ଓଡିଶା

odisha

ETV Bharat / state

ଶିମିଳିପାଳ ଫେରିବ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ ସହ ସରିଲା ଅପରେସନ - TIGRESS ZEENAT

ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗରେ ଘୁରି ବୁଲୁଥିଲା ବାଘୁଣୀ । ମଇଁଷୀ ଲୋଭରେ ପଡ଼ି ବନ ବିଭାଗ ଜାଲରେ ଫସିଲା ।

Tigress Zeenat
Tigress Zeenat (ETV Bharat Odisha)

By ETV Bharat Odisha Team

Published : Dec 30, 2024, 12:00 PM IST

କୋଲକାତା: ଶେଷରେ ଜୀନତ ଫେରିବ ଶିମିଳିପାଳ । ସମସ୍ତଙ୍କୁ ଚକମା ଦେଇ ଏଣେ ତେଣେ ଘୁରି ବୁଲୁଥିଲା ବାଘୁଣୀ ଜୀନତ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରୁ ଝାଡଖଣ୍ଡକୁ ଛୁ ମାରିଥଲା । ଆଉ ତା' ପରେ ବୁଲି ବୁଲି ପହଞ୍ଚିଥିଲା ପଶ୍ଚିମବଙ୍ଗରେ । ଜୀନତକୁ ଫେରାଇ ଆଣିବା ବନ ବିଭାଗ ପାଇଁ କାଠିକର ପାଠ ହୋଇଥିଲା । ଶେଷରେ କୌଶଳ କ୍ରମେ ବନବିଭାଗ ପାଇଛି ସଫଳତା । ବନ କର୍ମଚାରୀମାନେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସକ୍ଷମ ହୋଇଛନ୍ତି ।

ଜୀନତକୁ ଧରିବାକୁ ଅପରେସନ:

ଅପରେସନରେ ଲାଗିଥିଲେ ୩ଟି ଟିମ୍ । ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ୩ଟି ରାଜ୍ୟର 120 ଜଣ ଏହି ଅପରେସନରେ ସାମିଲ ଥିଲେ । ରବିବାର ପଶ୍ଚିମବଙ୍ଗ ବାଙ୍କୁଡ଼ା ଜଙ୍ଗଲରେ ଜୀନତକୁ ଟ୍ରାଙ୍କୁଲାଇଜ୍‌ କରାଯାଇ କାବୁ କରାଯାଇଥିଲା । ପରେ ତାକୁ ସ୍ବତନ୍ତ୍ର ଯନ୍ତାରେ ରଖାଯାଇଥିବା ବେଳେ, ପୁଣି ଥରେ ଶିମିଳିିପାଳ ଅଭୟାରଣ୍ୟକୁ ଅଣାଯିବ ।

Tigress Zeenat Finally Caged In West Bengal To Back To Similipal (ETV Bharat Odisha)

ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିଲା ଜୀନତ:

ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଜୀନତକୁ ଅଣାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ହିଁ ଜୀନତ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା । ନଭେମ୍ବର ୧୫ରେ ଜୀନତକୁ ଶିମିଳିପାଳ ଚହଲା ନିକଟ ସପ୍ଟ ଏନକ୍ଲୋଜରରେ ରଖାଯାଇଥିଲା । ସେଠାରେ ଜୀନତ ବାରହା ଶୀକାର ମଧ୍ୟ କରିଥିଲା ।

Tigress Zeenat (ETV Bharat Odisha)

ଝାଡ଼ଖଣ୍ଡ ଚାଲି ଯାଇଥିଲା ଜୀନତ:

୧୫ ନଭେମ୍ବର ସକାଳ ସମୟରେ ଶିମିଳିପାଳ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ଜୀନତକୁ ଛଡ଼ା ଯାଇଥିଲା । ସେହି ଏନକ୍ଲୋଜର ମଧ୍ୟରେ ବାଘୁଣୀ ଜୀନତ ୩ଟି ବାରହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡାଯାଇଥିଲା । ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରେ ବାଘୁଣୀ ଜୀନତକୁ ଛାଡ଼ିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ । ହେଲେ ଡିସେମ୍ବର ୯ ତାରିଖରେ ସେହିଠାରୁ ସେ ଝାଡ଼ଖଣ୍ଡ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡ଼ିଥିଲା । ଦୀର୍ଘ ୨୧ ଦିନ ପରେ ଡିସେମ୍ବର ୨୯ ତାରିଖରେ ଜୀନତକୁ ପଶ୍ଚିମବଙ୍ଗ ବାଙ୍କୁରାରେ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନ ବିଭାଗ ।

