ଭବାନୀପାଟଣା: ପଞ୍ଜୁରୀ ଭିତରେ କରାଯାଉଛି ମାଛ ଚାଷ । କଳାହାଣ୍ଡି ଜିଲ୍ଲାରେ ସ୍ବାବଲମ୍ବୀ ହେଉଛନ୍ତି ଚାଷୀ । ଭାସମାନ ଜେଟି ଓ ଜାଲରେ ତିଆରି ହୋଇଛି ଫିସିଂ କେଜ । ମତ୍ସ୍ୟ ବିଭାଗର ସହାୟତାରେ କରାଯାଉଛି କେଜ୍ କଲଚର୍ ଫାର୍ମିଂ । ଇନ୍ଦ୍ରାବତୀ ଜଳଭଣ୍ଡାରରେ ପ୍ରସ୍ତୁତ ହୋଇଛି ବୃତ୍ତାକାର ଓ ଆୟତ୍ତାକାର ପଞ୍ଜୁରୀ । ଏଥିରେ କ୍ୟୁବିକ୍ ମିଟର ପ୍ରତି 30ରୁ 40 କେଜି ମାଛ ଉତ୍ପାଦନ ହୋଇପାରିବ।
କଳାହାଣ୍ଡିର ଇନ୍ଦ୍ରାବତୀ ଜଳଭଣ୍ଡାରରେ କରାଯାଉଛି କେଜ କଲଚର୍ ଫାର୍ମିଂ । ମତ୍ସ୍ୟ ବିଭାଗର ସହାୟତାରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ କେଜ୍ କଲଚର୍ ଫାର୍ମିଂ ଆରମ୍ଭ ହୋଇଛି । ପଞ୍ଜୁରୀ ଭିତରେ ମାଛ ଚାଷ କରାଯାଉଛି । କଥାଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ । ତେବେ ଆଦିବାସୀ ଅଦ୍ଧ୍ୟୁସିତ କଳାହାଣ୍ଡି ଜିଲ୍ଲାରେ ଏବେ ପଞ୍ଜୁରୀ ଭିତରେ ମାଛ ଚାଷ କରି ସ୍ୱାବଳମ୍ବୀ ହୋଇପାରିବେ ଚାଷୀ । ଜିଲ୍ଲାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ତଥା ମତ୍ସ୍ୟ ସମବାୟ ସମୀତି, ମହିଳା ସ୍ୱୟଂ ସହାୟକା ଗୋଷ୍ଠୀମାନଙ୍କର ଆୟ ବୃଦ୍ଧି ଓ ଜୀବନ ଜୀବିକା ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ଅଭିନବ ପ୍ରୟାଶ କରାଯାଇଛି । ପ୍ରଥମ ପର୍ଯ୍ୟୟରେ ଥୁଆମୂଳ ରାମପୁରର ସାନଛତ୍ରଙ୍ଗର ଇନ୍ଧ୍ରାବତୀ ଜଳଭଣ୍ଡାରରେ ଗୋଟିଏ ବୃତ୍ତାକାର ଓ ଦୁଇଟି ଆୟତ୍ତାକାର ପଞ୍ଜୁରୀ ସ୍ଥାପିତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ..... ଚର୍ଚ୍ଚାରେ କୋରାପୁଟ ମହିଳା ଚାଷୀ ହୀରା, ସମନ୍ୱିତ ଚାଷ କରି ହେଲେ ସ୍ୱାବଲମ୍ବୀ