ଓଡିଶା

odisha

ETV Bharat / state

ସରକାର ଚଳାଉଛନ୍ତି 4; ପ୍ରସନ୍ନଙ୍କ ଅଭିଯୋଗ, ମାନସଙ୍କ ଜବାବ - 4 persons running Odisha Govt

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଜ୍ଞତା କମ । ଏଇଟା ଗୋଟେ ସରକାର ନୁହେଁ 4ଟି ସରକାର ।

By ETV Bharat Odisha Team

Published : 6 hours ago

Sarkar politics
Sarkar politics (ETV Bharat Odisha)

ଭୁବନେଶ୍ୱର:ମୋହନ ସରକାରର ବାମ ହାତ କଣ କରୁଛି, ତାହା ଡାହାଣ ହାତ ଜାଣୁନାହିଁ । ଓଡିଶାକୁ ଚଳାଉଛନ୍ତି 4 ଜଣ । ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ 4 ଜଣଙ୍କୁ ଶୁଣୁଥିବାରୁ ଫାଇଲ ପଡିରହୁଛି । ପ୍ରସନ୍ନଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ସେପଟେ ଅଭିଯୋଗର କଡା ଜବାବ ରଖିଛନ୍ତି ବିଜେପି ବିଧାୟକ ମାନସ କୁମାର ଦତ୍ତ । ଯିଏ ଯେମିତି, ସେ ଅନ୍ୟଙ୍କୁ ଭାବୁଛନ୍ତି ସେମିତି ବୋଲି ମାନସ କହିଛନ୍ତି ।

ନିଷ୍ପତ୍ତି ନେବାକୁ 4 ଜଣଙ୍କ କଥା ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ :-
ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ରାଜ୍ୟରେ 3 ମାସର ସରକାର ଚାଲିଛି । ଏ ସରକାରର ବାଁ ହାତ କଣ କରୁଛି ତାହା ଡାହାଣ ହାତ ଜାଣୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଜ୍ଞତା କମ । ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଗୋଟେ କଥା କହୁଛନ୍ତି । ସକାଳେ ଆଉ ଗୋଟେ । ଏଇଟା ଗୋଟେ ସରକାର ନୁହେଁ 4ଟି ସରକାର । ଆମର ଗୋଟେ ସରକାର ଥିଲା । ତାହା ନବୀନ ପଟ୍ଟନାୟକଙ୍କ ସରକାର ଥିଲା । ଦିଲ୍ଲୀରେ ଜଣେ ଅର୍ଡର ଦେବେ । ମୁଖ୍ୟମନ୍ତ୍ରୀ ନିଜେ ଗୋଟେ ଅର୍ଡର ଦେବେ । ଗୋଟେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ 4 ଜଣଙ୍କ କଥା ଶୁଣିବାକୁ ପଡୁଛି । ନହେଲେ ମୁଖ୍ୟମନ୍ତ୍ରୀ ହସ୍ତଖତ କରିପାରିବେ ନାହିଁ । ବର୍ତ୍ତମାନ ଗୋଟେ ଫାଇଲ ମାସ ମାସ ଧରି ପଡି ରହୁଛି । ଏମିତି ହେଲେ ରାଜ୍ୟ କେମିତି ଚାଲିବ ?"

Sarkar politics (ETV Bharat Odisha)

ଏହା ବି ପଢନ୍ତୁ- ମନମୋହନଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ‘ତାକତ ଅଛି ତ ବିଜେଡିକୁ ଖାଲି କରି ଦେଖାଅ’ - Badri Patra Targets Manmohan

ଏହା ବି ପଢନ୍ତୁ- ‘ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନର ୱାର ରୁମ’, ମୁହାଁମୁହିଁ ଶାସକ-ବିରୋଧୀ - jharkhand assembly election

