ଓଡିଶା

odisha

ETV Bharat / state

ଆଶ୍ଚର୍ଯ୍ୟ କଥା; ରାଜ୍ୟ ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ବିଜେଡିର ସମର୍ଥନରେ ନାହିଁ ସମସ୍ୟା: ଦାମୋଦର

BJD Extends Support To Ashwini Vaishnaw: ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ଯେ, ବିଜେଡି ସମର୍ଥନରେ ଦ୍ବିତୀୟ ଥର ଲାଗି ରାଜ୍ୟସଭା ଯିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତଥର ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ଯାଇଥିଲେ । ଦ୍ଵନ୍ଦ ଭିତରେ ସେ ପ୍ରାର୍ଥୀ ହୋଇଥିଲେ କିନ୍ତୁ ବିଜେପିରେ ମିଶିଥିଲେ । ଏଥର ମଧ୍ୟ ସେହିପରି ଭାବେ ବିଜେଡି ଦୁଇଟି ପ୍ରାର୍ଥୀ ଦେଇଥିଲା । ଅଧିକ ପଢନ୍ତୁ

ଆଶ୍ଚର୍ଯ୍ୟ କଥା; ରାଜ୍ୟ ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ବିଜେଡିର ସମର୍ଥନରେ ନାହିଁ ସମସ୍ୟା : ଦାମୋଦର
ଆଶ୍ଚର୍ଯ୍ୟ କଥା; ରାଜ୍ୟ ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ବିଜେଡିର ସମର୍ଥନରେ ନାହିଁ ସମସ୍ୟା : ଦାମୋଦର

By ETV Bharat Odisha Team

Published : Feb 15, 2024, 10:43 PM IST

ଆଶ୍ଚର୍ଯ୍ୟ କଥା; ରାଜ୍ୟ ସ୍ବାର୍ଥ ପାଇଁ ଅଶ୍ବିନୀଙ୍କୁ ବିଜେଡିର ସମର୍ଥନରେ ନାହିଁ ସମସ୍ୟା : ଦାମୋଦର

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଲାଗି ଓଡ଼ିଶାର 3 ଜଣ ପ୍ରାର୍ଥୀ ନାମାଙ୍କନ ଭରିସାରିଛନ୍ତି । ବିଜେଡିରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ କରିଛନ୍ତି । ସେହିପରି ଆଶ୍ଚର୍ଯ୍ୟଜନକ ଭାବେ ଦ୍ଵିତୀୟ ଥର ଲାଗି ଓଡିଶାରୁ ରାଜ୍ୟସଭା ପାଇଁ ନାମାଙ୍କନ କରିଛନ୍ତି ଅଶ୍ବିନୀ ବୈଷ୍ଣବ । ବିଜେପି ପାଖରେ ସଂଖ୍ୟା ନଥିବାରୁ ସମର୍ଥନ ଯୋଗାଇଛି ବିଜେଡି । ଏହାକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ଅଶ୍ବିନୀ ବୈଷ୍ଣବକୁ ବିଜେଡିର ସମର୍ଥନରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ କହିଛନ୍ତି ।

ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି ଯେ, ବିଜେଡି ସମର୍ଥନରେ ଦ୍ବିତୀୟ ଥର ଲାଗି ରାଜ୍ୟସଭା ଯିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତଥର ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ଯାଇଥିଲେ । ଦ୍ଵନ୍ଦ୍ବ ଭିତରେ ସେ ପ୍ରାର୍ଥୀ ହୋଇଥିଲେ କିନ୍ତୁ ବିଜେପିରେ ମିଶିଥିଲେ । ଏଥର ମଧ୍ୟ ସେହିପରି ଭାବେ ବିଜେଡି ଦୁଇଟି ପ୍ରାର୍ଥୀ ଦେଇଥିଲା । ଗୋଟେ ବାକି ଥିଲା । ଅଶ୍ବିନୀ ବୈଷ୍ଣବକୁ ଦିଆଯାଇଛି । ଆଶା କରାଯାଉଛି ଗତ ଥର ଯେଉଁ ପ୍ରକ୍ରିୟା ହୋଇଥିଲା, ଏଥର ମଧ୍ୟ ସେମିତି ହେବ ।

ଅଧିକ ପଢନ୍ତୁ- ବିଜେଡିକୁ ଭଲ ପାଇ ରହିବା ମୋ କାମ, ମୁଖ୍ୟମନ୍ତ୍ରୀଙ୍କର ମୋ ପ୍ରତି ରହିଛି ସହାନୁଭୂତି: ଦାମୋଦର

ଅଶ୍ବିନୀଙ୍କୁ ସମର୍ଥନ ନେଇ ବିଜେପି ଓ ବିଜେଡିଲୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ଦାମ କହିଛନ୍ତି ଯେ, ରାଜନୀତିରେ କିଏ କଣ ମତ ଦିଏ ସେଇଟା ବଡ଼ କଥା ନୁହେଁ । ଗତ ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇଥିଲା । ସେ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । ସଂଖ୍ୟା ଦେଖିଲେ ବିଜେଡି 3ଟି ଆସନ ଜିତିବା କଥା । ଦୁଇ ଜଣ ପ୍ରାର୍ଥୀ ଦେଇସାରିଛନ୍ତି । ଅଶ୍ବିନୀ ବୈଷ୍ଣବକୁ ସମର୍ଥନ ଦେଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପ୍ରତିବାଦକୁ ଶୁଣୁଛି କିଏ ? କଂଗ୍ରେସର ନିଜ ଘର ଠିକ ନାହିଁ । ସେ ପରକୁ କଣ କହିବେ । ଓଡ଼ିଆରେ କଥା ଅଛି, ବୁଦ୍ଧି ନଦିଶଇ ନିଜକୁ କହି ଦେଉଥାଇ ପରକୁ । ଓଡ଼ିଶାରେ କଂଗ୍ରେସର ସ୍ଥିତି ଯାହା ସେମାନେ କହିବା ନକହିବା ସହ ସମାନ । ନିଜ ସ୍ଥିତି କଂଗ୍ରେସ ନିଜେ ରୋକି ପାରିନାହିଁ । ତେଣୁ ଏଠାରେ ଅପ୍ରତିନ୍ଦ୍ବଦ୍ବୀ ନେତା ହେଉଛନ୍ତି ନବୀନ । ତେଣୁ ସେମାନେ ଆକ୍ଷେପ କଲେ ନବୀନ ପଟ୍ଟନାୟକଙ୍କର କିଛି ହେବନାହିଁ । ବିଜେଡି-ବିଜେପି ମଧ୍ୟରେ ଭିତିରି ବୁଝାମଣା ଏଥର ନୁହେଁ ଗତଥର ବି ହୋଇଥିଲା । ଯଦି ଅଶ୍ବିନୀ ରାଜ୍ୟ ସ୍ବାର୍ଥ ପାଇଁ କାର୍ଯ୍ୟ କରନ୍ତି, ତେବେ ବିଜେଡି ତାଙ୍କୁ ସମର୍ଥନ ଦେବାରେ ସମସ୍ୟା ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details