ETV Bharat / state

୨୮ରେ ଭୁବନେଶ୍ବର ଆସିବେ ଅମିତ ଶାହ, ସମ୍ବଲପୁର ଗସ୍ତ ବାତିଲ - AMIT SHAH TO VISIT ODISHA

୨୮ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସମ୍ବଲପୁର ଗସ୍ତ ନେଇ ନାହିଁ କୌଣସି ସୂଚନା ।

Amit Shah To Visit Odisha
Amit Shah To Visit Odisha (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 3:51 PM IST

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୮ ତାରିଖ ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସିବେ ଶାହ । ୨୯ ତାରିଖ ସନ୍ଧ୍ୟାରେ ଫେରିଯିବେ । ପୂର୍ବରୁ ଗୃହମନ୍ତ୍ରୀ ସମ୍ବଲପୁର ଗସ୍ତ କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ସେପରି କୌଣସି ସୂଚନା ନଥିବା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ।

ଓଡ଼ିଶା ଆସୁଛନ୍ତି ଶାହ:

"ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୯ ସନ୍ଧ୍ୟାରେ ଫେରିଯିବେ । ସମ୍ବଲପୁର ଗସ୍ତ କରିବା ନେଇ କୌଣସି ସୂଚନା ନାହିଁ" ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ ଆହୁରି କହିଛନ୍ତି, "୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ଭିସି ମାଧ୍ୟମରେ ଯୋଗଦେବେ । ସେହି ବୈଠକରେ ସବୁ ରାଜ୍ୟର ସଭାପତି,ପ୍ରଭାରୀ, ସହ ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀମାନେ ଉପସ୍ଥିତ ରହିବେ । ସେହିପରି କଳିଙ୍ଗ ଷ୍ଟାଡିୟମରେ ଏକ ଦଳୀୟ କାର୍ଯ୍ୟକ୍ରମ ହେବାକୁ ଅଛି।"

Amit Shah To Visit Odisha (ETV Bharat Odisha)

ଶାହଙ୍କ ସମ୍ବଲପୁର ଗସ୍ତ ବାତିଲ:

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "୨୮ରେ ଆସିବେ ଅମିତ ଶାହ । ସମ୍ବଲପୁର ଗସ୍ତ ନେଇ କୌଣସି ସୂଚନା ନାହିଁ ।" ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବାବେଳେ ସେନେଇ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିବାର ସୂଚନା ପୂର୍ବରୁ ଦିଆଯାଇଥିଲା । ଗୃହମନ୍ତ୍ରୀ ସମ୍ବଲପୁର ଗସ୍ତ କରିପାରନ୍ତି ବୋଲି ମଧ୍ୟ କୁହାଯାଉଥିଲେ ବି ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମର ଚୂଡାନ୍ତ ସୂଚନା ଦିଆଯିବ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଏହା ବି ପଢନ୍ତୁ...ଆସୁଛନ୍ତି ଅମିତ ଶାହ, ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ହୋଇପାରେ ମାନସ ମନ୍ଥନ - AMIT SHAH TO VISIT ODISHA

ଏହା ବି ପଢନ୍ତୁ...ଓଡ଼ିଶା ଆସୁଛନ୍ତି ଅମିତ ଶାହ, ଛବିଲ ସାଏ ବଳିଦାନ ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆଲୋଚନା:

ଆଜି ଏନେଇ ସ୍ପଷ୍ଟୀକରଣ ରଖି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ଯେ, ୨୮ ତାରିଖ ସନ୍ଧ୍ୟାରେ ଶାହ ଓଡ଼ିଶା ଆସିବେ ଏବଂ ୨୯ ସନ୍ଧ୍ୟା ସୁଧା ଫେରିଯିବେ । ହେଲେ ସମ୍ବଲପୁର ଗସ୍ତ ବାତିଲ ହୋଇଛି । ସେପଟେ ନୂଆ ମନ୍ତ୍ରୀ ପାଇଁ କିଛି ବିଧାୟକଙ୍କ ନାମ ଚର୍ଚ୍ଚା ହେଉଛି । ସେସବୁ ଉପରେ ମୋହର ବାଜିପାରେ । ଏହା ସହିତ ବିଭିନ୍ନ ନିଗମର ଅଧ୍ୟକ୍ଷ ଖାଲି ପଡିଛି ୬ ମାସ ହେଲାଣି। ନିଗମ ନିଯୁକ୍ତି ନେଇ ବାଟ ଫିଟିବ ବୋଲି ଚର୍ଚ୍ଚା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.