ଓଡିଶା

odisha

ETV Bharat / state

ସାଂସଦଙ୍କୁ ବିଜେଡିର 5 ପ୍ରଶ୍ନ; ବିକାଶ କାର୍ଯ୍ୟର ମୂଲ୍ୟାୟନ ହେଲେ ଅପରାଜିତାଙ୍କୁ ମିଳିବ ଶୂନ୍ୟ ମାର୍କ - ipsita targets aparajita - IPSITA TARGETS APARAJITA

BJD TARGETS APARAJITA: ଅପରାଜିତାଙ୍କୁ କଡ଼ା ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅପରାଜିତାଙ୍କର 5 ବର୍ଷରେ 5 ବିଫଳତା ସାମ୍ନାକୁ ଆଣିବା ସହ 5 ପ୍ରଶ୍ନ କଲେ ଇପ୍ସିତା । ଅଧିକ ପଢନ୍ତୁ

ସାଂସଦଙ୍କୁ ବିଜେଡିର 5 ପ୍ରଶ୍ନ; ବିକାଶ କାର୍ଯ୍ୟର ମୂଲ୍ୟାୟନ ହେଲେ ଅପରାଜିତାଙ୍କୁ ମିଳିବ ଶୂନ୍ୟ ମାର୍କ : ଇପ୍ସିତା
ସାଂସଦଙ୍କୁ ବିଜେଡିର 5 ପ୍ରଶ୍ନ; ବିକାଶ କାର୍ଯ୍ୟର ମୂଲ୍ୟାୟନ ହେଲେ ଅପରାଜିତାଙ୍କୁ ମିଳିବ ଶୂନ୍ୟ ମାର୍କ : ଇପ୍ସିତା (ETV Bharat Odisha)

By ETV Bharat Odisha Team

Published : May 9, 2024, 8:24 PM IST

ସାଂସଦଙ୍କୁ ବିଜେଡିର 5 ପ୍ରଶ୍ନ; ବିକାଶ କାର୍ଯ୍ୟର ମୂଲ୍ୟାୟନ ହେଲେ ଅପରାଜିତାଙ୍କୁ ମିଳିବ ଶୂନ୍ୟ ମାର୍କ : ଇପ୍ସିତା (ETV Bharat Odisha)

ଭୁବନେଶ୍ୱର: ରାଜଧାନୀର ବିକାଶ କରିବା ବଦଳରେ ରାଜ୍ୟର ବିକାଶ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମିଛ ପ୍ରତିଶ୍ରୁତି ଦେଇ ଭୁବନେଶ୍ୱରର ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ଅପରାଜିତା । ବିକାଶ କାର୍ଯ୍ୟକୁ ମୂଲ୍ୟାୟନ ହେଲେ ଅପରାଜିତାଙ୍କୁ ମିଳିବ ଶୂନ୍ୟ ମାର୍କ । ଅପରାଜିତାଙ୍କର 5 ବର୍ଷରେ 5 ବିଫଳତା ସାମ୍ନାକୁ ଆଣିବା ସହ 5 ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ । ଅପରାଜିତାଙ୍କ ବିଫଳତାର କଳା ଚିଠା ଧରି ବସିଥିବାବେଳେ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ନାରା ହେଉଛି 'ନା କାମ କରିବୁ ନା କାମ କରିବାକୁ ଦେବୁ ।' ଡାହା ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲେଇବା ବିଜେପିର କାମ । ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କାହିଁକି ନା ବିଗତ 5 ବର୍ଷ କାର୍ଯ୍ୟକାଳରେ ଅପରାଜିତା ଦେଇଥିବା 5 ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି । ସମ୍ପୂର୍ଣ୍ଣ 5 କାର୍ଯ୍ୟକାଳ ପରେ ଅପରାଜିତା ସମ୍ପୂର୍ଣ୍ଣ ବିଫଳ । ଅପରାଜିତାଙ୍କ 5 ବିଫଳତା ଗଣେଇଛନ୍ତି ଇପ୍ସିତା ।

ପ୍ରଥମ ବିଫଳ ପ୍ରତିଶ୍ରୁତି:- ଇସ୍କନ ମନ୍ଦିର ସମ୍ମୁଖ ଦେଇଯାଇଥିବା ଜାତୀୟ ରାଜପଥ ଯୋଗୁଁ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତି ଦୂର କରିବେ । ହେଲେ ଏହି ସମସ୍ୟା ସମାଧାନ ହୋଇପାରିଲା ନାହିଁ । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ଆଜି ବି ଗାଡି ମଟର ଘଣ୍ଟା ଘଣ୍ଟା ଅଟକି ରହୁଛି । 5 ବର୍ଷ ଗଲା ହେଲେ ଏହି ସମସ୍ୟାର ସମାଧାନ ହୋଇପାରିଲାନାହିଁ ।

ଦ୍ଵିତୀୟ ବିଫଳ ପ୍ରତିଶ୍ରୁତି:- କ୍ୟାପିଟାଲ ରିଂ ରୋଡ଼ କେବଳ ଅପରାଜିତାଙ୍କ ମୁହଁରେ ଗଣମାଧ୍ୟମ ଆଗରେ ରହିଗଲା । ତାହାର ବାସ୍ତବତା କେହି ଦେଖିବାକୁ ପାଇଲେ ନାହିଁ । କ୍ୟାପିଟାଲ ରିଂ ରୋଡ଼ ମୁଠାଏ ମାଟି ଆଜି ପର୍ଯ୍ୟନ୍ତ ପଡିପାରିଲା ନାହିଁ ।

ତୃତୀୟ ବିଫଳ ପ୍ରତିଶ୍ରୁତି:- ହଂସପାଳ ଫ୍ଲାଏ ଓଭର ବ୍ରିଜ କାମ ଆଜି ବି ଚାଲିଛି । କାମ ଆଜି ବି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ।

