ବଲାଙ୍ଗୀର: ରଙ୍ଗ ଓ ଖୁସିର ପର୍ବ ହୋଲି । ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ହୋଲି ପାଳନ ହେଉଥିବା ତ ଆପଣ ଦେଖିଥିବେ। ହେଲେ ମାଟି, କାଦୁଅ ଗୋମୁତ୍ର ଓ ନିମ୍ବ ପତ୍ର ବୋଳି ହୋଲି ଖେଳ କଥା କଣ କେବେ ଶୁଣିଛନ୍ତି । ବଲାଙ୍ଗୀର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁ ପାଲି ଗ୍ରାମର ଲୋକେ ଏହିଭଳି ନିଆରା ଢଙ୍ଗରେ ହୋଲି ପାଳନ କରିଛନ୍ତି ।
ଗତକାଲି ସବୁଠି ଲୋକେ ଧୁମ ଧାମରେ ପାଳନ କରିଛନ୍ତି ରଙ୍ଗର ପର୍ବକୁ । ହେଲେ ବଲାଙ୍ଗୀରର ଭାଲୁ ପାଲି ଗ୍ରାମରେ ଏହାକୁ ନିଆରା ଢଙ୍ଗରେ ପାଳନ କରି ଏବେ ଚର୍ଚ୍ଚାରେ ଆସିଛି । ତେବେ ଏମାନେ କୁତ୍ରିମ ରଙ୍ଗ ବଦଳରେ ମାଟି ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀରେ ଖେଳିଛନ୍ତି ହୋଲି । ସାଧାରଣ ମାଟି, ଗୋମୁତ୍ର, ଗୋଲାପ ଜଳ, ନିମ୍ବ ପତ୍ର ରସ ଓ ହଳଦୀକୁ ଏମାନେ ରଙ୍ଗ ଭାବରେ ବ୍ୟବହାର କରି ହୋଲି ଖେଳିଛନ୍ତି । ତେବେ ଗାଁର କିଛି ବୁଦ୍ଧିଜୀବୀ ଓ ଯୋଗଗୁରୁ ଶେଷ ଦେବ ଶାହଙ୍କ ନେତୃତ୍ୱରେ ଗ୍ରାମବାସୀ ଏଭଳି ନିଆରା ଢଙ୍ଗରେ ହୋଲି ଖେଳିଛନ୍ତି । କୁତ୍ରିମ ରଙ୍ଗ ସ୍ବାସ୍ଥ୍ୟ ପାଇଁ ବିପଦ ହୋଇଥିବା ବେଳେ ନାନାଦି ରୋଗ ଏହାଦ୍ବାରା ହେଉଛି ।