ଏହା ବି ପଢନ୍ତୁ...ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ

ଏହା ବି ପଢନ୍ତୁ...ଶିମିଳିପାଳ ଲେଉଟିଲା ଯମୁନା; ଖୁବଶୀଘ୍ର ଫେରିବ ଜୀନତ୍‌, ଟ୍ରାଙ୍କୁଲାଇଜ କରି ଅଣାଯିବ - TIGRESS ZEENAT

ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ:

ଜୀନତ ରାଇରଙ୍ଗପୁର ଓ ବିଶୋଇ ରେଞ୍ଜ ଦେଇ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ ପ୍ରବେଶ କରିଥିଲା । ଝାଡ଼ଖଣ୍ଡର ଚାକୁଳିଆ ନିକଟସ୍ଥ ଚିଆବାନ୍ଦି ଜଙ୍ଗଲରେ ରହିଥିବା ବେଳେ ଟ୍ରାଙ୍କୁଲାଇଜ କରିବା ଉଦ୍ଦେଶ୍ୟରେ ଜୀନତକୁ ଶିକାର ପାଇଁ ମଇଁଷି ବାଛୁରୀ ଦିଆଯାଇଥିଲା । ହେଲେ ବାଘୁଣୀ ଜୀନତ ମଇଁଷିକୁ ଶିକାର କରି ନିଜ ଆହାର ବନେଇ ପାରି ନଥିଲା । ଫଳରେ ଭୋକରେ ଥିବା ଜୀନତକୁ ସେଠାରେ ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇପାରି ନଥିଲା । ବାଘୁଣୀ ଜୀନତ ଝାଡ଼ଖଣ୍ଡରୁ ଶିମିଳିପାଳ ଅଭୟାରଣ୍ୟ ଫେରିବା ବଦଳରେ ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲକୁ ପଳେଇ ଯାଇଥିଲା । ବନ ବିଭାଗକୁ ଚକମା ଦେଇ ଜୀନତ ପଡୋଶୀ ରାଜ୍ୟର ଜଙ୍ଗଲରେ ଘୁରି ବୁଲୁଥିଲା । ତାର ଗଳାରେ ଏକ ରେଡିଓ-କଲାର ଲାଗିଥିଲେ ସୁଦ୍ଧା ଘଞ୍ଚ ଜଙ୍ଗଲରେ ନେଟଓ୍ବର୍କ ସମସ୍ୟା ପାଇଁ ତାର ନିର୍ଦ୍ଦିଷ୍ଟ ଅବସ୍ଥାନ ସମ୍ପର୍କରେ ତଥ୍ୟ ହାସଲ କରିବା ବନ ବିଭାଗ ପାଇଁ କଷ୍ଟକର ବ୍ୟାପାର ହୋଇପଡିଥିଲା । ବାଘୁଣୀ ଜୀନତକୁ ବନ ବିଭାଗ ଟିମ୍‌ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍‌ କରିଛି । ଜଙ୍ଗଲରେ ଜୀନତକୁ ଦୁଇଟି ମଇଁଷିର ଲୋଭ ଦେଖାଇଥିଲା ବନ ବିଭାଗ । ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀମାନେ ତାକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସକ୍ଷମ ହୋଇଛନ୍ତି । ଜୀନତକୁ କାବୁ କରାଯିବା ପରେ ସ୍ବତନ୍ତ୍ର ଯନ୍ତାରେ ରଖାଯାଇଛି ।

ଏହା ବି ପଢନ୍ତୁ...ନାକେଦମ କଲାଣି ବାଘୁଣୀ ଜୀନତ,'GPS ନେଟୱର୍କ ନଥିବାରୁ ହୋଇପାରୁନି ଟ୍ରାଙ୍କୁଲାଇଜ'

ABOUT THE AUTHOR

...view details