ଚତୁର୍ଥ ବିଫଳ ପ୍ରତିଶ୍ରୁତି:- ଜଗନ୍ନାଥ ନୂଆ ସଡ଼କକୁ ଚାରି ଥାକିଆ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଏହି କଥା ସେ ରଖିପାରିଲେ ନାହିଁ । ସେଥିରେ ବି ସେ ସମ୍ପୂର୍ଣ୍ଣ ବିଫଳ ।

ପଞ୍ଚମ ବିଫଳ ପ୍ରତିଶ୍ରୁତି:- ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏହାର ଅବସ୍ଥା କଣ ତାହାର ଉତ୍ତର ଅପରାଜିତା ଦିଅନ୍ତୁ ।

ଅପରାଜିତା କାମ କରିବେ ନାହିଁ । ପ୍ରତିଶ୍ରୁତି ପୂରଣ କରିବେ ନାହିଁ । କିନ୍ତୁ ବିକାଶ କାର୍ଯ୍ୟକୁ ମୂଲ୍ୟାୟନ ହେଲେ ଅପରାଜିତାଙ୍କୁ ଶୂନ୍ୟ ମାର୍କ ମିଳିବ । କିନ୍ତୁ ରାଜ୍ୟ ସରକାର ବିକାଶ କାର୍ଯ୍ୟ କଲେ, ତାକୁ ଅଟକାଇବାକୁ ଅପରାଜିତା ଷଡ଼ଯନ୍ତ୍ର କରିବେ । ବିକାଶ କାର୍ଯ୍ୟର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଅପରାଜିତା ନମ୍ବର 1 ।

ପରିକ୍ରମା ପ୍ରକଳ୍ପ ବନ୍ଦ ଷଡ଼ଯନ୍ତ୍ର:-ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ହେଲା । ଏହାକୁ କିପରି ଅଟକା ଯାଇପାରିବ ତାହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସାଜିଲେ ଅପରାଜିତା ।

ଏକାମ୍ର ପ୍ରକଳ୍ପ ବନ୍ଦ ଷଡ଼ଯନ୍ତ୍ର:-ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ଲାଗି ଅପରାଜିତା ଶତଚେଷ୍ଟିତ ଥିଲେ ।

ମେଟ୍ରୋ ପ୍ରକଳ୍ପ ବନ୍ଦ ଷଡ଼ଯନ୍ତ୍ର:-ରାଜ୍ୟ ସରକାର ନିଜ ଅର୍ଥରେ କରୁଥିବା ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ କରିବା ଲାଗି ସେ ଷଡ଼ଯନ୍ତ୍ର କରିଥିଲେ ।

ଆବାସ ବନ୍ଦ ଷଡ଼ଯନ୍ତ୍ର:- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ଘର ଦେବା କଥା । ଆବାସ ଯୋଜନାକୁ ନେଇ ଇସ୍ତାହାରରେ ବିଜେପି ଡିଣ୍ଡିମ ପିଟୁଛି । ଓଡିଶାର ଗରିବଙ୍କୁ ଘର ଦେବା ବନ୍ଦ କରିବା ପାଇଁ ରାଜ୍ୟ ବିଜେପି ଷଡ଼ଯନ୍ତ୍ର କରିଛି । ଏଥିରେ ଅପରାଜିତାଙ୍କର ପ୍ରଥମ ହସ୍ତାକ୍ଷର ଥିଲା । ସେ ବିକାଶ କରିବେ ନାହିଁ କି ବିକାଶ କାର୍ଯ୍ୟ କରିବାକୁ ଦେବେନାହିଁ ।

ଏହା ମଧ୍ୟ ପଢନ୍ତୁ ........କନିଷିରୁ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, ପାଣ୍ଡିଆନ କହିଲେ ଆଜି ସନ୍ଧ୍ୟାରେ ଆସିବ ମାନିଫେଷ୍ଟୋ - CM Campaign In Ganjam

ବିହାରରେ ଦାଦନ ଶ୍ରମିକ ସବୁଠାରୁ ଅଧିକ । ତା ପଛକୁ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ । ଏହି ସବୁ ରାଜ୍ୟରେ ବହୁ ବର୍ଷ ଧରି ଡବଲ ଇଞ୍ଜିନ ସରକାର ରହିଛି । ଯଦି ସେଠାରେ ଡବଲ ଇଞ୍ଜିନ ସରକାର ଅଛନ୍ତି, ତେବେ କାହିଁକି ଦାଦନ ଶ୍ରମିକ ବଢ଼ୁଛନ୍ତି । ଡବଲ୍ ଇଞ୍ଜିନ ସରକାର ଶାସିତ ରାଜ୍ୟ ଅପେକ୍ଷା ଓଡିଶାରେ ଦାଦନ ସମସ୍ୟା କମ । ବିଗତ ଦୁଇ ବର୍ଷ ମଧ୍ୟରେ ଓଡିଶାରେ ଦାଦନ ଶ୍ରମିକ ସଂଖ୍ୟା ବହୁତ ପରିମାଣରେ କମିଛି । ଭୁବନେଶ୍ୱର ବାସିନ୍ଦା ଗୋଟେ କଳା ଚିଠା କରି ରଖିଛନ୍ତି । ଏହା ହେଉଛି ଅପରାଜିତାଙ୍କ ବିଫଳତାର ଚିଠା । ଭୋଟ ଦେବାକୁ ଗଲା ବେଳେ ଲୋକେ ଏହି ଚିଠାକୁ ସାଙ୍ଗରେ ନେଇକି ଯିବେ । ଅପରାଜିତାଙ୍କୁ ଠିକ୍ ଜବାବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details