ଓଡିଶା

odisha

ETV Bharat / state

ବିଜେପି ନେତାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତର ହେବ ପଲିଗ୍ରାଫ ଟେଷ୍ଟ - BJP WORKER DEATH CASE

ହାଇୱା ଚଢାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତର ତିନିଦିନିଆ ରିମାଣ୍ଡ ଅବଧି ଶେଷ । ପୁଣଇ ଥରେ ରିମାଣାଡରେ ଅଣାଯିବା ସହ ହେବ ପଲିଗ୍ରାଫ ଟେଷ୍ଟ ।

BJP WORKER DEATH CASE
BJP WORKER DEATH CASE (ETV BHARAT ODISHA)

By ETV Bharat Odisha Team

Published : 10 hours ago

ସମ୍ବଲପୁର: ଦୁଇ ବିଜେପି ନେତାଙ୍କ କାର ଉପରେ ହାଇୱା ଚଢାଇ ହତ୍ୟା କରିବା ଘଟଣା । ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ କୁମାର ଜେନାମଣିର ହେବ ପଲିଗ୍ରାଫ ଟେଷ୍ଟ । ଗତକାଲି 3 ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ସନ୍ଧ୍ୟାରେ କୋର୍ଟରେ ହାଜର କରିଥିଲା ପୋଲିସ । ପରେ ପୁଣି ଜେଲକୁ ପଠାଇ ଦିଆଯାଇଛି । ଆଗକୁ ପୁଣି ରିମାଣ୍ଡରେ ଅଣାଯିବ ଓ ତାର ପୋଲିଗ୍ରାଫ ଟେଷ୍ଟ ସହ ମାନସିକ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ-BJP ନେତାଙ୍କୁ ଟ୍ରକ ଚଢାଇ ହତ୍ୟା ମାମଲା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର - BJP WORKERS DEATH

ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି,'' ଅଭିଯୁକ୍ତର ପୋଲିଗ୍ରାଫ ଟେଷ୍ଟ ସହ ମାନସିକ ସ୍ଥିତି ଟେଷ୍ଟ ମଧ୍ୟ କରାଯିବ । ଏହି ଘଟଣାର ନିରପେକ୍ଷ ତଦନ୍ତ ହେବ ଏବଂ ଆଗକୁ ଅଭିଯୁକ୍ତକୁ ପୁଣି ରିମାଣ୍ଡ ରେ ଅଣାଯିବ । ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯାଇ ବହୁ ଗୁଡିଏ ଦିଗକୁ ନେଇ ପଚରାଉଚରା ଯାଇଛି ଓ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତତ୍ୱାବଧାନରେ ଏହି ତଦନ୍ତ ଚାଲିଛି । ଏହି ଘଟଣାକୁ ଆମେ ବୈଜ୍ଞାନିକ ତଥ୍ୟ ପ୍ରମାଣକୁ ଦେଖି ତଦନ୍ତ କରୁଛୁ ।

BJP WORKER DEATH CASE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣାରେ ୨ ବିଜେପି ନେତା ମୃତ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ - SAMBALPUR ACCIDENT

ସୂଚନା ଯୋଗ୍ୟ ଯେ, ଗତ ଥର କୋର୍ଟ ଚାଲାଣ ସମୟରେ ଅଭିଯୁକ୍ତ ଡ୍ରାଇଭର କହିଥିଲା ଯେ ସେ ଜାଣି ଶୁଣି ଦୁର୍ଘଟଣା କରି ନାହାଁନ୍ତି ବୋଲି । ଦୁଇ ବିଜେପି ନେତାଙ୍କ କାରକୁ 3 ଥର ଧକ୍କା ମାରିଥିବା ସ୍ୱୀକାର କରିଛି । ତାର କହିବା ଅନୁଯାୟୀ, ପ୍ରଥମେ ଗାଡି ଭାରସାମ୍ୟ ହରେଇ କାର ସହ ଧକ୍କା ହୋଇଥିଲା । ଦ୍ଵିତୀୟ ଥର ଆଖି ଲାଗିଯିବାରୁ ଧକ୍କା ହୋଇଥିଲା ଓ ତୃତୀୟ ଥର ଜାଣତରେ କାର ସହ ଧକ୍କା ହୋଇଥିଲା । ତେବେ ଅନ୍ୟପଟେ ଅଭିଯୁକ୍ତ ଡ୍ରାଇଭର ଏହା ମଧ୍ୟ କହିଥିଲେ ଯେ, ସେହି ରାତିରେ ତାଙ୍କ ସହ ଅନ୍ୟ ଏକ ମାରୁତି କାରର ଚାଳକ ଝଗଡା କରିଥିବା ସେ କହିଥିଲା । ତେବେ କେଉଁ କାରଣରୁ 2 ନେତାଙ୍କୁ ହତ୍ୟା କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଗତ ଶନିବାର ବିଳମ୍ବିତ ରାତିରେ ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପାଲି ନିକଟରେ ହାଇୱା ଧକ୍କାରେ ବିଜେପି କର୍ମୀ ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details