ଭୁବନେଶ୍ବର:ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ମାମଲା । ଜଣେ ବିଜେଡି ବିଧାୟକଙ୍କ ହାତ ଥିବା ଅଭିଯୋଗ ଆଣିଛି ଯୁବ କଂଗ୍ରେସ । ଏନେଇ ତଥ୍ୟ ପ୍ରମାଣ ଆଧାରରେ ଡିସିପିଙ୍କୁ ଭେଟିଛି ଯୁବ କଂଗ୍ରେସ । ବିଧାୟକଙ୍କ ଭାଇରାଲ ଅଡିଓ କ୍ଲିପକୁ ଡିସିପି ଅଫିସରେ ଦାଖଲ କରି ଯୁବ କଂଗ୍ରେସ ତଦନ୍ତ ଦାବି କରିଛି ।
ଏନେଇ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ର କହିଛନ୍ତି, ୭ ଦିନ ତଳେ ଯୁବ କଂଗ୍ରେସ ପକ୍ଷରୁ ଭାଇରାଲ ଅଡିଓକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ରୁଚିକା ମୃତ୍ୟୁ ମାମଲାର ତଦନ୍ତ କଣ ହୋଇଛି ଏପର୍ଯ୍ୟନ୍ତ କିଛି ଜଣାପଡିନି । ଏହି ଅଡିଓରେ ଜଣାପଡୁଛି ଯେ ଏଥିରେ ଭୁବନେଶ୍ବରର ଜଣେ ସ୍ଥାନୀୟ ବିଧାୟକ ସମ୍ପୃକ୍ତ ଅଛନ୍ତି । ଏନେଇ ଆମେ ଡିସିପିଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲୁ । ହେଲେ ୭ ଦିନ ଭିତରେ କୌଣସି ସୁଫଳ ପାଇଲୁନି ଏନେଇ ଆଉଥରେ ଡିସିପିଙ୍କ ପାଖକୁ ଆସିଥିଲୁ ତଦନ୍ତ ଦାବି ନେଇ । ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ରୁଚିକା ମୃତ୍ୟୁ ଘଟଣାରୁ ୧ ବର୍ଷ, ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରତିବାଦ