ଓଡିଶା

odisha

ETV Bharat / state

ହଟିଲା ନିଲମ୍ବନ, ବିଜେଡିକୁ ଫେରିଲେ ସୁଧାଂଶୁ ପରିଡା - SUDHANSU PARIDA

ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ପରିଡାଙ୍କ ଘର ବାହୁଡା । ନିଲମ୍ବନ ହଟାଇଲା ବିଜେଡି ।

REMUNA EX MLA SUDHANSU PARIDA
REMUNA EX MLA SUDHANSU PARIDA (ETV BHARAT ODISHA)

By ETV Bharat Odisha Team

Published : Jan 21, 2025, 6:02 PM IST

Updated : Jan 21, 2025, 7:58 PM IST

ବାଲେଶ୍ବର:ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ପରିଡାଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର ହଟାଇବା ପରେ ଘରକୁ ବାହୁଡିଛନ୍ତି ସୁଧାଂଶୁ ପରିଡା । ତାଙ୍କର ବହିଷ୍କାର ଯୋଗୁଁ ଦଳ କ୍ଷତି ସହିଥିବା କଥା ସେ କହିଥିବା ବେଳେ ବିଜେପିର ଗଡ଼ ରେମୁଣା କୁହାଯାଉଥିବା ଗଡ଼ରେ ବିଜେଡି 2019ରେ କେବଳ ତାଙ୍କରି ଉଦ୍ୟମରେ ଆସି ପାରିଥିବା କଥା ସେ କହିଛନ୍ତି। 2023 ସେପ୍ଟେମ୍ବର ମାସରେ ଆର୍ଥିକ ଅନିୟମିତତା ଅଭିଯୋଗରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା । 2024 ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ରେମୁଣା ଆସନରୁ ନିର୍ବାଚନ ଲଡି ହାରିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସୌମ୍ୟ-ସୁଧାଂଶୁ ବିଜେଡିରୁ ବିଦା: କଂଗ୍ରେସ ପଚାରିଲା ଆଜି ଯାଏଁ କାହିଁକି ଚୁପ୍ ଥିଲେ ନବୀନ ? - ସୌମ୍ୟ ରଞ୍ଜନ ପଟ୍ଟନାୟକ ବହିଷ୍କୃତ

2019ରେ ରେମୁଣା ବିଧାୟକ ହେବା ପରେ 2023 ସେପ୍ଟେମ୍ବର 21 ତାରିଖରେ ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରାଯାଇଥିଲା। ଏବେ ପୁଣି ତାଙ୍କୁ ଦଳକୁ ସ୍ୱାଗତ କରାଯାଇଥିବା ବେଳେ ବିଜେଡି ଆଉ ଥରେ ପୁରୁଣା ନେତା ଓ କର୍ମୀଙ୍କୁ ଜୁଟାଇବ ବୋଲି ଆଲୋଚନା ହେଉଛି। ଦଳକୁ ପୁଣିଥରେ ସ୍ୱାଗତ ପରେ ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ," ରେମୁଣା ନିର୍ବାଚନ ମଣ୍ଡଳୀରେ 2019 ପୂର୍ବରୁ ବିଜେପି ଗଡ଼ ହୋଇ ରହିଥିଲା। 2019ରେ ମୁଁ ନିର୍ବାଚିତ ହେବା ପରେ ଦଳର ଦାୟିତ୍ୱ ନେବା ପରେ ନିର୍ବାଚନ ମଣ୍ଡଳୀର ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ସହିତ ସାଧାରଣ ଲୋକଙ୍କର ସାଥି ହେବା ପାଇଁ ଚେଷ୍ଟା କରିଥିଲି। ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଦିଗରେ ରାସ୍ତାଘାଟ ଠୁଁ ଆରମ୍ଭ କରି ମଠ ମନ୍ଦିର, ଶିକ୍ଷା, କୃଷି, ଜଳସେଚନ ସବୁ ଦିଗରେ କିଭଳି ଭାବେ ଉନ୍ନତି ହୋଇପାରିବ ସେ ଦିଗରେ କେମିତି ବିକାଶ ହୋଇ ପାରିବ ମୁଁ ଚେଷ୍ଟା କରିଛି। ''

REMUNA EX MLA SUDHANSU PARIDA (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ରେମୁଣା ବିଧାୟକ - ସୁଧାଂଶୁ ପରିଡାଙ୍କ ପ୍ରତିକ୍ରିୟା

ସୁଧାଂଶୁ ପରିଡ଼ା ଆହୁରି ମଧ୍ୟ କହିଛନ୍ତି, ''ଯେତେବେଳେ ମୋତେ ଦଳରୁ ବହିଷ୍କାର କରାଗଲା ସେତେବେଳେ ଦଳର ନେତୃତ୍ୱ ନେବା ପାଇଁ ଆଉ କାହାକୁ ସେଭଳି ଭାବେ ଦିଆଯାଇ ନଥିଲା। ଯେଉଁଥି ପାଇଁ ଦଳର କ୍ଷତି ନିଶ୍ଚିତ ଭାବରେ ହୋଇଛି। ଯଦି କିଛି ଦାୟିତ୍ୱ ମିଳେ ତେବେ ମୁଁ ତୁଲେଇବି। ମୁଁ ସେବା କରିବା ପାଇଁ ନିଜକୁ ସମର୍ପିତ କରିଛି ତେଣୁ ଯେକୌଣସି ସମସ୍ୟା ଆସୁ ସେ ବିଜେଡିର ଲୋକ ହୁଅନ୍ତୁ କିମ୍ବା ସାଧାରଣ ଲୋକ ହୁଅନ୍ତୁ ଅଥବା ଅନ୍ୟ ଦଳର ଲୋକ ହୁଅନ୍ତୁ, ଚେଷ୍ଟା କରିବି ରେମୁଣାବାସୀଙ୍କୁ ସେବା ଯୋଗାଇବା ପାଇଁ। ସେଇମାନଙ୍କୁ ଧନ୍ୟବାଦ ଦେବି ଯେଉଁମାନେ ମୋର ଦୁର୍ଦ୍ଦିନ ସମୟରେ ଦୃଢ଼ତାର ସହ ମୋ ସହ ରହିଥିଲେ। ସେହି କର୍ମକର୍ତ୍ତା ମାନେ ବେସ ଖୁସି ଅଛନ୍ତି । ତାଙ୍କର ବିଶ୍ୱାସ ଅଛି ଯେ ମୁଁ ଦଳକୁ ପ୍ରତ୍ୟାବର୍ତ୍ତନ କଲେ ବିଜୁ ଜନତା ଦଳ ଆହୁରି ଅଧିକ ସଂଗଠିତ ହୋଇ ପାରିବ।"

ଇଟିଭି ଭାରତ, ବାଲେଶ୍ବର

Last Updated : Jan 21, 2025, 7:58 PM IST

ABOUT THE AUTHOR

...view details