ଭୁବନେଶ୍ବର: 'ଲଗାତାର ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡ଼ିଶା । ରାଜ୍ୟର ଜନସଂଖ୍ୟାର ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା କିମ୍ବା ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ମିଳୁ ।' ଷୋଡଶ ଅର୍ଥ କମିଶନ ସମ୍ମୁଖରେ ଦୃଢ଼ ଦାବି ରଖିଛି ବିଜୁ ଜନତା ଦଳ- ବିଜେଡି । ବିଜେଡିର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଷୋଡଶ ଅର୍ଥ ଆୟୋଗକୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଓ ବିଜେପି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଓଡିଶା ପାଇଁ ଫୋକସ ରାଜ୍ୟର ମାନ୍ୟତା କି କୌଣସି ସ୍ୱତନ୍ତ୍ର ପ୍ୟାକେଜ ପାଇଁ ଦାବି କରାଯାଇ ନାହିଁ ବୋଲି ବିଜେଡି ଅଭିଯୋଗ ଆଣିଛି । ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା ପାଇଁ ଏତେ ଡର କାହିଁକି ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡି ।
କେନ୍ଦ୍ରୀୟ ଟିକସ ହସ୍ତାନ୍ତର ହାର ୫୦%କୁ ବୃଦ୍ଧି ଦାବି:
ବିଜେଡିର ବିଧାନସଭାରେ ଉପନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କିମ୍ବା ଫୋକସ ରାଜ୍ୟ ମାନ୍ୟତା ପ୍ରଦାନ ଆବଶ୍ୟକତା ରହିଛି । ଯାହା ମାଧ୍ୟମରେ ଉତ୍ତର-ପୂର୍ବ ରାଜ୍ୟ ବା ହିମାଳୟନ ଷ୍ଟେଟ ଗୁଡିକୁ ମିଳୁଥିବା ୯୦:୧୦ ଅନୁପାତରେ ଅନୁଦାନ କେନ୍ଦ୍ରରୁ ମିଳିପାରିବ । ଓଡ଼ିଶା ଲଗାତାର ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଓଡ଼ିଶାର ପ୍ରାୟ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ହୋଇଥିବାରୁ ଫୋକସ ରାଜ୍ୟର ମାନ୍ୟତାର ଆବଶ୍ୟକତା ରହିଛି । ରାଜ୍ୟଙ୍କୁ କେନ୍ଦ୍ରୀୟ ଟିକସ ହସ୍ତାନ୍ତର ହାର ୪୧ % ରହିଛି । ତାକୁ ୫୦% କୁ ବୃଦ୍ଧି କରିବାକୁ ଦାବି ରଖିଛୁ । ପ୍ରତି ୩ ବର୍ଷରେ କୋଇଲା ରୟାଲିଟି ସଂଶୋଧନ ବ୍ୟବସ୍ଥା ରହିଥିଲେ ହେଁ ଦୀର୍ଘ ୧୪ ବର୍ଷ ହେଲା ଏହା କରାଯାଇନାହିଁ । ଯାହାଫଳରେ ଓଡିଶା, ଝାଡ଼ ଖଣ୍ଡ ଓ ବିହାର ପରି ରାଜ୍ୟମାନେ କ୍ଷତି ସହୁଛନ୍ତି । ତେଣୁ ତୁରନ୍ତ କୋଇଲା ରୟାଲିଟି ସଂଶୋଧନ କରାଯାଉ ।"
ଅର୍ଥ କମିଶନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦାବି: 12,59,148 କୋଟି ଏବଂ SDRFରେ ଶତ ପ୍ରତିଶତ - 16TH FINANCE COMMISSIONଅର୍ଥ କମିଶନଙ୍କୁ ଭେଟିଲେ, ଦାବି ରଖିଲେ ନେତା ଓ ପ୍ରତିନିଧି - FINANCE COMMISSION MEETING |
'ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ ବ୍ୟବସ୍ଥା':
ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକକହିଛନ୍ତି, "ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡିଶା ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ବିଜେଡି ଦାବିପତ୍ରରେ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଦେଇଛି । ଯାହା ମାଧ୍ୟମରେ ଓଡିଶାକୁ ଅଧିକ ଅର୍ଥ ମିଳିପାରିବ । ଯେଉଁ ରାଜ୍ୟ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ନିର୍ଦ୍ଧାରିତ ମାନଦଣ୍ଡ ପାଳନ କରୁଛନ୍ତି, ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନର ବ୍ୟବସ୍ଥା କରାଯାଉ । ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆଗୁଆ ଥିବା ରାଜ୍ୟଙ୍କୁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦିଆଯାଉ ।"