ଦ୍ଦେଶକ, ୧୦ ବର୍ଷରେ ୫ କୋଟି କରିଥିଲେ ଠୁଳ - Vigilance Arrested Deputy Director

ଏହା ମଧ୍ୟ ପଢନ୍ତୁ-ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଥିଲା ଭିଜିଲାନ୍ସ - Prasanna sent to judicial Custody

ଆକ୍ସନ ମୋଡରେ ଭିଜିଲାନ୍ସ:

Vigilance Raid (ETV BHARAT ODISHA)

ରାଜ୍ୟରେ ଜାରି ରହିଛି ଭିଜିଲାନ୍ସ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ଖୋର ସରକାରୀ ବାବୁଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଇଓଙ୍କ ପରି ଅନେକ ସରକାରୀ ଅଧିକାରୀଙ୍କ ଘରେ ରେଡ କରି ସେମାନଙ୍କ ନିକଟରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଉଛି । ଆଜି ମୁଖ୍ୟଯନ୍ତ୍ରୀଙ୍କ ବାସଭବନ ଚଢାଉ ହୋଇଥିବା ବେଳେ କେତେ ପରିମାଣର ସମ୍ପତ୍ତି ଠାବ ହେଉଛି ତାହା , ଖାନତଲାସି ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details