ଓଡିଶା

odisha

ETV Bharat / state

କଟକ ଗଣଦୁଷ୍କର୍ମ ଘଟଣା: DCPଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍

ବିଜେଡି-ବିଜେପି ମୁହାଁମୁହିଁ । କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଡିସିପିଙ୍କୁ ଭେଟିଲା ବିଜେଡି ।ମହିଳାଙ୍କ ସୁରକ୍ଷାକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ଦଳ । ବିଜେପି କହିଲା 'ବିଜେଡି ଅଯଥା ରାଜନୀତି କରୁଛି '।

COLLEGE STUDENT GANG RAPED
COLLEGE STUDENT GANG RAPED (ETV Bharat Odisha)

By ETV Bharat Odisha Team

Published : Nov 10, 2024, 7:59 PM IST

କଟକ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । କଟକ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ । କମିଟି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ସମସ୍ତ ସଦସ୍ୟ ଡିସିପିଙ୍କୁ ଭେଟି ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପୀଡ଼ିତାଙ୍କ ଏତଲା ନରଖି ବିଭିନ୍ନ ଥାନା ବୁଲାଇବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି । ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ଦଳ ।ଏହାବ୍ୟତୀତ ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ସେପଟେ ପୋଲିସ ଡିଜିଙ୍କୁ ଭେଟିଲେ ବାରବାଟୀ ବିଧାୟିକ ସୋଫିଆ ଫିର୍ଦ୍ଦୋଷ ।

ବିଜେପି-ବିଜେଡି ମୁହାଁମୁହିଁ:

COLLEGE STUDENT GANG RAPED (ETV Bharat Odisha)

ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ତରଫରୁ ପୁରୀଘାଟ ଥାନା ଅଞ୍ଚଳରେ ଥିବା ସମ୍ପୃକ୍ତ କାଫେକୁ ପରିଦର୍ଶନ କରାଯାଇଛି ।ବେଆଇନ ଭାବେ ହୁକା ବାର୍ ଚାଲିଥିବା ନେଇ ଅଭିଯୋଗ କରିଛି ଟିମ୍ ।ଏହାବ୍ୟତୀତ ଯେଉଁ କ୍ୟାଫେରେ ଏହି ଘଟଣା ଘଟିଛି, ତାହା ଏକ ବିଜେପି କର୍ମକର୍ତ୍ତାଙ୍କ ଘର ବୋଲି ଦାବି କରିଛି ବିଜେଡି । ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି,"ଯେଉଁଠି ଘଟଣା ଘଟିଛି ତାହା 26 ନମ୍ବର ୱାର୍ଡ଼ । ବିଜେପି କର୍ପୋରେଟର ଗଗନ ଓଝା ଓ ବିଜେପି ବିଧାୟକ ପାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପୁରୁଣା ପାର୍ଟି ଅଫିସ ନିକଟରେ ଏହି ସଙ୍ଗୀନ ଘଟଣା ଘଟିଛି । ଯାହା ପାଇଁ ସରକାର ହିଁ ଦାୟୀ । ଯଦି ଦେଖିବା ବିଜେପି ସରକାର ଆସିବା ପରେ ନାରୀ ମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ତେଣୁ ଏହାକୁ ବିଜେଡି କେବେବି ବରଦାସ୍ତ କରିବନି । ଶୀଘ୍ର ପୀଡିତାଙ୍କୁ ନ୍ୟାୟ ଦିଆଯାଉ ।"

'ବିଜେଡି ଅଯଥା ରାଜନୀତି କରୁଛି':

ଅନ୍ୟପଟେ 26 ନମ୍ବର ୱାର୍ଡ଼ କର୍ପୋରେଟର ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଗଗନ ଓଝା କହିଛନ୍ତି," ଗଣଦୁଷ୍କର୍ମ ଘଟଣାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଯେଉଁ ତଥ୍ୟ ଉପସ୍ଥାପନ କରୁଛି ତାହା ସମ୍ପୂର୍ଣ୍ଣ ରୂପେ ଅମୂଳକ । ଯେଉଁଠି ଏହି ଘଟଣା ଘଟିଛି ତାହା ବିଜେଡି କର୍ପୋରେଟରଙ୍କ ଅଞ୍ଚଳ । ବିଜେଡି ସରକାର ସମୟରେ ଅପରାଧର ଚରାଭୂଇଁ ପାଲଟିଥିଲା ଓଡିଶା । କିନ୍ତୁ ମୋହନ ସରକାର ଆସିବା ପରେ ଅପରାଧିକ ଦିଗ ଉପରେ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଘଟଣାରେ ବିଜେଡି ଅଯଥା ରାଜନୀତି କରୁଛି । ଯାହାର ମୂଲ୍ୟ କିଛି ନାହିଁ । ଏହି ସମ୍ବେଦନଶୀଳ ଘଟଣାରେ କିପରି ପୀଡିତା ଶୀଘ୍ର ନ୍ୟାୟ ପାଇବ, ସେ ଦିଗରେ ବିଜେପି ସରକାର ତତ୍ପର ରହିଛି ।"

