ଭଦ୍ରକ: ବ୍ରାଉନସୁଗର କାରବାରର ପର୍ଦ୍ଦାଫାସ । ପୋଲିସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉବେଳେ ଜଣାପଡିଲା ସତ । ବ୍ରାଉନସୁଗର ସହ ପୁଳାପୁଳା ଟଙ୍କା ଜବତ ହୋଇଛି ।
ବ୍ରାଉନସୁଗର କାରବାର ଅଭିଯୋଗରେ ରେଡ୍:
Brownsugar And Money Seized (ETV Bharat Odisha) ଭଦ୍ରକ ଟାଉନ ଥାନା ଅଧୀନସ୍ଥ ଏଲଖା ନୟାନଗର ଅଞ୍ଚଳରେ ବ୍ରାଉନସୁଗର ବେପାର କରୁଥିବା ସନ୍ଦେହରେ ଜଣେ ମହିଳାଙ୍କ ଘରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା ସହିତ କିଛି ବ୍ରାଉନସୁଗର ଜବତ କରାଯାଇଛି । ତେବେ ଏହି ଘରୁ ବାହାରି ଥିବା ପୁଳା ପୁଳା ଟଙ୍କାକୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ଗଣତି କରାଯାଇଥିଲା । ସୂଚନା ଅନୁଯାୟୀ, ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗର କାରବାର ବଢ଼ିବାରେ ଲାଗିଛି । ଏନେଇ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ କୌଣସି ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଆଜି ଏଠାରେ ଚଢାଉ କରିଛି । ତେବେ ଏହି ଚଢାଉ ସମୟରେ ସେହି ଘରେ କେବଳ ଜଣେ ମହିଳା ଥିଲେ ଏବଂ ସେ ଭଡା ନେଇ ସେଠାରେ ରହୁଥିଲେ ବୋଲି ଜଣାପଡିଛି ।
Brownsugar And Money Seized (ETV Bharat Odisha) ଏହା ବି ପଢନ୍ତୁ...ଫିକା ପଡିବ ନିଶା ମାଫିଆଙ୍କ ନୂଆବର୍ଷ ପ୍ଲାନ୍, ଧରାପଡ଼ିଲା ମାଛ ଗାଡିରେ ଡ୍ରଗ୍ସ ଚାଲାଣ
ଏହା ବି ପଢନ୍ତୁ...ରାଜଧାନୀରେ ଧଳାଜହର; ବ୍ରାଉନସୁଗାର ବେପାରରେ କଲେଜ ଛାତ୍ରଛାତ୍ରୀ, ସୁନ୍ଦରୀ ତରୁଣୀଙ୍କ ସହ 2ଜଣଙ୍କୁ ଧରିଲା ଅବକାରୀ ଟିମ୍, 28ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ - Brown Sugar Trade in Bhubaneswar
ମାଷ୍ଟରମାଇଣ୍ଟକୁ ଖୋଜୁଛି ପୋଲିସ:
ପରବର୍ତ୍ତୀ ସମୟରେ ଘରର ଖାନତଲାସି କରାଯିବା ପରେ କିଛି ବ୍ରାଉନସୁଗର ଏବଂ ବିଭିନ୍ନ ସ୍ଥାନରେ ଥିବା ପୁଳା ପୁଳା ଟଙ୍କା ବାହାରିଥିବା ସୂଚନା ଦେଇଛି । ଯାହାକୁ ନେଇ ତଲାସି କରୁଥିବା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଟଙ୍କା ସବୁକୁ ଏକତ୍ରିତ କରି ଏକ ଟଙ୍କା ଗଣିବା ମେସିନ ଜରିଆରେ ଗଣତି ଆରମ୍ଭ କରାଯାଇଥିଲା । ଅନ୍ୟପଟେ ସମ୍ପୃକ୍ତ ମହିଳାଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।" ଏହି ଘଟଣା ପଛରେ ଥିବା ମାଷ୍ଟରମାଇଣ୍ଡ କିଏ ସେ ଦିଗରେ ମଧ୍ୟ ପୋଲିସ ପକ୍ଷରୁ ଜୋରଦାର ଛାନଭିନ ଆରମ୍ଭ ହୋଇଛି। ଏହି ତଦନ୍ତ ପ୍ରକ୍ରିୟା ସରିବା ପରେ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ତଥ୍ଯ ପ୍ରଦାନ କରାଯିବ" ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପଦ ଦେଇଥିବା ସୂଚନା ଅନୁଯାୟୀ, 25 ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଗଣତି ସରିଥିବାବେଳେ ବ୍ରାଉନସୁଗରର ପରିମାଣ ସ୍ପଷ୍ଟ ହୋଇନାହିଁ।
ଇଟିଭି ଭାରତ, ଭଦ୍ରକ