ଓଡିଶା

odisha

ETV Bharat / state

ଛତିଶଗଡ ମହିଳାଙ୍କ ମନମୋହିଲା କୋରାପୁଟ ଆଦିବାସୀଙ୍କ ଉତ୍ପାଦିତ ଦ୍ରବ୍ୟ, ବୁଲି ଦେଖିଲେ- ପ୍ରଶଂସା କଲେ - ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

Chhattisgarh Shg Team In Koraput:କୋରାପୁଟ ଆଦିବାସୀ ମହିଳାଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ପ୍ରଶଂସା କଲେ ସୁକୁମା ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଟୀ । ଅଧିକ ପଢନ୍ତୁ

କୋରାପୁଟରେ ଛତିଶଗଡ଼ର ସ୍ୱୟଂ ସହାୟକ ଗୋଷ୍ଠୀ
କୋରାପୁଟରେ ଛତିଶଗଡ଼ର ସ୍ୱୟଂ ସହାୟକ ଗୋଷ୍ଠୀ

By ETV Bharat Odisha Team

Published : Mar 3, 2024, 7:39 AM IST

Updated : Mar 3, 2024, 2:46 PM IST

କୋରାପୁଟରେ ଛତିଶଗଡ଼ର ସ୍ୱୟଂ ସହାୟକ ଗୋଷ୍ଠୀ

କୋରାପୁଟ:ଜିଲ୍ଲାରେଛତିଶଗଡ଼ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଛତିଶଗଡ଼ ମହିଳାଙ୍କ ମନ ମୋହିଛି ଆଦିବାସୀ ମହିଳାଙ୍କ ଉତ୍ପାଦିତ ଦ୍ରବ୍ୟ । ଭାରତ ବର୍ଷର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କ ଉତ୍ପାଦର ଚାହିଦା ରହିଥିବା ବେଳେ କୋରାପୁଟରେ ଉତ୍ପାଦିତ ଦ୍ରବ୍ୟ ଏଠାକାର ଅଧିବାସୀଙ୍କୁ ସ୍ୱାବଲମ୍ବୀ କରିଛି । ଓରମାସ ଓ କାଫକୋର ସହଯୋଗରେ ଜିଲ୍ଲାରେ ଆଦିବାସୀ ମହିଳାମାନେ ଝାଡୁ, ତେନ୍ତୁଳି, ଖଲି, ଅଦା ପ୍ରଭୃତିକୁ ନେଇ ବ୍ୟବସାୟ କରୁଥିବା ବେଳେ ବର୍ତ୍ତମାନ ହଳଦୀ ଓ ଲେମନ୍ ଗ୍ରାସ ତେଲକୁ ବ୍ୟବହାର କରି ଏଠାରେ ପ୍ରସ୍ତୁତ ହେଉଥିବା ହାତ ତିଆରି ସାବୁନ ଜାତୀୟ ସ୍ତରରେ ଚହଳ ପକାଇଛି ।


ଅନ୍ୟାନ୍ୟ ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଟେରାକୋଟା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରୁଛନ୍ତି । ହେଲେ କୋରାପୁଟ ଅଞ୍ଚଳର ଆଦିବାସୀ ମହିଳା ପାହାଡ଼ ପର୍ବତରେ ଘୁରିବୁଲି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଯେଉଁଭଳି ବ୍ୟକ୍ତିଗତ ଉନ୍ନତି ସହିତ ସାମୂହିକ ଅଗ୍ରଗତି କରିପାରୁଛନ୍ତି । ତାହା ଦେଖିବା ପାଇଁ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରୁ କିଛି ସ୍ୱୟଂ ସହାୟକ ମହିଳା କୋରାପୁଟ ଆସିଛନ୍ତି । ଏହି ମହିଳାମାନେ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିବା ସହ କୋରାପୁଟ ଜିଲ୍ଲର ମହିଳାମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ।

କୋରାପୁଟର ଆଦିବାସୀ ମହିଳାଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ପାଇଁ ଏକ ଉନ୍ନତ ମାନର ସ୍ଥାୟୀ ବଜାର ସୃଷ୍ଟି କରିବା ଦିଗରେ ପ୍ରୟାସ ଜରି ରହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ଅନୁଷ୍ଠିତ ମେଳାରେ ଏହି ସାମଗ୍ରୀ ଗୁଡିକର ବହୁତ ଚାହିଦା ରହିଛି ବୋଲି ଓରମାସର କୋରପୁଟ ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି ।


