ଭୁବନେଶ୍ୱର:ଅହେତୁକ ଦରବୃଦ୍ଧିକୁ ନେଇ ଗର୍ଜିବ ବିଜେଡି । ଜାନୁଆରୀ ୬ତାରିଖରେ ଗାନ୍ଧୀମାର୍ଗରେ ବିଜେପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିରୋଧି ଦଳ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ଦରଦାମ ହୁହୁ ହୋଇ ବଢୁଥିବା ବେଳେ ଏହାକୁ ବିରୋଧ କରିବ ବିଜୁ ଜନତା ଦଳ ।
ଦରଦାମ ନିୟନ୍ତ୍ରଣରେ ଡବଲ ଇଞ୍ଜିନ ସରକାର ବିଫଳ
'ଡବଲ ଇଞ୍ଜିନ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ' । ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ଡବଲ ଇଞ୍ଜିନ ସରକାର ଏହାକୁ ନିୟନ୍ତ୍ରଣ କରିପାରେ ବିଫଳ କହି ବିଜେପିକୁ କଟାକ୍ଷ କରିଛି ବିଜେଡି । ଏହି ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଜାନୁଆରୀ ୬ ତାରିଖ ଦିନ ଲୋକସେବା ଭବନ ସମ୍ମୁଖରେ ଏକ ଗଣବିକ୍ଷୋଭ କରିବ ବିଜେଡି ।
ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ
ଏନେଇ ବିଜେଡି ସମନ୍ୱୟ କମିଟିର ଅଧକ୍ଷ ଦେବୀ ମିଶ୍ର କହିଛନ୍ତି," ରାଜ୍ୟରେ ଦରଦାମ ସମସ୍ତଙ୍କୁ ଅତିଷ୍ଠ କଲାଣି । ଏହି ଦରଦାମ ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି । ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି । ମୁଦ୍ରାସ୍ପୀତି ବୃଦ୍ଧିରେ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟ । ପ୍ରଥମ ୮ଟି ରାଜ୍ୟ ମଧ୍ୟରୁ ୭ଟି ବିଜେପି ଶାସିତ ରାଜ୍ୟ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ମୁଦ୍ରାସ୍ପିତି ଉତ୍କଟ । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମୁଦ୍ରାସ୍ପୀତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିୟମିତ ଭାବେ କମି ଚାଲିଥିବା ବେଳେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତ୍ତେ ବଢ଼ି ଚାଲିଛି ।
ମୁଦ୍ରାସ୍ପୀତି ବୃଦ୍ଧିର ତଥ୍ୟ ଦେଇ ଦେବୀ ମିଶ୍ର କହିଛନ୍ତି, "ଖୁଚୁରା ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ୯ ମାସରେ ସବୁଠାରୁ ଅଧିକ । ସେହିପରି, ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପୀତି ନଭେମ୍ୱର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ । ପନିପରିବା ଦର ଗତ ଅଗଷ୍ଟ ମାସରେ ୩୫.୯୯ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପୀତି ମଧ୍ୟ ୬.୬୮ ପ୍ରତିଶତକୁ ଛୁଇଁଛି । ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
ଜାନୁଆରୀ ୬ରେ ସଚିବାଳୟ ସମ୍ମୁଖରେ ଗଣବିକ୍ଷୋଭ