ଓଡିଶା

odisha

By ETV Bharat Odisha Team

Published : Mar 2, 2024, 10:42 PM IST

ETV Bharat / state

କଲେଜ ଛାତ୍ରୀ ହତ୍ୟା ଘଟଣା, ମୃତକଙ୍କ ପରିବାରକୁ ଭେଟିଲା ବିଜେପି ମହିଳା ମୋର୍ଚ୍ଚା

Student Murder Case: ଢେଙ୍କାନାଳରେ ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଢେଙ୍କାନାଳରେ ପହଞ୍ଚି ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି । ଅଧିକ ପଢନ୍ତୁ

Student Murder Case
Student Murder Case

Student Murder Case

ଢେଙ୍କାନାଳ:କଲେଜ ଛାତ୍ରୀ ହତ୍ୟା ଘଟଣା । ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଲେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ୧୦ଜଣିଆ ଟିମ୍ ମୃତକଙ୍କ ପରିବାରକୁ ଭେଟିଛନ୍ତି । ନାବାଳିକା କଲେଜ ଛାତ୍ରୀଙ୍କୁ ଏପରି ବିଭତ୍ସ ହତ୍ୟା ଘଟଣାରେ ହତ୍ୟାକାରୀ କିଏ ଓ ହତ୍ୟାକାଣ୍ଡର କାରଣ କ'ଣ ସେନେଇ ପୋଲିସର ତଦନ୍ତ ଅପେକ୍ଷାରେ ରହିଛନ୍ତି ଢେଙ୍କାନାଳବାସୀ । ଏପରିସ୍ଥଳେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଢେଙ୍କାନାଳ ଯାଇ ମୃତ ଛାତ୍ରୀଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ଼ଃ ଐଶ୍ୱିର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଉପସଭାନେତ୍ରୀ ରଶ୍ମି ପଟ୍ଟନାୟକ, ଢେଙ୍କାନାଳ ସଭାନେତ୍ରୀ ମମତା ସ୍ୱାଇଁ ପ୍ରମୁଖଙ୍କ ସମେତ ଜିଲ୍ଲା କର୍ମକର୍ତ୍ତା ପ୍ରମୁଖ ସାମିଲ ଥିଲେ। ଘଟଣା ସ୍ଥଳ ବୁଲି ଦେଖିବା ପରେ ଢେଙ୍କାନାଳ ଏସପିଙ୍କୁ ସାକ୍ଷାତ କରିଛନ୍ତି ଏହି ଟିମ୍।

ଏପରି ଅମାନୁଷିକ ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କ ନିକଟରେ ସେମାନେ ଦାବି କରିଛନ୍ତି । ନଚେତ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ମୁତାବକ, ଗତକାଲି (ଶୁକ୍ରବାର)ଜଣେ କଲେଜ ଛାତ୍ରୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ଛାତ୍ରୀଙ୍କ ମୃତଦେହ ଏକ କାଜୁ ଜଙ୍ଗଲରୁ ଠାବ କରାଯାଇଛି। ସଦର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ପୋଲିସ ଅନୁସନ୍ଧାନୀ କୁକୁର ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେପଟେ ମୃତଦେହ ନିକଟରେ ଏକ ରକ୍ତ ଭିକା ପଥର ଓ କିଛି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି। ପାଖରେ ଛାତ୍ରୀର କଲେଜ ବ୍ୟାଗ ଓ ପୋଷାକ ପଡିଥବା ଦେଖିବାକୁ ପାଇଥିଲା ପୋଲିସ। ଛାତ୍ରୀଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କୁ ବିଭତ୍ସ ହତ୍ୟା !

ମୃତ ଛାତ୍ରୀ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳର ହୋଇଥିବାବେଳେ ସେ ଗତକାଲି ଏକ ଘରୋଇ କୋଚିଂ ସେଣ୍ଟରକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଅଧା ବାଟରୁ କୁଆଡେ ନିଖୋଜ ହୋଇଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ତା ନମିଳିବାରୁ ସଦରଥାନା ଓ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ମଧ୍ୟ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲା। ଛାତ୍ରୀ ଜଣଙ୍କ କୋଚିଂ ସେଣ୍ଟରରୁ ବାହାରି ବଜାର ଦେଇ ପ୍ରଥମେ ସାଇକେଲରେ ଓ ପରେ ଚାଲିଚାଲି ଯାଉଥିବାର ସିସିଟିଭି ଫୁଟେଜ ମିଳିଥିଲା । ଆଜି ଅପରାହ୍ନରେ ଛାତ୍ରୀଙ୍କ ମୃତଦେହ ଘର ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଠାବ ହୋଇଛି । ଏନେଇ ପୋଲିସ ପାରିପାର୍ଶ୍ବିକ ସ୍ଥିତି ଓ ସମସ୍ତ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି l

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details