ଓଡିଶା

odisha

ETV Bharat / state

ଦର ନିୟନ୍ତ୍ରଣ ଲାଗି ଛୋଟ ଇଞ୍ଜିନ ବଡ଼ ଇଞ୍ଜିନକୁ ସହାୟତା ମାଗୁ: ବିଜେଡି - BJD targets Odisha Govt

BJD targets Odisha Govt: ରାଜ୍ୟରେ ଦରଦାମ ବୃଦ୍ଧି ନେଇ ବିଜେପି ସରକାରକୁ ଘେରିଲା ବିଜେଡି । ବିଜେପିର ଡବଲ ଇଞ୍ଜିନ ସରକାରକୁ କଟାକ୍ଷ କରି ଦର ନିୟନ୍ତ୍ରଣ ଲାଗି ଛୋଟ ଇଞ୍ଜିନ ବଡ଼ ଇଞ୍ଜିନକୁ ସହାୟତା ମାଗୁ କହିଲେ ବିଜେଡି ନେତା । ଅଧିକ ପଢନ୍ତୁ

ଦର ନିୟନ୍ତ୍ରଣ ଲାଗି ଛୋଟ ଇଞ୍ଜିନ ବଡ଼ ଇଞ୍ଜିନକୁ ସହାୟତା ମାଗୁ: ବିଜେଡି
ଦର ନିୟନ୍ତ୍ରଣ ଲାଗି ଛୋଟ ଇଞ୍ଜିନ ବଡ଼ ଇଞ୍ଜିନକୁ ସହାୟତା ମାଗୁ: ବିଜେଡି (@Pramila_Odisha)

By ETV Bharat Odisha Team

Published : Jul 3, 2024, 4:00 PM IST

ଭୁବନେଶ୍ୱର:ରାଜ୍ୟରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ପନିପରିବା ଦାର ଆକାଶ ଛୁଆଁ ହୋଇଛି । ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ସରକାରକୁ ଆସିଛି ବିଜେପି । କିନ୍ତୁ ଦରଦାମ ନିୟନ୍ତ୍ରଣ ଲାଗି ପଦକ୍ଷେପ ନେଉନାହାନ୍ତି ବିଜେପି ସରକାର । ପରିବା ଦର ଆମ ହାତରେ ନାହିଁ ବୋଲି କହି ହାତ ଟେକି ଦେଉଛନ୍ତି ଯୋଗାଣ ମନ୍ତ୍ରୀ । ଏନେଇ ଆଜି ଶାସକ ଦଳ ବିଜେପିକୁ ଘେରିଛି ବିଜେଡି । ଦରଦାମ ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ।

ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ, ପନିପରିବା ଆକାଶ ଛୁଆଁ ରହିଛି । ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ବିଜେପି ସରକାର ଦରଦାମ ଆକାଶଛୁଆଁ କରିଛନ୍ତି । ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ । ହେଲେ ରାଜ୍ୟରେ ଚାଉଳ, ଡାଲି, ପନିପରିବା ଦର ହୁ ହୁ ହୋଇ ବୃଦ୍ଧି ହେଉଛି । ରାଜ୍ୟ ସରକାର ଦରଦାମକୁ ନିୟନ୍ତ୍ରଣ କରୁନାହାନ୍ତି । ଯୋଗାଣ ମନ୍ତୀ କହୁଛନ୍ତି ପନିପରିବା ଦରଦାମ ନିୟନ୍ତ୍ରଣରେ ସରକାରଙ୍କର ଭୂମିକା ନାହିଁ । ଏହି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସାଧାରଣ ଲୋକ ଆଶା କରିଥିଲେ ବିଜେପି ଶାସନକୁ ଆସିଲେ ମଙ୍ଗଳ କରିବେ । କିନ୍ତୁ ଏବେ କେମିତି ସୁଶାସନ ଆରମ୍ଭ ହେଇଛି, ତାହା ଜଣାପଡୁଛି । ସାଧାରଣ ଲୋକେ ଭୋଟ ଦେଇଛନ୍ତି ସେମାନଙ୍କୁ ବିଜେପି ସରକାର ଏବେ ସୁଶାସନ ଦେଉ । ସାଧାରଣ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ କେମିତି ଶସ୍ତାରେ ପାଇବେ, ସେ ବ୍ୟବସ୍ଥା କରନ୍ତୁ । ଲୋକେ ଅତିଷ୍ଠ ହୋଇପଡିଲେଣି, ସରକାର ପଦକ୍ଷେପ ନିଅନ୍ତୁ । ନହେଲେ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ।

ଏହା ମଧ୍ୟ ପଢନ୍ତୁ: ଭତ୍ତା ବୃଦ୍ଧି ପ୍ରସଙ୍ଗ: ନିର୍ଦ୍ଦିଷ୍ଟ ଯୋଜନା ସହ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର କହିଲା ବିଜେଡି - BJD target BJP

ସେହିପରି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଯଦି ବିଜେପିର ବିଜୟ ଉତ୍ସବ ସରିଲାଣି, ତାହେଲେ ଯେଉଁ ଭୋଟରେ ଜିତିଛନ୍ତି ସେ ତାଙ୍କ ହିତ କଥା ଚିନ୍ତା କରନ୍ତୁ । ଦରଦାମ ହୁହୁ ହୋଇ ବଢୁଛି । ଯୋଗାଣ ମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । କିନ୍ତୁ ସରକାରଙ୍କ ଦାୟିତ୍ୱ ଦରଦମ ନିୟନ୍ତ୍ରଣରେ ରଖିବା । ଯାହାଫଳରେ ଲୋକେ ଜିନିଷ କିଣି ବ୍ୟବହାର କରିପାରିବେ । ରାଜ୍ୟ ସରକାର ହାତ ଟେକି ଦେବା ଦୁର୍ଭାଗ୍ୟଜନକ । ମନ୍ତ୍ରୀ ଦରଦାମକୁ ନେଇ ଅସହାୟତା ପ୍ରକାଶ କରିଛନ୍ତି । ବାହାର ରାଜ୍ୟରୁ ପରିବା ଆସୁଛି । ସେଠି ଦର ବଢିଛି ବୋଲି ଏଠି ବଢୁଛି ବୋଲି ମନ୍ତ୍ରୀ କହୁଛନ୍ତି । ଯାହା ସତ୍ୟ ନୁହେଁ । ବ୍ୟବସାୟୀ ସଂଘ କହୁଛି ହୋର୍ଡିଙ୍ଗ ଯୋଗୁଁ ଦର ବଢୁଛି ।

ଓଡ଼ିଶା ଚାଉଳ ବଳକା ରାଜ୍ୟ । ତାହେଲେ ଏଠି ଚାଉଳ ଦର କେମିତି ବଢୁଛି । ଅର୍ଥାତ ଏଠି ଚାଉଳ ହୋର୍ଡିଙ୍ଗ ହେଉଛି । ଏହାଦ୍ୱାରା ସ୍କୁଲରେ ମିଡ' ଡେ ମିଲ ପ୍ରଭାବିତ ହେଉଛି । ମିଡ' ଡେ ମିଲର ଗୁଣାତ୍ମକ ମାନ କମୁଛି । ଅଣ୍ଡା ଦାମ ୭ ଟଙ୍କା । ଦରଦମ ନିୟନ୍ତ୍ରଣକୁ ନ ଆସିଲେ ପିଲା ଦରଦାମ ବୋଝରେ ରହିବେ । ଦରଦାମ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର କଣ କରୁଛନ୍ତି, ତାହା ସ୍ପଷ୍ଟ କରନ୍ତୁ । ଅଶ୍ୱିନୀ ଚୌବେ ରାଜ୍ୟସଭାରେ ଦରଦାମ ନିୟନ୍ତ୍ରଣର ଉପାୟ କହିଛନ୍ତି । ଏଠି ଡବଲ ଇଞ୍ଜିନ ସରକାର । ତେଣୁ ଛୋଟ ଇଞ୍ଜିନ, ବଡ଼ ଇଞ୍ଜିନର ସହାୟତା ନିଅନ୍ତୁ । ସହାୟତାର ହାତ ଓ ଷ୍ଟକ ମାଗନ୍ତୁ । ରାଜ୍ୟ ସରକାର ନିଜେ କିଣି ଅତ୍ୟାବଶକୀୟ ଜିଣିଷ ଲୋକଙ୍କୁ ଶସ୍ତାରେ ବିକନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details