ଭୁବନେଶ୍ୱର:ଗିରଫ ହେଲେ ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ବସନ୍ତ ମହାପାତ୍ର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗତକାଲି(ଗୁରୁବାର) ଚଢାଉ କରିଥିବା ବେଳେ ଆଜି(ଶୁକ୍ରବାର) ଗିରଫ କରିଛି ଭିଜିଲାନ୍ସ । ଗତକାଲିଠାରୁ ତାଙ୍କ ବାସଭବନ ଓ ସମ୍ପର୍କୀୟଙ୍କ ବାସଭବନ ସମେତ 10ଟି ସ୍ଥାନରେ ରେଡ୍ କରି ତାଙ୍କ ନିକଟରୁ ପାଖାପାଖି 19 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଏହି ସମ୍ପତ୍ତି ମଧ୍ୟରେ କେବଳ 14 କୋଟି 50 ଲକ୍ଷ ଟଙ୍କାର ରହିଛି କେବଳ ଫ୍ଲାଟ୍ ।
ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ ମହାପାତ୍ରଙ୍କର ଫ୍ଲାଟ ସଉକିନ ଥିଲେ । ଭୁବନେଶ୍ୱରଠାରୁ ନେଇ ବେଙ୍ଗାଲୁରୁ ପର୍ଯ୍ୟନ୍ତ ତାଙ୍କର ଏକାଧିକ ଫ୍ଲାଟ ରହିଛି । 2 କୋଟି ଟଙ୍କାର ଉତ୍କଳ କନିକା ଗ୍ୟାଲେରିଆରେ ଏକ ସଂପି ମଲ୍ ରହିଛି । କଳ୍ପନା ସ୍ଥିତ ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଏକ ଫ୍ଲାଟ ରହିଛି । କଳାରାହାଙ୍ଗ ଅଞ୍ଚଳରେ ଜେଡ୍-1 ଇଷ୍ଟେଟ ଆଇକନିକ୍ରେ 5 ବିଏଚ୍କେ ଫ୍ଲାଟ୍ ପାଇଁ ଅଗ୍ରୀମ 1.35 କୋଟି ଟଙ୍କା ଦେଇଥିବା ଭିଜିଲାନ୍ସ ସୂଚନା ଦେଇଛି । ଆଉମଧ୍ୟ ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ୱେଷ୍ଟ୍ ଆଣ୍ଡ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍ ରହିଛି । ରଙ୍ଗମାଟିଆ ହରପ୍ରିୟା ଏନ୍କ୍ଲେଭରେ ମଧ୍ୟ ଏକ ଦାମି ଫ୍ଲାଟ ଠାବ ହୋଇଛି । ସେହିପରି ପାହାଳଠାରେ ଉତ୍କଳ ସିଗ୍ନେଚରରେ ରହିଛି ବିଳାସମୟ ଫ୍ଲାଟ୍ । ଏସବୁକୁ ମିଶାଇ ଆକଳନ କଲେ ଆରଟିଓ ବାବୁ 14 କୋଟି 50 ଲକ୍ଷର କେବଳ ଫ୍ଲାଟ୍ କିଣିଥିବା ନେଇ ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ.. କୋଟିପତି RTO: ୧୦ ସ୍ଥାନରେ ଭିଜିଲାନ୍ସ ରେଡ୍, ଆଖି ଲାଖିଲା ଭଳି ସମ୍ପତ୍ତି ଠାବ