ଓଡିଶା

odisha

ETV Bharat / state

ପୋଲିସ ପକ୍ଷପାତିତା ଅଭିଯୋଗରେ DGPଙ୍କୁ ଭେଟିଲା ବିଜେଡି - BJD MEETS DGP

ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ଫେରାଦ ହୋଇଛି ବିଜୁ ଜନତା ଦଳ-BJD । ପୋଲିସ ପକ୍ଷପାତିତା ନେଇ DGPଙ୍କୁ ଜଣାଇଲା ଅଭିଯୋଗ ।

ପୋଲିସର ପକ୍ଷପାତିତା ଅଭିଯୋଗରେ ଡିଜିପିଙ୍କୁ ଭେଟିଲା ବିଜେଡି
ପୋଲିସର ପକ୍ଷପାତିତା ଅଭିଯୋଗରେ ଡିଜିପିଙ୍କୁ ଭେଟିଲା ବିଜେଡି (ETV Bharat Odisha)

By ETV Bharat Odisha Team

Published : Nov 26, 2024, 10:33 AM IST

ଭୁବନେଶ୍ବର: ପୋଲିସ ମହନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କୁ ଗତକାଲି ‘ବିଜେଡି’ର ଏକ ପ୍ରତିନିଧି ଦଳ ଭେଟିଛି । କ୍ୟାମ୍ପ ଅଫିସରେ ଭେଟି ପୋଲିସର ପକ୍ଷପାତିତା ବିରୋଧରେ ଅଭିଯୋଗ କରିଛି ଦଳ । ସରକାରୀ ଦଳର ହାତବାରିସି ସାଜି ପୋଲିସ କାର୍ଯ୍ୟ କରିଥିବା ବିଜେଡି ଅଭିଯୋଗ କରିଛି । ସରକାରୀ ଦଳର କର୍ମୀ ଓ ସମର୍ଥକ ବଡ଼ ଅପରାଧରେ ସାମିଲ ଥିଲେ ମଧ୍ୟ ଗିରଫ ହେଉନାହାନ୍ତି । ଯାଜପୁର ଘଟଣାରେ ଧର୍ମଶାଳା ବିଧାୟକଙ୍କ ସମର୍ଥକଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ଦଳ ପ୍ରଶ୍ନ କରିଛି । ସେହିପରି ରାଜ୍ୟରେ ଗତ ପାଞ୍ଚ ମାସରେ ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଥିବା ଦଳ ଅଭିଯୋଗ କରିଛି ।

ପୋଲିସର ପକ୍ଷପାତିତା ଅଭିଯୋଗରେ ଡିଜିପିଙ୍କୁ ଭେଟିଲା ବିଜେଡି (ETV Bharat Odisha)
  • ୫ ମାସ ଶାସନରେ ୧୨୫୬ ଅତ୍ୟାଚାର ମାମଲା: ଅରୁଣ

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି," ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ୫ ମାସର ବିଜେପି ଶାସନରେ ରାଜ୍ୟରେ 1,256 ମହିଳା ଅତ୍ୟାଚାରର ଶିକାର ହୋଇଛନ୍ତି । ଚୋରି, ଡକାୟତି ଇତ୍ୟାଦି ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଛିନତାଇ ଓ ସମ୍ବଲପୁରରେ ଡକାୟତି ଚିନ୍ତାଜନକ ଭାବେ ମଧ୍ୟ ବୃଦ୍ଧି ପାଇଛି । ପୋଲିସ ସରକାରୀ ଦଳର ବୋଲକରା ସାଜି କାମ କରୁଛି । ଫଳରେ ଶାସକ ଦଳର କର୍ମୀ ସମର୍ଥକମାନେ ଯେତେ ବଡ଼ ଅପରାଧ କଲେ ମଧ୍ୟ ତାଙ୍କୁ ପୋଲିସ ଗିରଫ କରୁନାହିଁ । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିଜେଡିର 19 ଜଣଙ୍କୁ ଗିରଫ କରାଯାଇଛି । କିନ୍ତୁ ବିଧାୟକଙ୍କ ସମର୍ଥକ ଲାଠି ଓ ମାରାଣାସ୍ତ୍ର ନେଇ ଯାଇଥିବାର ଭିଡିଓ ଫୁଟେଜ ରହିଛି, ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ବିଧାୟକଙ୍କ ସୁନାଚେନ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁସନ୍ଧାନ କରିବା ପାଇଁ ଦାୟିତ୍ଵ ଦିଆଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ପୋଲିସ ପ୍ରତି ସରକାରଙ୍କ ଭରସା ନାହିଁ । ବିଜେଡି ନେତା ଭବ ପ୍ରସାଦ ଦାସ ଅସୁସ୍ଥ ଓ ନିୟମିତ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏହି ଘଟଣାରେ ଗିରଫ କରିବା ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ।"

ପୋଲିସର ପକ୍ଷପାତିତା ଅଭିଯୋଗରେ ଡିଜିପିଙ୍କୁ ଭେଟିଲା ବିଜେଡି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ, ସ୍କାନରରେ ବବିଙ୍କ ଭାଇ ଭବ

ଏହା ମଧ୍ୟ ପଢନ୍ତୁ :- ଧର୍ମଶାଳା ବିଧାୟକ ଓ ପୋଲିସକୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ପ୍ରମିଳା, ହିମାଂଶୁ କହିଲେ..

  • ଦାବିପତ୍ର ଦେଲା ଦଳ:-

ବିଜେଡି ପକ୍ଷରୁ ପୋଲିସ ଡିଜିଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଦାବିପତ୍ରରେ ଏକାଧିକ ଘଟଣାରେ ପୋଲିସ ପକ୍ଷପାତିତା କରି ବିଜେଡି କର୍ମୀଙ୍କୁ ଗିରଫ କରିଥିବା ଦର୍ଶାଯାଇଛି । ପୁରୀ ଜିଲ୍ଲାର ବ୍ରହ୍ମଗିରିରେ, ବିଜେଡି କର୍ମୀଙ୍କର ବିନା ଦୋଷରେ ଏକତରଫା ଗିରଫ କରାଯାଇଥିଲା । ରେଭେନ୍ସାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଭାଗ ନେଇଥିବା ବିଜେଡି ବିଧାୟକ ଓ ମୁଖପାତ୍ରଙ୍କ ବିରୋଧରେ ଆର୍ମସ-ଆକ୍ଟ ଲଗାଇ ମାମଲା ରୁଜୁ କରାଯାଇଛି । ଅନେକ ଜଘନ୍ୟ ଅପରାଧରେ ବିଜେପି କର୍ମୀ ସମର୍ଥକ ସାମିଲ ଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଦୁଷ୍କର୍ମ, ଚୋରି, ରାହାଜାନି ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି । ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷତା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ନେତା ବବି ଦାସଙ୍କ ଭାଇ ଭବପ୍ରସାଦ ଗିରଫ

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ୧୦ ଗିରଫ

  • ପ୍ରମିଳାଙ୍କ ନେତୃତ୍ବରେ ଯାଇଥିଲା ଦଳୀୟ ଟିମ୍‌:-

ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ, ମିଡ଼ିଆ ସଂଯୋଜକ ତଥା ମୁଖପାତ୍ର ଡ଼ଃ ଲେନିନ ମହାନ୍ତି, ବିଜୟ ନାୟକ, ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର, ଯୁବ ନେତା ସଂଜିତ ମହାନ୍ତି, ପୃଥ୍ବୀରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details