ଭୁବନେଶ୍ୱର:ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ କଣ୍ଠର ଯାଦୁରେ ଝୁମିଲା ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା । ସୋନୁଙ୍କ ସ୍ୱରର ତାଳେ ତାଳେ ନାଚିଲେ ରାଜଧାନୀବାସୀ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା ଥିଲା ଖୁବ୍ ନିଆରା ଓ ରୋମାଞ୍ଚକର । ସନ୍ଧ୍ୟାରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମଙ୍କର ଜଲଓ୍ୱା ଦେଖିବାକୁ ମିଳିଥିଲା । ଆଇ ଲଭ୍ ୟୁ... ଜୟ ଜଗନ୍ନାଥ... କହି ରାଜଧାନୀ ବାସିନ୍ଦାଙ୍କ ମନ କିଣିନେଇଥିଲେ ସୋନୁ । ଷ୍ଚେଜରେ ଉଭୟ ଓଡ଼ିଆ ଓ ହିନ୍ଦୀର ସୁପରହିଟ୍ ଗୀତଗୁଡିକୁ ଦର୍ଶକଙ୍କୁ ଭେଟି ଦେଇଥିଲେ ।
ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟା: ସୋନୁଙ୍କ ନିଗମଙ୍କ କଣ୍ଠର ଯାଦୁରେ ଝୁମିଲା ରାଜଧାନୀ - ସୋନୁ ନିଗମ
Ekamra Utsav: ଏକାମ୍ର ଉତ୍ସବର ଷଷ୍ଠ ସନ୍ଧ୍ୟାରେ ବଲିଉଡ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ କଣ୍ଠର ଯାଦୁରେ ନାଚିଲା ପୁରା ଭୁବନେଶ୍ୱର । ଓଡ଼ିଆ ଓ ହିନ୍ଦୀର ସୁପରହିଟ୍ ଗୀତରେ ମତୁଆଲା ହେଲେ ଦର୍ଶକ । ଅଧିକ ପଢନ୍ତୁ

Published : Feb 9, 2024, 7:49 AM IST
ସୋନୁ ନିଗମଙ୍କୁ ଦେଖିବାକୁ ରାଜଧାନୀ ବାସିନ୍ଦାଙ୍କ ଭିଡ ଜମିଥିଲା ଏକାମ୍ର ଉତ୍ସବରେ । ସିଟ୍ ଫୁଲ୍ ହେବା ସହ ଛିଡା ହୋଇ ମଧ୍ୟ ଦର୍ଶକ ତାଙ୍କୁ ଲାଇଭ ଦେଖିବାର ସୁଯୋଗ ହାତ ଛଡା କରିନଥିଲେ । ସେ ଓଡ଼ିଆ ଗୀତ ଚାଲ୍ ବେଗି ବେଗି ଯିବା ସଜନୀ, ଗୁଣ୍ଡିଚା ଡାକୁଛି ଆ, ମୃଦଙ୍ଗ ବଜିଲାରେ, ପୁଚୁକି ଗାଲି, ଗୋରୀ ଝୁମୁରୁ ଝୁମୁରୁ ତୋର ପାଦ ପାଉଁଜି ଆଦି ୫୦ରୁ ଊର୍ଦ୍ଧ୍ବ ସଙ୍ଗୀତରେ କଣ୍ଠଦାନ କରିଛନ୍ତି । ସେହି ସୁମଧୁର କଣ୍ଠରେ ହିଟ୍ ଓଡ଼ିଆ ଗୀତ ଗାଇଥିଲେ । ନନ୍ଦିଘୋଷରେ ତୁ ଥିବୁ , ପୁଚୁକିଗାଲି ଫେସନ ବାଲି, ମନସୂନ ଗୀତ ପରି ବାବୁ ଲୋକପ୍ରିୟ ଓଡ଼ିଆ ଗୀତ ଗାଇଥିଲେ । ଏଥିସହ ଜିନ୍ଦେଗୀ ହେ ଯେଶେ ବାରିସୋଁ କି ପାନି, ଆଜ୍ କାଲ୍ ମେରା ମନ୍, ଐସା ପେହଲି ବାର୍ ହୁଆ ହେ... ମୌସମ ହେ ମସ୍ତାନା, ହସ୍ ମତ୍ ପଗଲି ପ୍ୟାର୍ ହୋ ଯାଏଗା ଭଳି ଅନେକ ସୁପରହିଟ ହିନ୍ଦୀ ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ । ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ନିର୍ଦ୍ଧାରିତ ସମୟ ପରେ ବି ସ୍ଵରର ସୁମଧୁର ପିଆଲାରେ ବାନ୍ଧି ରଖିଥିଲେ ଉପସ୍ଥିତ ଦର୍ଶକଙ୍କୁ । ସମସ୍ତେ ଝୁମିଥିଲେ ଗାଇଥିଲେ ନାଚିଥିଲେ । ମୋଟାମୋଟି ଭାବେ ସନ୍ଧ୍ୟାଟି ବେଶ ଅଭୁଲା ସ୍ମୃତି ସାଇତି ଥିଲା ସମସ୍ତଙ୍କ ମନରେ ।
ଏହାମଧ୍ୟ ପଢନ୍ତୁ..ଏକାମ୍ର ଉତ୍ସବର ପଞ୍ଚମ ସନ୍ଧ୍ୟା: ସୋନା ମହାପାତ୍ର ଓ ଋତୁରାଜଙ୍କ ଗୀତରେ ଝୁମିଲେ ଦର୍ଶକ
ସେପଟେ ସନ୍ଧ୍ୟାରେ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଟ୍ୱିନ୍ ସିଟି କମିଶନର ସଞ୍ଜୀବ ପଣ୍ଡା, ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତ ଥିଲେ । ଉତ୍ସବ ଆରମ୍ଭରେ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଓ ସଞ୍ଚିତା ପ୍ରିୟଦର୍ଶିନୀଙ୍କ ଗୀତକୁ ଶ୍ରୋତା ଉପଭୋଗ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର