ଓଡିଶା

odisha

By ETV Bharat Odisha Team

Published : Mar 23, 2024, 6:11 PM IST

ETV Bharat / state

ବିଜେବି କଲେଜରେ ଉତ୍ତେଜନା, କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଛାତ୍ରଙ୍କ ନାରାବାଜି - BJB College Students Protest

BJB College Students Protest: ବିଜେବି କଲେଜରେ ଉତ୍ତେଜନା । କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ ଏକାଠି ହୋଇଛନ୍ତି କିଛି ଛାତ୍ର । କଲେଜର ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରୁନଥିବା ଅଭିଯୋଗ ଆଣି ନାରାବଜି କରିଛନ୍ତି ଛାତ୍ର । ଅଧିକ ପଢ଼ନ୍ତୁ

ବିଜେବି କଲେଜରେ ଉତ୍ତେଜନା
ବିଜେବି କଲେଜରେ ଉତ୍ତେଜନା

ବିଜେବି କଲେଜରେ ଉତ୍ତେଜନା

ଭୁବନେଶ୍ବର: ରାଜଧାନୀର ବିଜେବି କଲେଜରେ ଉତ୍ତେଜନା । କଲେଜ ଅଧ୍ୟକ୍ଷାଙ୍କ ନାଁରେ ଅଭିଯୋଗ ଆଣି ବିକ୍ଷୋଭ ସାଙ୍ଗକୁ ନାରାବାଜି କରିଛନ୍ତି କିଛି ଛାତ୍ର । କଲେଜର ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରାଯାଉନଥିବା ଅଭିଯୋଗ କରିଛନ୍ତି ଛାତ୍ର । ଏନେଇ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିବାରୁ ସେମାନଙ୍କୁ ଏକ୍ସପେଲ୍ କରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିବା ସହ ଅଧ୍ୟକ୍ଷାଙ୍କ ବିରୋଧରେ ଧାରଣା ଦେଇ କିରୋସିନି ଢ଼ାଳି ଆତ୍ମହୁତି ଉଦ୍ୟମ କରିଛନ୍ତି ଛାତ୍ର । ସେପଟେ ଛାତ୍ରଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ ଅଧ୍ୟକ୍ଷା ଇତିଶ୍ରୀ ପାଢ଼ୀ ।

ବିଜେବି କଲେଜରେ ଉତ୍ତେଜନା । କଲେଜ ଅଧ୍ୟକ୍ଷାଙ୍କୁ ବିରୋଧ କରି କଲେଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସାଙ୍ଗକୁ ନାରାବାଜି କରିଛନ୍ତି କିଛି ଛାତ୍ର। ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ, କଲେଜ ଅଧ୍ୟକ୍ଷା କଲେଜର ବିଭିନ୍ନ ପ୍ରକାର ସମସ୍ୟା ଯେପରି କି ପାନୀୟ ଜଳ, ଅଗ୍ନି ନିର୍ବପକ, ଫ୍ୟାନ, ଶୌଚାଳୟ ପରିଷ୍କାର ପରିଚ୍ଛନର ବ୍ୟବସ୍ଥା କରୁନାହାନ୍ତି । ଏହାସହ ଛାତ୍ରଛାତ୍ରୀଙ୍କ ଠାରୁ ଖାଲି କାଗଜରେ ଦସ୍ତଖତ ନେଉଥିବା ସହ କଲେଜର ଅନେକ ସମସ୍ୟାର ସମାଧାନ କରୁନଥିବା ବେଳେ ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟା ଶୁଣୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ଯଦି କେହି ଛାତ୍ରଛାତ୍ରୀ ନିଜର ସମସ୍ୟା ନେଇ ଅଧ୍ୟକ୍ଷଙ୍କ ପାଖକୁ ଯାଉଛନ୍ତି ତେବେ ଅଧ୍ୟକ୍ଷା ଛାତ୍ରଛାତ୍ରୀଙ୍କୁ ଏକ୍ସପେଲ୍ କରିଦେବା ନେଇ ଧମକ ଦେଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଛାତ୍ର । ସେହିପରି ନୂଆ-ଓରେ ସ୍କଲାରସିପ୍‌ ଦିଆ ଯାଉନଥିବ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କରୁଥିବା ଛାତ୍ର ।

ଏହା ମଧ୍ୟ ପଢ଼ନ୍ତୁ..କାର୍ଯ୍ୟରେ ଅନିୟମିତତା ପ୍ରତିବାଦରେ ନିମାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ତେବେ ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି କଲେଜରେ ଅନେକ ସମସ୍ୟାକୁ ନେଇ ଅଧ୍ୟକ୍ଷାଙ୍କ ନିକଟରେ ଛାତ୍ରଛାତ୍ରୀମାନେ ଅଭିଯୋଗ କରି ଆସୁଛନ୍ତି । ହେଲେ କୌଣସି ସମସ୍ୟାର ସମାଧାନ ହେଉନାହିଁ । ଏପଟେ ଅଧ୍ୟକ୍ଷାଙ୍କୁ ଦେଖା କରିବାକୁ ହେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି ଦିନ ଦିନ ଧରି ସାକ୍ଷାତ ଦେଉନାହାନ୍ତି ଅଧ୍ୟକ୍ଷା ଇତିଶ୍ରୀ ପାଢ଼ୀ । ପିଲାମାନେ ଏହା ମଧ୍ୟ କହିଛନ୍ତି ଯେ, ଖାଲି କାଗଜରେ ପିଲାମାନଙ୍କ ଠାରୁ ଦସ୍ତଖତ ନିଆଯାଉଛି । ଯଦି ଏ ବାବଦରେ କେହି ମୁହିଁ ଖୋଲନ୍ତି ତେବେ ସେମାନଙ୍କୁ ବିଭିନ୍ନ ପ୍ରକାରର ଧମକ ଦିଆଯାଉଛି । ଏପରିକି ଏକ୍ସଫେଲ କରିବାକୁ ମଧ୍ୟ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ର । ସେପଟେ ଏନେଇ ବିଜେବି କଲେଜ ଅଧ୍ୟକ୍ଷା ଇତିଶ୍ରୀ ପାଢ଼ୀ କହିଛନ୍ତି, "ଏହି ସମସ୍ତ ଅଭିଯୋଗ ମିଥ୍ୟା । ଛାତ୍ରଛାତ୍ରୀଙ୍କର ସମସ୍ତ ଅଭିଯୋଗ ଶୁଣାଯାଇ ସମସ୍ୟାର ସମାଧାନ କରାଯାଉଛି । କିଛି ମୁଷ୍ଟିମେୟ ଛାତ୍ର ପିଲାମାନଙ୍କୁ ଉସ୍କାଇ ଏଭଳି ଆନ୍ଦୋଳନ କରି ବିଭ୍ରାନ୍ତିକର ଅଭିଯୋଗ ଆଣୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details