ଏହା ବି ପଢନ୍ତୁ- ବିଜୟରେ ଉନ୍ମାଦିତ,ପରାଜୟରେ ହତୋତ୍ସାହିତ ହୁଅନାହିଁ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର - Dharmendra counter Naveen



କେନ୍ଦ୍ରରେ ନିଷ୍ପତ୍ତି, ଏଠି କାର୍ଯ୍ୟକାରୀ :-
ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ବିଜେପି ଓଡିଶାରେ ସରକାର କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଅଛନ୍ତି । କିନ୍ତୁ ତାଙ୍କ ନିୟନ୍ତ୍ରଣରେ ସରକାର କାମ କରୁନାହିଁ । ନିୟନ୍ତ୍ରଣରେ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ସାହା ଓ ନରେନ୍ଦ୍ର ମୋଦି । କେନ୍ଦ୍ରରୁ ଯାହା ନିଷ୍ପତ୍ତି ଆସୁଛି, ଏଠି କେବଳ କାର୍ଯ୍ୟକାରୀ ହେଉଛି । ଅନେକ ଉଦାହରଣ ଅଛି । କ୍ରୀଡା ପୁରସ୍କାର ବିଜୁ ପଟ୍ଟନାୟକଙ୍କ ନାଁ କାଟିବାକୁ ବିଜ୍ଞପ୍ତି ଆସିଛି । ପରେ ମୁଖ୍ୟମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀ ମନା କରିବା ସହ ଅଜଣା ବୋଲି କହିଲେ । ସକାଳର ନିଷ୍ପତ୍ତି ରାତିରେ ବଦଳି ଯାଉଛି । ଏ ସରକାରର ନିଜସ୍ଵ ବ୍ୟବସ୍ଥା ନାହିଁ ।"



ଯିଏ ଯେମିତି ସିଏ ଅନ୍ୟଙ୍କୁ ଭାବୁଛନ୍ତି ସେମିତି :-
ବିଜେପିର ଯୁବ ବିଧାୟକ ମାନସ କୁମାର ଦତ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ସହ ସେ ବିଜେଡିକୁ ଜୋରଦାର ଟାର୍ଗେଟ କହିଛନ୍ତି । ମାନସ କହିଛନ୍ତି, "ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଅଭିଜ୍ଞ ନେତା । ଯିଏ ଯେମିତି ସେ ଅନ୍ୟ ମାନଙ୍କୁ ମଧ୍ୟ ସେମିତି ଭାବି ନିଅନ୍ତି । ତାଙ୍କ ଦଳକୁ 4 ଜଣ ଚଳାଉଥିଲେ । ଆଉ କେଉଁ ତାମିଲ ଅଫିସର ଚଳାଉଥିଲେ, ତାହା ଭଲ ଭାବେ ଜାଣିଛନ୍ତି । ତେଣୁ ସେ ଭାବୁଛନ୍ତି ବିଜେଡି ଯେମିତି ଚାଲୁଥିଲା ବିଜେପି ବି ସେମିତି ଚାଲୁଛି । ତାଙ୍କର ଭାବନା ଭୁଲ । ସେ ଜାଣିପାରୁ ନାହାନ୍ତି, ଏବେବି ମଦମସ୍ତ ଅଛନ୍ତି । ଆଉ ବିଜୁ ଜନତା ଦଳ ସରକାର ନାହିଁ । ସାଢେ 4 କୋଟି ଲୋକଙ୍କ ସରକାର ଅଛି । ଜଗନ୍ନାଥଙ୍କ ଆସ୍ଥାରେ ସାଧାରଣ ଲୋକଙ୍କ ସରକାର ହୋଇଛି । ଲୋକଙ୍କ ସରକାର, ଲୋକଙ୍କ ପାଇଁ ସମର୍ପିତ ସରକାର । ଲୋକଙ୍କ ଜନାଦେଶରେ ଏ ସରକାର ଚାଲିଛି ।"

ABOUT THE AUTHOR

...view details