ଭୁବନେଶ୍ବର:ଓଡ଼ିଶାରେ ପୁଣି ଦେଖିବାକୁ ମିଳିଲା କଳା ବାଘ । ଏନେଇ ସୂଚନା ଦେଲେ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳାବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ତେବେ ୨୦୧୮ ମସିହାରେ ସୁନ୍ଦରଗଡ଼ ଜଙ୍ଗଲରେ ଏହି ବାଘ ଦେଖାଯାଇଥିଲା । ପୂର୍ବଥର ପରି ଏଥର ବି କ୍ୟାମେରାରେ କଏଦ ହେଲା କଳା ବାଘର ଫଟୋଚିତ୍ର ।
ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା । କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା । ଓଡ଼ିଶାରେ ଅନେକ ବନଖଣ୍ଡରେ କଳା କଲାରାପତିଆ ବାଘ ରହିଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାର ୩ଟି ବନଖଣ୍ଡ ଅଞ୍ଚଳରେ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ସମୟରେ କଳାବାଘର ଉପସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ରହିଛି । ତେବେ କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏପରି ବ୍ଲାକ ପାନ୍ଥର ଥିବା କୁହାଯାଉଛି ।
ଏହା ମଧ୍ୟ ପଢନ୍ତୁ- ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର, କ୍ୟାମେରାରେ କଏଦ ବିରଳ ଦୃଶ୍ୟ