ଏହା ମଧିୟ ପଢନ୍ତୁୁ.....ଭୀମ ଭୋଇଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହୁଅନ୍ତୁ: ରାଷ୍ଟ୍ରପତି

ବିଶେଷ କରି ଏଠାକାର ଆଦିବାସୀ ମହିଳାଙ୍କ ମଧ୍ୟରେ ସଂଗଠିତ ହୋଇ ଏକ ମନ ପ୍ରାଣରେ ଉତ୍ପାଦ ଗୁଡିକର ପ୍ରକ୍ରିୟାକରଣ ତଥା ବଜାରୀକରଣରେ ସକ୍ରିୟ ଅଂଶଗ୍ରହଣ କରିବା ସମସ୍ତଙ୍କୁ ଅଭିଭୂତ କରିଥିବା ସେମାନେ କହିଛନ୍ତି । ବୋରିଗୁମ୍ମାର ଉତ୍ପାଦ ବଜାର , ଲକ୍ଷ୍ମୀପୁର ବ୍ଲକରେ ପ୍ରସ୍ତୁତ ହେଉଥିବା ହଳଦୀ ସାବୁନ ଓ କୋଟିଆର ଝାଡୁ ଭଳି ଉତ୍ପାଦ ଓ ଉତ୍ପାଦନ ପ୍ରକ୍ରିୟା ଦେଖିବା ପାଇଁ ପୁରୀର ମହିଳାମାନେ ସେହି ସ୍ଥାନଗୁଡିକୁ ଯାଇ ସେଠାକାର ଆଦିବାସୀ ମହିଳାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

ଲକ୍ଷ୍ମୀପୁର ବ୍ଲକରେ ଏକ ନିରୋଳା ପାହାଡର ପାଦଦେଶରେ ଥିବା ଟିମାଝୋଲା ଗାଁରେ ଲୋକଙ୍କ ଜୀବନକୁ ସରସ ସୁନ୍ଦର କରିଛି ହଳଦୀ ଚାଷ । ଗାଁର ଶହେ ପରିବାର ମଧ୍ୟରୁ ଅଧିକାଂଶ ହଳଦୀ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ବର୍ଷକୁ ଦୁଇଥର ଅମଳ ହେଉଥିବା ଯୋଗୁଁ ହଳଦୀ ଚାଷ କରି ବେଶ ଦୁଇ ପଇସା ଅର୍ଜନ କରୁଛନ୍ତି ଗାଁ ଲୋକେ ।

ସେହିପରି ଜିଲ୍ଲାର ବିଭିନ୍ନ ଅଞ୍ଚଳର ପାହାଡ଼ ପର୍ବତରେ ପ୍ରାକୃତିକ ଭାବେ ଝାଡୁ ତିଆରି ହୋଇ ଆସୁଥିବା ବେଳେ ବର୍ତ୍ତମାନ କୋରାପୁଟ ଝାଡୁର ଚାହିଦା ବଢିବାରେ ଲାଗିଛି । ତେଣୁ କୋଟିଆ ଭଳି ପାର୍ବତ୍ୟ ଇଲାକାରେ ଆଦିବାସୀମାନେ ଝାଡୁ ଚାଷ କରିବା ଆରମ୍ଭ କରିଛନ୍ତି । ସୁକୁମାରୁ ଆସିଥିବା ମହିଳା ମାନେ ଏସବୁ ବିଷୟରେ ଆଦିବାସୀ ମହିଳାଙ୍କ ସହ ଆଲୋଚନା କରିଥିଲେ । ସେହିପରି ଆଦିବାସୀ ମହିଳା ମାନେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ମିଲେଟ ଜାତୀୟ ଖାଦ୍ୟଶସ୍ୟକୁ ନେଇ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିପାରୁଥିବା ଦେଖି ପ୍ରଶଂସା କରିଥିଲେ ସୁକୁମା ଜିଲ୍ଲାରୁ ଆସିଥିବା ଦଳର ମୁଖ୍ୟ ସଂଯୋଜକ ରଶ୍ମି ଚନ୍ଦ୍ରବଂଶୀ ।



ଇଟିଭି ଭାରତ,କୋରାପୁଟ

Last Updated : Mar 3, 2024, 2:46 PM IST

ABOUT THE AUTHOR

...view details