ଓଡିଶା

odisha

ETV Bharat / state

ଧର୍ମେନ୍ଦ୍ରଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି IFS ବିନୟ ପ୍ରଧାନ; ECIଙ୍କ ନିକଟରେ ବିଜେଡି ଫେରାଦ - BJD ON IFS BINAYA - BJD ON IFS BINAYA

BJD Complains to EC Against IFS Binaya: ଧର୍ମେନ୍ଦ୍ରଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି IFS ବିନୟ ପ୍ରଧାନ । ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲା ବିଜେଡି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 27, 2024, 3:30 PM IST

Updated : Apr 27, 2024, 9:03 PM IST

BJD Complains to EC Against IFS Binaya

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି ଆଇଏଫଏସ ବିନୟ ପ୍ରଧାନ । ଆମେରିକାରେ ଭାରତର କନସଲ ଜେନରାଲ ଭାବେ ଅବସ୍ଥାପିତ ବିନୟ ଧର୍ମେନ୍ଦ୍ରଙ୍କ ପ୍ରଚାରର ପରିଚାଳନା କରୁଛନ୍ତି । ମାସେ ଛୁଟିରେ ଆସି ସେ ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ପ୍ରସାର ଦାୟିତ୍ଵ ତୁଲାଉଛନ୍ତି । ଏନେଇ ମେଲ ଯୋଗେ ଜାତୀୟ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । କାର୍ଯ୍ୟରତ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେବା ସହ ବିନୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ରାଜ୍ୟସଭା ସାଂସଦ ତଥା ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଗତ 24 ତାରିଖରେ ଇମେଲ ଜରିଆରେ ଅଭିଯୋଗ କରିଥିଲୁ । ଭାରତୀୟ ଜନତା ପାର୍ଟିର ସମ୍ବଲପୁର ସଂସଦୀୟ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି ବରିଷ୍ଠ ଭାରତୀୟ ବୈଦେଶିକ ସେବା ଅଧିକାରୀ । ଏହି ବରିଷ୍ଠ ଆଇଏଫଏସ ଅଧିକାରୀ ଜଣଙ୍କ ହେଉଛନ୍ତି ବିନୟ ପ୍ରଧାନ । 2014ରୁ 2019 ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ ବିନୟ ପ୍ରଧାନ ତାଙ୍କର ଓଏସଡି ଥିଲେ । ଧର୍ମେନ୍ଦ୍ରଙ୍କ ସହ ବିନୟଙ୍କର ନିବିଡ ସମ୍ପର୍କ ରହିଛି । ବିନୟ ପ୍ରଧାନ ବର୍ତ୍ତମାନ ଆମେରିକାରେ ଭାରତର କନସଲ ଜେନରାଲ ଭାବେ କାର୍ଯ୍ୟରତ ରହିଛନ୍ତି । ସେ ମାସେ ଛୁଟି ନେଇ ଆସିଛନ୍ତି । ଏହି ସମୟରେ ସେ ସମ୍ବଲପୁରରେ ଚାଲିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାରକୁ ପରିଚାଳନା କରୁଛନ୍ତି । ''

ଏହା ମଧ୍ୟ ପଢନ୍ତୁ-ଡବଲ ଶଙ୍ଖ ଭାରି ଦୁଃଖ, ଡବଲ ଫୁଲ ଭାରି ଭଲ: ଧର୍ମେନ୍ଦ୍ର ପ୍ରଧାନ - Dharmendra Election Campaign


ସସ୍ମିତ ଆହୁରି ମଧ୍ୟ କହିଛନ୍ତି ଯେ, ଏ ବିଷୟରେ ଜାତୀୟ ନିର୍ବାଚନ ଆୟୋଗଙ୍କୁ 24 ଏପ୍ରିଲରେ ଇମେଲରେ ଅଭିଯୋଗ କରିଥିଲୁ । ଆମେ ସ୍ପଷ୍ଟ ଭାବେ କହିଥିଲୁ ବିନୟ ପ୍ରଧାନ ନିଜର ସରକାରୀ ଓ ବ୍ୟକ୍ତିଗତ କଣ୍ଟାକ୍ଟ ବା ଯୋଗାଯୋଗକୁ ବ୍ୟବହାର କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାରକୁ ସାହାଯ୍ୟ କରିବା ପାଇଁ ସେ ଏହା କରୁଛନ୍ତି । ମାସେ ଛୁଟି ନେଇ ଆସି ସେ ସମ୍ବଲପୁର ଅଞ୍ଚଳରେ ବୁଲୁଛନ୍ତି । ଆମର ପ୍ରଥମ ଦାବି ହେଉଛି ଆଇଏଫଏସ ବିନୟ ପ୍ରଧାନଙ୍କ ବିରୋଧରେ ତଦନ୍ତ କରାଯାଉ । କେଉଁ କାରଣରୁ ସେ ଛୁଟି ନେଇ ସେ ସମ୍ବଲପୁର ଅଞ୍ଚଳରେ ବୁଲୁଛନ୍ତି । ଦ୍ଵିତୀୟ ଦାବି ହେଉଛି ତାଙ୍କର କଲ ରେକର୍ଡର ଯାଞ୍ଚ କରାଯାଉ । ବିନୟ ପ୍ରଧାନଙ୍କ ଜିପିଏସ ଟ୍ରାକିଂ ଦ୍ୱାରା ଜଣାପଡିଯିବ ସେ କେଉଁ କେଉଁ ଅଞ୍ଚଳରେ ବୁଲୁଛନ୍ତି । ସିଡିଆର ରେକର୍ଡରୁ ଜଣାପଡିଯିବ ସେ କାହାକାହା ସହ ଚର୍ଚ୍ଚା ଆଲୋଚନା କରୁଛନ୍ତି ।

ସସ୍ମିତ କହିଛନ୍ତି, ''ଯଦି ପ୍ରମାଣ ସ୍ପଷ୍ଟ ହୁଏ, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ । ଅଭିଯୋଗର ତଦନ୍ତ ପ୍ରକ୍ରିୟା ଚାଲିବ । କିନ୍ତୁ ଯେ ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ଚାଲିବ, ନିର୍ବାଚନ ଆୟୋଗ ବିନୟଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ସେ ତାଙ୍କର କାର୍ଯ୍ୟ ସ୍ଥାନ ଆମେରିକା ଫେରିଯାଆନ୍ତୁ । ତୁରନ୍ତ ଡ୍ୟୁଟି ପାଇଁ ରିପୋର୍ଟ କରନ୍ତୁ । ଯଦି ସେ ଏମିତି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିର୍ବାଚନ ପରିଚାଳନା କରନ୍ତି, ତେବେ ଏକ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ସମ୍ବଲପୁରରେ ହୋଇପାରିବ ନାହିଁ । ଗତକାଲି 26 ଏପ୍ରିଲରେ ମଧ୍ୟ ଫଲୋ ଅପ ମେଲ ଓ ଚିଠି ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଦେଇଥିଲୁ । ଏହାର ନକଲ ଓ ଫଟୋ ମଧ୍ୟ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରିଛୁ । ଆମେ ଆଶା କରୁଛୁ ବିନୟ ପ୍ରଧାନଙ୍କ ଉପରେ ତଦନ୍ତ କରାଯାଉ । ବିଜେଡିର ଅଭିଯୋଗ ନେଇ ଆଇଏଫଏସ ବିନୟ ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ''

ଇଟିଭି ଭାରତ, ଭୁବନେଶ୍ୱର

Last Updated : Apr 27, 2024, 9:03 PM IST

ABOUT THE AUTHOR

...view details