ଓଡିଶା

odisha

ETV Bharat / state

ଦରମା ବୃଦ୍ଧି ଦାବି, ମେୟରଙ୍କ ଘର ଆଗରେ ସ୍ୱଚ୍ଛସାଥୀଙ୍କ ବିକ୍ଷୋଭ - BMC Workers Protest

BMC Workers Protest in front of Mayor House: ମେୟରଙ୍କ ଘର ସମ୍ମୁଖରେ ବିଏମସି ସ୍ୱଚ୍ଛସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଦରମା ବୃଦ୍ଧି ନେଇ ମେୟରଙ୍କୁ ପ୍ରଦାନ କଲେ ଦାବିପତ୍ର । ଅଧିକ ପଢନ୍ତୁ

BMC Workers Protest
BMC Workers Protest

By ETV Bharat Odisha Team

Published : Mar 14, 2024, 10:35 AM IST

BMC Workers Protest

ଭୁବନେଶ୍ୱର: ଦରମା ବୃଦ୍ଧି ଦାବିରେ ମେୟରଙ୍କ ଘର ସମ୍ମୁଖରେ ବିଏମସି ସ୍ୱଚ୍ଛସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ଦିନର ଦାବି ପରେ ମାତ୍ର 1 ହଜାର ଟଙ୍କା ଦରମା ବୃଦ୍ଧି ହେବାରୁ ମେୟରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ସ୍ୱଚ୍ଛ ସାଥୀ । 4 ବର୍ଷ ହେବ ଏମାନେ ବିଏମସି ଅଧିନରେ କାର୍ଯ୍ୟ କରୁଥିବା ବେଳେ ଏମାନଙ୍କୁ ମାସିକ 7ହଜାର ଟଙ୍କା ପ୍ରଦାନ କରାଯାଉଥିଲା । ସହରରେ ଏମାନଙ୍କ କାର୍ଯ୍ୟ ଧାରାକୁ ଦରମା ବୃଦ୍ଧି ପାଇଁ ଦୀର୍ଘଦିନ ଧରି ପ୍ରୟାସ ଜାରି ରହିଥିଲା । ବିଏମସି ଏନେଇ ପ୍ରସ୍ତାବ ମଧ୍ୟ ଦେଇଥିଲା । ମଙ୍ଗଳବାର ସନ୍ଧ୍ୟା ସମୟରେ ଦରମା ବଢିଥିଲା । ମାତ୍ର ୧ ହଜାର ଟଙ୍କା ବୃଦ୍ଧି ହୋଇଥିବାରୁ ବର୍ଦ୍ଧିତ ଦରମାରେ ଅସନ୍ତୁଷ୍ଟ ହୋଇ ସର୍ବନିମ୍ନ 12-15 ହଜାର ଟଙ୍କା ଦରମା ପ୍ରଦାନ ପାଇଁ ଲିଖିତ ରୂପେ ମେୟରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ସ୍ବଚ୍ଛସାଥୀ ।

ଏହା ମଧ୍ୟ ପଢନ୍ତୁ-ଆନ୍ଦୋଳନକୁ ଓହ୍ଲାଇଲେ ଭୀମସାର ମେଡିକାଲ ଛାତ୍ରଛାତ୍ରୀ

ଦାବିପତ୍ର ଦେବା ସହ ସ୍ଵଚ୍ଛସାଥୀ ଅଭିଯୋଗ ଆଣିଛନ୍ତି ଯେ, ' ଆମେ ବିଏମସି ଅଞ୍ଚଳରେ ସକାଳୁ ସଞ୍ଜ ଯାଏଁ ଅନେକ କାମ କରୁଛୁ । କିନ୍ତୁ ଆମ ଦରମା ୧ ହଜାର ବଢୁଛି । ଗ୍ରାମାଞ୍ଚଳର ସ୍ୱଚ୍ଛସାଥୀ ଆମପରି କାମ ନକରୁଥିଲେ ବି ତାଙ୍କର ଦରମା ୪୦୦୦ ବଢ଼ିଲା । ଯାହାଦ୍ୱାରା ଉଭୟଙ୍କ ଦରମା ସମାନ ହେଲା କିନ୍ତୁ କାମ ସମାନ ହେଲା ନାହିଁ । ସମାନ କାମ ପାଇଁ ସମାନ ଦରମା ସରକାରଙ୍କର ଅଧିନିୟମ ରହିଛି । ସେହିକ୍ରମରେ ଆମ ପ୍ରତି ଅନ୍ୟାୟ ହୋଇଛି । ତେଣୁ ଆମେ ମେୟରଙ୍କ ସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଆମକୁ ୧୨ ହଜାରରୁ ୧୫ ହଜାର ମଧ୍ୟରେ ଦରମା ଦିଆଯାଉ । ଯାହାଦ୍ୱାରା ଆମେ ଆମ କାମର ସଠିକ ପାରିଶ୍ରମିକ ପାଇପାରିବୁ ।'

ଜଣେ ସ୍ୱଚ୍ଛସାଥୀ କହିଛନ୍ତି, ''ସ୍ୱଚ୍ଛସାଥୀମାନେ ସହର ସ୍ୱଚ୍ଛତାର ତଦାରଖ କରୁଥିବା ବେଳେ ଲୋକଙ୍କୁ ଅଳିଆ ପୃଥିକରଣର ସଚେତନ କରାଇବା ସହ ଅଳିଆ ଗାଡି ୱାର୍ଡରୁ ଅଳିଆ ନେଲାକି ନାହିଁ ୱାର୍ଡ ୱାର୍ଡ ବୁଲି ପଚାରିବା, ଡ୍ରାଇଭର ଓ ଗାଡିର ଖବର ରଖିବା , ସ୍ୱଚ୍ଛତା ଆପକୁ ଯାଞ୍ଚ କରିବା, ଅଳିଆ ଗଦାକୁ ଅଳିଆ ଯାଉଛିକି ନାହିଁ ଏହିଭଳି ଅନେକ କାର୍ଯ୍ୟ ବିଏମସି ଆମଦ୍ୱାରା ସମ୍ପାଦନା କରୁଛି । କିନ୍ତୁ କାମ ହିସାବରେ ପାରିଶ୍ରମିକ ମିଳୁନାହିଁ । ଏପରିକି ସ୍ୱଚ୍ଛସାଥୀଙ୍କୁ ରାତିଦିନ କାମରେ ଲଗାଉଥିବାରୁ ଛୁଟି ବି ଦିଆଯାଉନାହିଁ । ତେଣୁ ଏତେ ପରେ ବି ଯଦି ଆମ ଦରମା ୧ ହଜାର ବଢିବ ତାହା ଆମ ପାଇଁ କଷ୍ଟଦାୟକ । ସେଥିପାଇଁ ଆମେ ଅନୁରୋଧ କରୁଛି ଆମ ଦରମା ରାଜ୍ୟ ସରକାର ୧୨ ରୁ ୧୫ ହଜାର ମଧ୍ୟରେ କରିଲେ ଆମେ ଆମ ପାରିଶ୍ରମିକ ପାଇପାରିବୁ । ''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details