ଓଡିଶା

odisha

ETV Bharat / state

‘କୋଟିଆ-ସ୍ବାଭିମାନ ଅଞ୍ଚଳରେ ସୁରୁଖୁରୁରେ ଚାଲିଛି ମତଦାନ, ସବୁ ବୁଥରେ ହୋଇଛି ବିଦ୍ୟୁତ ସଂଯୋଗ’ - CEO Press Meet

First Phase Election: ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ 9ଟା ସୁଦ୍ଧା ରାଜ୍ୟରେ ହାରାହାରି 9.23 ପ୍ରତିଶତ ମତଦାନ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : May 13, 2024, 11:48 AM IST

ସୁରୁଖୁରୁରେ ଚାଲିଛି ମତଦାନ (ETV Bharat Odisha)

ଭୁବନେଶ୍ବର:ଆଜି ରାଜ୍ୟର 4 ଲୋକସଭା ଓ 28 ବିଧାନସଭା ଆସନରେ ଜାରି ରହିଛି ମତଦାନ ।ସକାଳ 9ଟା ସୁଦ୍ଧା ରାଜ୍ୟରେ ହାରାହାରି 9.23 ପ୍ରତିଶତ ମତଦାନ ହୋଇଛି । ମାଲକାନଗିରିର ସ୍ୱାଭିମାନ ଓ କୋରାପୁଟର କୋଟିଆରୁ ଭଲ ଖବର ଆସିଛି । ଉଭୟ ଅଞ୍ଚଳରେ ମତଦାନ ସୁରୁଖୁରୁରେ ଚାଲିଛି । ସବୁ ବୁଥରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାରେ ସକ୍ଷମ ହୋଇଛୁ । କିଛି ଅଞ୍ଚଳରେ ସ୍ଥାନୀୟ ସମସ୍ୟାକୁ ନେଇ ଲୋକେ ଭୋଟ ବର୍ଜନ କରିଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ରାଜ୍ୟରେ ସକାଳ 9ଟା ସୁଦ୍ଧା ହାରାହାରି 9.23 ପ୍ରତିଶତ ମତଦାନ ହୋଇଛି । କଳାହାଣ୍ଡିରେ 9.33 ପ୍ରତିଶତ ମତଦାନ ହୋଇଛି । ସେହିପରି ବ୍ରହ୍ମପୁରରେ 7.80 ପ୍ରତିଶତ, କୋରାପୁଟରେ 10.59 ପ୍ରତିଶତ ଓ ନବରଙ୍ଗପୁରରେ 9.25 ପ୍ରତିଶତ ମତଦାନ ହୋଇଛି । ସ୍ୱାଭିମାନ ଅଞ୍ଚଳରେ ଥିବା 23 ବୁଥରେ ସୁରୁଖୁରୁରେ ମତଦାନ ହେଉଛି । କୋଟିଆରେ ଥିବା 9ଟି ବୁଥରେ ହାରାହାରି 10 ପ୍ରତିଶତ ମତଦାନ ହୋଇଛି । ସୁରୁଖୁରୁରେ ମତଦାନ ଚାଲିଛି । ଜୟପୁରରେ 15.5 ପ୍ରତିଶତ, ଉମରକୋଟରେ 13 ପ୍ରତିଶତ ଝରିଗାଁରେ 12.1 ପ୍ରତିଶତ, ଜୁନାଗଡ଼ରେ 11 ପ୍ରତିଶତରୁ ଅଧିକ ମତଦାନ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଜାରି, ସକାଳ 9ଟା ସୁଦ୍ଧା 9.25 ପ୍ରତିଶତ ମତଦାନ - ODISHA ELECTION 2024 FIRST PHASE

ଅପରପକ୍ଷେ, କେତେକ ସ୍ଥାନୀୟ ସମସ୍ୟା ନେଇ ଲୋକେ ଭୋଟ ବର୍ଜନ କରିଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଏପର୍ଯ୍ୟନ୍ତ 65 ବାଲାଟ ୟୁନିଟ ପରିବର୍ତ୍ତନ ହୋଇଛି । 83 କଣ୍ଟ୍ରୋଲ ୟୁନିଟ ପରିବର୍ତ୍ତନ ହୋଇଛି । ସେହିପରି ଭିଭିପାଟ 110 ୟୁନିଟ ପତିବର୍ତ୍ତନ ହୋଇଛି । ମକପୋଲ ସମୟରେ ଅଧିକାଂଶ ପରିବର୍ତ୍ତନ ହୋଇଛି । ତ୍ରୁଟି ଅଭିଯୋଗ ଆସିଲେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟ ସଜାଡିବା ବଦଳରେ ପରିବର୍ତ୍ତନ କରାଯାଏ । ସବୁ ବୁଥରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାରେ ସକ୍ଷମ ହୋଇଛୁ । କିଛି ବୁଥରେ ସୋଲାର ବିଦ୍ୟୁତ ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details