CONGRESS CANDIDATES FILE NOMINATION ମାଲକାନଗିରି:ନମାଙ୍କନ ଭରିଲେ ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନର ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ମାଲକାନଗିରି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ମାନସ ମାଡକାମୀ ନିଜର ହଜାର ହଜାର ମର୍ଥକମାନଙ୍କ ସହ ବୁଧବାର ଏକ ବିରାଟ ପଟୁଆରରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ନିଜର ସମର୍ଥକମାନଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ ।
ଏହି ଦୁଇ ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମାଲା ମାଢି ଏବଂ ମଙ୍ଗୁ ଖିଲ ସ୍ଥାନୀୟ ରାମ ମନ୍ଦିରରୁ ନିଜର ହଜାର ହଜାର କର୍ମୀ ଓ ସମର୍ଥକମାନଙ୍କ ସହ ବିରାଟ ରାଲିରେ ବାହାରି ନାମାଙ୍କନ ପତ୍ର ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିଲେ। ଚଳିତ ନିର୍ବାଚନରେ ଦୁଇ ଦଳର ପ୍ରାର୍ଥୀ ମାଲକାନଗିରି ଓ ଚିତ୍ରକୋଣ୍ଡା ଆସନକୁ ହାତେଇବେ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ନାମାଙ୍କନ ପତ୍ର ଭରିଲେ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ - Malkangiri Assembly Constituency
ଗତ ୨୨ ତାରିଖରେ ମାଲକାନଗିରି ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସ୍ଥାନୀୟ ରାମ ମନ୍ଦିରରେ ପୂଜାର୍ଚ୍ଚନା କରି ନରସିଂହ ନିଜର ସମର୍ଥକମାନଙ୍କ ସହ ପଦଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆତଶବାଜୀରେ ପ୍ରକମ୍ପିତ ହୋଇ ଉଠୁଥିଲା ସହର ।ଶହ ଶହ ସମର୍ଥକଙ୍କ ସହ ନରସିଂହ ଲୋକଙ୍କ ନିକଟରେ ପହଞ୍ଚି ବିଜୟର ଆଶିର୍ବାଦ ଭିକ୍ଷା କରିଥିଲେ । ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ଚିତ୍ରକୁଣ୍ଡା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଡମ୍ବୁରୁ ସିସା ନାମାଙ୍କନ ପତ୍ର ଦାଖଲ କରିବେ ।
ଏହା ମଧ୍ୟ ପଢନ୍ତୁ-ଦେବଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ: ପ୍ରଣବ ପ୍ରକାଶ - Lok Sabha Election 2024
ନିର୍ବାଚନ ତାରିଖ ପାଖଉଥିବା ବେଳେ ମାଲକାନଗିରିରେ ଜୋରଦାର ପ୍ରଚାର କରୁଛନ୍ତି ତିନି ଦଳର ପ୍ରାର୍ଥୀ । ତିନି ପ୍ରମୁଖ ଦଳର ପ୍ରଚାର କାର୍ଯ୍ୟ ଜୋରଦାର ଚାଲଥିବା ବେଳେ ଲୋକେ ଏଥର କାହାକୁ ନିଜର ବିଧାୟକ ଭାବରେ ବାଛିବେ ତାହା ଫଳାଫଳ ଆସିବା ପରେ ଜଣାପଡିବ । 2019 ବିଧାନସଭା ନିର୍ବାଚନରେ ବିଜେପିର ଆଦିତ୍ୟ ମାଢି 70 ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ବିଜୟୀ ହୋଇଥିଲେ । ଚିତ୍ରକୋଣ୍ଡା ବିଧାନସଭା ଆସନରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ବାକା 41 ହଜାର 192 ଭୋଟ ପାଇ ବିଜୟୀ ହୋଇଥିଲେ ।
ଇଟିଭି ଭାରତ, ମାଲକାନଗିରି