ଓଡିଶା

odisha

By ETV Bharat Odisha Team

Published : Apr 27, 2024, 9:31 PM IST

ETV Bharat / state

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ଚରମ ଚେତାବନୀ ଦେଲା ବିଜେପି - BJP Press Meet On Puri Srimandir

BJP Press Meet On Puri Srimandir: ରାଜ୍ୟ ସରକାର କଣ ପାଇଁ ଶ୍ରୀମନ୍ଦିରର ୪ ଦ୍ବାର ଖୋଲୁ ନାହାଁନ୍ତି ତାକୁ ନେଇ ପ୍ରଶ୍ନ କରିଛି ବିଜେପି । ଏପରିକି ଶ୍ରୀମନ୍ଦିରର ଚାରି ଦ୍ବାର ନଖୋଲିଲେ ଚରମ ପଦକ୍ଷେପ ନେବ ବୋଲି ବିଜେପି ଚେତାବନୀ ଦେଇଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଚାରିଦ୍ୱାର ନ ଖୋଲିବା ନେଇ ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେପି
ଶ୍ରୀମନ୍ଦିର ଚାରିଦ୍ୱାର ନ ଖୋଲିବା ନେଇ ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଶ୍ରୀମନ୍ଦିର ଚାରିଦ୍ୱାର ନ ଖୋଲିବା ନେଇ ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର: ଶ୍ରୀମନ୍ଦିରର ଚାରିଦ୍ବାର ନ ଖୋଲିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ବିଜେପିର ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି ଯେ, ଡହ ଡହ ଖରାରେ ମହାପ୍ରଭୁଙ୍କ ମନ୍ଦିର ଆଗରୁ ଯେଉଁ ଦୃଶ୍ୟ ଆସୁଛି ସମସ୍ତଙ୍କୁ ବ୍ୟଥିତ କରୁଛି । ରାଜ୍ୟ ସରକାର 2019ରେ 3 ଦ୍ବାର ବନ୍ଦ ପାଇଁ ନିଷ୍ପତ୍ତି ନେଲେ । ପରିକ୍ରମା ପ୍ରକଳ୍ପ ସରିବା ପରେ ଚାରି ଦ୍ବାର ଖୋଲିବୁ ବୋଲି କହିଥିଲେ ସରକାର । ହେଲେ ବିଜେଡି ସରକାର ଜଗନ୍ନାଥ ମନ୍ଦିରକୁ ଲୋକ ନ ଆସନ୍ତୁ ବୋଲି ଷଡଯନ୍ତ୍ର କରିଛି । ଅନ୍ୟ 3 ଦ୍ବାର ବନ୍ଦ କରି ମନ୍ଦିର ପାଖରେ ଅତ୍ୟଧିକ ଭିଡ଼ କରିବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି । ଏହା ସରକାରଙ୍କ ଦ୍ବାରା ପ୍ରାୟୋଜିତ ଅବ୍ୟବସ୍ଥା ବୋଲି ଅଭିଯୋଗ କରିଛି ବିଜେପି । ଦାନ ଅର୍ଥରେ ଯେଉଁ ଚାଉଳ ଆସିଥିଲା ଓ ଟଙ୍କା ଆସିଥିଲା ତାହା କୁଆଡେ ଗଲା ବୋଲି ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ।

ଲୁଙ୍ଗି ପିନ୍ଧା ପ୍ରବକ୍ତା କି ସାଂସଦ ନ କହି ଜଗନ୍ନାଥ ସଂସ୍କୃତି ମାନୁଥିବା ନେତା ସ୍ପଷ୍ଟୀକରଣ ରଖନ୍ତୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ବାରର ଧାର୍ମିକ ମହତ୍ତ୍ବ ରହିଛି । କେବଳ ସେତିକି ନୁହେଁ ସେହି ଚାରି ଦ୍ବାର ସମ୍ପୂର୍ଣ୍ଣ ଖୋଲା ରହିଲେ ଭକ୍ତମାନେ ସୁରୁଖୁରୁରେ ଜଗା ଦର୍ଶନ କରିପାରନ୍ତେ । କିନ୍ତୁ ଓଡ଼ିଶାରେ ଶାସନରେ ଥିବା ବିଜେଡିର ହିନ୍ଦୁ ବିରୋଧୀ ସରକାର ଚାହାନ୍ତି ନାହିଁ ଯେ, ଜଗା ଦର୍ଶନ ସୁରୁଖୁରୁରେ ହେଉ । ଆମର ପୂର୍ବପୁରୁଷମାନେ ଶ୍ରୀମନ୍ଦିର ନିର୍ମାଣବେଳେ ମହତ୍ ଉଦ୍ଦେଶ୍ୟ ନେଇ ଚାରି ଦ୍ବାର ନିର୍ମାଣ କରିଥିଲେ । କେଉଁ ଅଜଣା କାରଣ ପାଇଁ ରାଜ୍ୟ ସରକାର ୪ ଦ୍ବାର ଖୋଲୁ ନାହାନ୍ତି, ତାହା ବଡ ଚିନ୍ତାଜନକ ।

ଏହା ମଧ୍ୟ ପଢନ୍ତୁ...ରଥଯାତ୍ରା ପାଇଁ ସମନ୍ଵୟ ବୈଠକ, ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଆଲୋଚନା କଲା ଜିଲ୍ଲା ପ୍ରଶାସନ - RATHA YATRA 2024

କେବଳ ସିଂହଦ୍ବାର ପଟେ ପ୍ରବେଶ ଅନୁମତି ରହୁଥିବାରୁ ସେଠାରେ ନାହିଁ ନଥିବା ଭିଡ ରହୁଛି । ଡହ ଡହ ଖରାରେ ମହାବାହୁ ଜଗନ୍ନାଥଙ୍କ ଭକ୍ତମାନେ ସିଂହଦ୍ବାର ସମ୍ମୁଖରେ ଯନ୍ତ୍ରଣା ଭୋଗୁଛନ୍ତି । ସାରା ଓଡ଼ିଶା ସମେତ ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତମାନେ ରାଜ୍ୟ ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦଣ୍ଡ ପାଉଛନ୍ତି । ରାଜ୍ୟ ସରକାର କହିଥିଲେ ପରିକ୍ରମା ପ୍ରକଳ୍ପ ସରିବା ପରେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବେ ବୋଲି କିନ୍ତୁ ତାହା କଲେ ନାହିଁ । ବିଜେଡି ସରକାର ନିଜକୁ ଜଗନ୍ନାଥ ମନ୍ଦିରର ମାଲିକ ଭାବୁଛନ୍ତି କି? ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ବର ମାଲିକ । ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତମାନେ ହେଉଛନ୍ତି ପ୍ରିୟ । କିନ୍ତୁ ରାଜ୍ୟ ସରକାରଙ୍କର ହିନ୍ଦୁ ଓ ଜଗନ୍ନାଥ ବିରୋଧୀ ମାନସିକତା ପାଇଁ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ସୁରୁଖୁରୁରେ ଦର୍ଶନ ମଧ୍ୟ କରିପାରୁନାହାନ୍ତି । ପ୍ରଶାସନ ତୁରନ୍ତ ଯଦି ଚାରିଦ୍ବାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details