ଓଡିଶା

odisha

ETV Bharat / state

'ବିଜେଡି ଆହୁରି ମଜଭୁତ ହେବ, ବିରୋଧୀ ଦଳ ଭାବେ ସରକାରଙ୍କ ତ୍ରୁଟି ସାମ୍ନାକୁ କରିବୁ' - Kalikesh Singh Deo - KALIKESH SINGH DEO

Bolangir MLA Kalikesh Singh Deo: ପୁଣିଥରେ ବିଜେଡିର ଜାତୀୟ ମୁଖପାତ୍ର ନିଯୁକ୍ତ ହୋଇଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଦାୟିତ୍ବ ମିଳିବା ପରେ ସେ କହିଛନ୍ତି, ବିଜେଡି ଆହୁରି ମଜଭୁତ ହେବ । ବିରୋଧୀ ଦଳ ଭାବେ ଆମେ ସରକାରଙ୍କ ତ୍ରୁଟି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jul 9, 2024, 9:42 AM IST

ବଲାଙ୍ଗୀର:ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିର ସାଙ୍ଗଠନିକ ନବକଳେବର ହୋଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରମୁଖ ରାଜ୍ୟ କମିଟିକୁ ଭାଙ୍ଗି ନୂଆ ନେତାଙ୍କ ଦାୟିତ୍ବ ଦେଇଛନ୍ତି । ଯେଉଁଥିରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପୁଣି ବିଜେଡି ଜାତୀୟ ମୁଖପାତ୍ର ହୋଇଛନ୍ତି । ପୂର୍ବରୁ ଦଶ ବର୍ଷ ହେବ ସେ ଏହି ପଦବୀରେ ରହି ଆସିଥିବା ବେଳେ ଏଥର ପୁଣିଥରେ ତାଙ୍କୁ ସେହି ଦାୟିତ୍ବ ମିଳିଛି । ଏଥିପାଇଁ ସେ ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି, ବିଜେଡି ଆଗକୁ ଆହୁରି ମଜବୁତ ହେବ ଏବଂ ସରକାରକୁ ଫେରିବ ।

Bolangir MLA Kalikesh Singh Deo (ETV Bharat Odisha)

ସେପଟେ ବଲାଙ୍ଗୀର ଜିଲ୍ଲାରେ ଦୁର୍ବଳ ପଡିଥିବା ବିଜେଡ଼ି ଆଗକୁ ସ୍ଥିତି ସୁଧାରିବାରେ ସକ୍ଷମ ହେବ କି ପ୍ରଶ୍ନରେ କଳିକେଶ କହିଛନ୍ତି, ଆଗକୁ ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶା ଓ ସାରା ରାଜ୍ୟରେ ବିଜେଡି ସାଙ୍ଗଠନିକ କାର୍ଯ୍ୟ କରି ଦଳକୁ ଆହୁରି ମଜବୁତ କରିବ । ବିରୋଧୀ ଦଳ ଭାବରେ ସବୁ ଦାୟିତ୍ୱ ସମ୍ପାଦନ କରିବା ସହ ସରକାରଙ୍କ ତ୍ରୁଟି ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଦଳ ବଲାଙ୍ଗୀରରେ କେବେ ଦୁର୍ବଳ ନ ଥିଲା । ଏଠାରେ ୧୦ଟି ବ୍ଲକ ବିଜେଡି କବଜାରେ ରହିଛି । ସେହିପରି ଜିଲ୍ଲାପରିଷଦ ମଧ୍ୟ ବିଜେଡିର ଅଧିକ ଅଛନ୍ତି । ଗତ ବିଧାନସଭା ନିର୍ବାଚନରେ କିଛି ଓଲଟ ପାଲଟ ହୋଇଛି । ଯାହାର ସମୀକ୍ଷା ହେବ ବୋଲି ସେ କହିଛନ୍ତି । ଏହି ସମୟରେ ସେ ବିଜେପି ସରକାରକୁ ସମାଲୋଚନା କରି କହିଛନ୍ତି, ଏବେ ସରକାର କ'ଣ କାମ କରୁଛି ତାହା ଦେଖାଯାଉ ।

ବିଜେଡି ୨୪ ବର୍ଷର ଶାସନରେ ଓଡିଶା ପାଇଁ ବହୁ କାମ କରିଛି । ଏଠାରେ ୭୦ ପ୍ରତିଶତ ବିପିଏଲ ସଂଖ୍ୟା ଏବେ ୧୦ ପ୍ରତିଶତକୁ ଆସିଛି । ତେବେ ନୂଆ ସରକାର ଦେଇଥିବା ପ୍ରତିଶ୍ରୁତି ଧାନ ଦର ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା, ମାଗଣା ବିଜୁଳି, ଭତ୍ତା ୩ ହଜାର ଦେଉ ବୋଲି ସେ କହିଛନ୍ତି । ବିଜେଡି ଯାହା କରିଛି ତାହା ଲୋକେ ଜାଣିଛନ୍ତି । ନବୀନ ପଟ୍ଟନାୟକଙ୍କୁ ଲୋକେ ଭୁଲିବେ ନାହିଁ । ଆଗକୁ ପୁଣି ବିଜେଡି ସରକାର ଗଢିବ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ।

ଏହା ମଧ୍ୟ ପଢନ୍ତୁ: ବିଜେଡିର ନୂଆ କମିଟି ଗଠନ କରିବାକୁ ଯାଉଛନ୍ତି ନବୀନ, କେମିତି ରହିବ ସଂଗଠନର ରୂପରେଖ ? - Organizational Restructure of BJD

ବଲାଙ୍ଗୀର ଜିଲ୍ଲାରେ ବିଜେଡି ସ୍ଥିତି ଦୁର୍ବଳ ହୋଇପଡିଥିବା ବେଳେ ଏହାର ପ୍ରତିଫଳନ ସଦ୍ୟସମାପ୍ତ ନିର୍ବାଚନରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରାଜିତ ହୋଇଥିଲେ । ସେହିପରି ବଲାଙ୍ଗୀର ଜିଲ୍ଲା ବିଜେଡି ଦଳ ସଭାପତି ଥିବା ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ବହୁ ବ୍ୟବଧାନରେ ପରାଜିତ ହୋଇଥିଲେ । ସମାନ ଭାବରେ ଦଳର ସଚେତକ ସରୋଜ ମେହେର ଓ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା ମଧ୍ୟ ପରାଜିତ ହୋଇଥିଲେ । ଯାହା ସ୍ପଷ୍ଟ କରିଥିଲା ଯେ ଏଠି ବିଜେଡିର ସ୍ଥିତି ଓ ଲୋକପ୍ରିୟତା ଠିକ ନାହିଁ ବୋଲି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details