ଏହା ମଧ୍ୟ ପଢନ୍ତୁ ...କଟକ ଗଣଦୁଷ୍କର୍ମ ମାମଲା: କେମିତି ଫସିଲେ ଯୁବତୀ ? ଆସିଲା ସାଙ୍ଘାତିକ ତଥ୍ୟ

ଏହା ମଧ୍ୟ ପଢନ୍ତୁ ...କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ଏହା ମଧ୍ୟ ପଢନ୍ତୁ ...ଗେମିଂ ଆପରୁ ପ୍ରେମ, ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ, ବିହାର ଯୁବକ ଗିରଫ

ଏମିତି କହିଲେ କଟକ ଡିସିପି:

ଡିସିପି ଜଗମୋହନ ମୀନା କହିଛନ୍ତି,"ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ । ପ୍ରଥମେ ଜବତ ହୋଇଥିବା ମୋବାଇଲକୁ ଯାଞ୍ଚ ପାଇଁ ପଠାଯାଇଛି । ଏହାସହ ଯେଉଁ 6 ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା ସମସ୍ତଙ୍କୁ ଗିରଫ କରାଯାଇଛି । ପରିବାର ଯେଉଁ ଅଭିଯୋଗ ଆଣିଛନ୍ତି କି ,ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ରହିଛି । ସେହିଦିଗରେ ମଧ୍ୟ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି । ପୀଡିତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ପୋଲିସ । ଆର୍ଥିକ ସହାୟତା ପାଇଁ ତହସିଲଦାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।"

ପୋଲିସ ଡିଜିଙ୍କୁ ଭେଟିଲେ ସୋଫିଆ:

କଟକ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ପୋଲିସ ଡିଜିଙ୍କୁ ଗତକାଲି(ଶନିବାର) କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଷ ଭେଟିିଛନ୍ତି । ଡିଜିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋଫିଆ କହିଛନ୍ତି, "ଦଶହରା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା । ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ନେଇ ପ୍ରଥମେ ପୁରୀଘାଟ ଥାନା ପରେ ସଦର ବାରଙ୍ଗ ଥାନା ମଧ୍ୟ ଯାଇଥିଲେ । ହେଲେ ପୋଲିସ ସେମାନଙ୍କର ଅଭିଯୋଗକୁ ଗ୍ରହଣ କରିଲାନାହିଁ । ମହିଳାଙ୍କୁ ସୁରକ୍ଷା ଦେବା ପୋଲିସର ପ୍ରଥମ ଦାୟିତ୍ୱ କିନ୍ତୁ କେଉଁ ପରିପେକ୍ଷୀରେ ପୀଡ଼ିତାଙ୍କ ଅଭିଯୋଗ ରଖାଗଲାନାହିଁ,ଏହାର ତଦନ୍ତ ହେବା ଆବଶ୍ୟକ । ଯଦି ସତରେ ପୋଲିସ ଅଭିଯୋଗ ଗ୍ରହଣ କାରିନାହିଁ ।ତେବେ ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ସୋଫିଆ । ଏହାସହ ପୀଡିତା ପରିବାରର ସୁରକ୍ଷା ଏବଂ ତାଙ୍କ ପରିଚୟ ଗୋପନ ରଖିବାକୁ ମଧ୍ୟ ପୋଲିସ ଡିଜିଙ୍କ ପାଖରେ ଆମେ ଦାବି କରିଛୁ ।" ଆବଶ୍ୟକ ପଡିଲେ ଉଭୟ ଥାନା ଘେରାଉ କରିବାକୁ ମଧ୍ୟ ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details