ଓଡିଶା

odisha

ETV Bharat / state

ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ, ଲାଗିଥିଲା ମୋବାଇଲ ଚୋରି ଅଭିଯୋଗ - STUDENT DEADBODY

ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ । ଛାତ୍ରୀଙ୍କ ନାଁରେ ମୋବାଇଲ ଚୋରି ଆରୋପ ଲାଗିଥିବା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପରିବାର ।

Suspicious Death
Suspicious Death (ETV Bharat Odisha)

By ETV Bharat Odisha Team

Published : 12 hours ago

ଭବାନୀପାଟଣା: ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ୍ । ମାଁ ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟ ହଷ୍ଟେଲରୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର।


ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର:
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଥିବା ମାଁ ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା । ଯେଉଁ ଘଟଣା ନେଇଛି ଭିନ୍ନ ମୋଡ। ମୋବାଇଲ ପାଇଁ ଝିଅର ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର । ଘଟଣାସ୍ଥଳରେ ପୋଲିସର ଛାନଭିନ ଆରମ୍ଭ । ସୂଚନା ଅନୁଯାୟୀ, ଜିଳ୍ଲାର ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଏକ ଗାଁର ଜଣେ ଝିଅ ମାଁ ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ ଇନ୍ଦ୍ରାବତୀ ଛାତ୍ରୀ ନିବାସରେ ରହି ପାଠ ପଢୁଥିଲେ । ଗତକାଲି (ବୁଧବାର) ମୋବାଇଲ ଫୋନକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ବୋଲି କୁହାଯାଉଛି । ଏହି ବଚସାକୁ କେନ୍ଦ୍ର କରି ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ମୃତ ଛାତ୍ରୀଙ୍କ ବାପା ଅଭିଯୋଗ ଆଣିଛନ୍ତି ।

ମୋବାଇଲ ଚୋରି ଅଭିଯୋଗ:

Suspicious Death (ETV Bharat Odisha)

ଗତକାଲି (ବୁଧବାର) ରାତିରେ ଫୋନ ଯୋଗେ ନିଜ ପରିବାର ସହିତ ଛାତ୍ରୀ ଜଣଙ୍କ କଥା ହୋଇଥିବା କହିଛନ୍ତି ପରିବାରଲୋକେ । ହେଲେ ହଠାତ ସକାଳୁ ସକାଳୁ ଛାତ୍ରୀ ନିବାସ ଉପର ମହଲାର ବାଥ୍ରୁମରେ ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ କଲେଜ ସୁପରିଟେଣ୍ଡେଣ୍ଟ ପରିବାର ଓ ପୋଲିସକୁ ଖବର ଦେଇଥିଲେ । ଝିଅକୁ ଯୋଜନାବଦ୍ଧ ଭାବର ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ସହିତ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥଲା। ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ପରିବାରଲୋକଙ୍କୁ ବୁଝାସୁଝା କରିବା ସହିତ ମୃତଦେହ ଉଦ୍ଧାର କରିଥିଲେ । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୃତ ଛାତ୍ରୀଙ୍କ ବାପାଙ୍କ ପ୍ରତିକ୍ରିୟା:

ମୃତ ଛାତ୍ରୀଙ୍କ ବାପା କହିଛନ୍ତି , "ଗତକାଲି ମୋ ଝିଅ ଆମର ଜଣେ ସମ୍ପର୍କୀୟଙ୍କ ଝିଅର ମୋବାଇଲ ନେଇ ବାହାରକୁ ଯାଇଥିଲା। ଆସିଲା ପରେ ତାକୁ ମୋବାଇଲ ଚୋରି କରିଛୁ ବୋଲି କହି ତାକୁ ନିର୍ଯାତନା ଦେଇ ହତ୍ୟା କରି ଦେଇଛନ୍ତି। ଯଦି ଗଣ୍ଡଗୋଳ ହେଲା ତେବେ ଅଭିଭାବକଙ୍କୁ କଲେଜ କର୍ତ୍ତୃପକ୍ଷ ଜଣାଇବା କଥା, କିନ୍ତୁ ଆମକୁ ଜଣାଇଲେ ନାହିଁ। ଆମକୁ ନ୍ୟାୟ ଦରକାର ବୋଲି ।" ସେପଟେ ଏନେଇ ଇନ୍ଦ୍ରାବତୀ ହଷ୍ଟେଲ ସୁପରିଟେଣ୍ଡଣ୍ଚ ରାଜଶ୍ରୀ ପ୍ରଧାନ କହିଛନ୍ତି , " ପିଲାଙ୍କ କହିବା କଥା ଯେ ଯେଉଁ ଝିଅର ଫୋନ ଚୋରି ହୋଇଥିଲା ତାହା ମିଳିଯାଇଛି । କିନ୍ତୁ ତା ପରେ କଣ ହେଇଛି ମୁଁ ଜାଣିନାହିଁ। ସେ ରୁମରେ ବି କାହା ସହିତ କଥା ହୋଇନାହିଁ।"

ଏହା ବି ପଢନ୍ତୁ...ବିବାହ ପାଇଁ ବାଧ୍ୟ କରୁଥିଲେ ମା’, ଜନ୍ମଦାତ୍ରୀକୁ ହତ୍ୟା ପରେ ଜୀବନ ହାରିଲା ପୁଅ ! - Angul Murder

ଏହା ବି ପଢନ୍ତୁ...ମେଡିକାଲ ପାଇଁ କରୁଥିଲେ NEET ପ୍ରସ୍ତୁତି, ପରୀକ୍ଷା ପୂର୍ବରୁ କୋଚିଂ ସେଣ୍ଟରରେ ହାରିଲେ ଜୀବନ

ଏମିତି କହିଲେ SDPO:
ଏନେଇ ଭବାନୀପାଟଣା ସଦର ଏସଡିପିଓ ଆଜିଙ୍କ୍ୟା ବାବୁରାଓ ମାନେ କହିଛନ୍ତି, "ଏକ ଦୁଃଖଦ ଘଟଣା ଘଟିଛି । ମା’ ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟର ଇନ୍ଦ୍ରାବତୀ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ମିଳିଛି । ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣା ସତ୍ୟାସତ୍ୟ ସାମ୍ନାକୁ ଆସିବ ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details