ଓଡିଶା

odisha

ପିପିଲିରେ ବାର୍ଡ ଫ୍ଲୁ: 2 ଦିନରେ ମରାଗଲେଣି ୧୧୦୦୦ରୁ ଅଧିକ କୁକୁଡା, ଚିକେନ ଖାଅନି କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ - PIPILI MASS CULLING OF CHICKENS

By ETV Bharat Odisha Team

Published : Aug 26, 2024, 11:10 AM IST

Updated : Aug 27, 2024, 10:39 AM IST

Bird flu scare Over 50000 chickens to be culled in from 54 farms in Odishas Pipili: ବ୍ଲାଡ ଫ୍ଲୁ ନେଇ ପିପିଲିରେ ଆତଙ୍କ । ମରା ଯାଉଛନ୍ତି ସଂକ୍ରମିତ କୁଡୁଡ଼ା । ଗତ ଦୁଇ ଦିନ ମଧ୍ୟରେ ୧୧୦୦୦ରୁ ଅଧିକ କୁକୁଡ଼ା ମରା ଯାଇଥିବା ସୂଚନା ମିଳିଛି । ପ୍ରଥମ ଦିନରେ ୫୦୦୦ କୁକୁଡ଼ା କଲିଂ କରାଯାଇଥିବା ବେଳେ, ଦ୍ବିତୀୟ ଦିନରେ ୬୦୦୦ କୁକୁଡ଼ା ମରାଯାଇଛନ୍ତି । ଆଜି ମଧ୍ୟ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ଅଧିକ ପଢନ୍ତୁ

Bird flu scare
Bird flu scare (ETV Bharat Odisha)

ପିପିଲି/ନିମାପଡା: ସାବଧାନ !ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ । ଆରମ୍ଭ ହେଲା କୁକୁଡା ମରା ଅଭିଯାନ । ପ୍ରଥମ ଦିନରେ 5 ହଜାରରୁ ଅଧିକ କୁକୁଡା ମରାଯାଇଛନ୍ତି । ସେହିପରି ଦ୍ବିତୀୟ ଦିନରେ ପାଖାପାଖି ୬୦୦୦ କୁକୁଡ଼ାଙ୍କୁ କଲିଂ କରାଯାଇଛି । ପିପିଲି ଅଞ୍ଚଳରେ ୫୪ଟି କୁକୁଡ଼ା ଫାର୍ମ ଚିହ୍ନଟ ହୋଇଛି । ଏହି ସମସ୍ତ ଫାର୍ମର 50 ହଜାରରୁ ଅଧିକ କୁକୁଡା ମରାଯିବ । କୁକୁଡ଼ା ମରାରେ ୧୩ଟି ଟିମ ନିୟୋଜିତ । ପ୍ରତି ଟିମ୍ ରେ ୫ ଜଣ ସଦସ୍ୟ । ଜଣେ ପ୍ରାଣୀ ଚିକିତ୍ସିକ, ଜଣେ LI ଲାଇଫ ଷ୍ଟକ ଇନସପେକ୍ଟର, ୩ ଜଣ ରାପିଡ ରେସ୍କୁ ଟିମ ସଦସ୍ୟ । ସବୁ କୁଡୁଡ଼ାଙ୍କୁ ମରାଯିବା ନେଇ ସୂଚନା ଦେଇଛନ୍ତି । ଏପଟେ ଉଚିତ କ୍ଷତିପୂରଣ ଦାବି କଲେ ଚାଷୀ । ତେବେ ସରକାରୀ ଭାବେ ବଡ଼ କୁକୁଡ଼ାଙ୍କ ପାଇଁ ୭୦ ଟଙ୍କା, ଛୋଟ କୁକୁଡ଼ାଙ୍କ ପାଇଁ ୨୦ ଟଙ୍କା ପ୍ରଦାନ କରାଯିବ । ସଂକ୍ରମିତ ଫାର୍ମରେ କୁକୁଡ଼ା ମାରିଛି ରାପିଡ଼ ରେସକ୍ୟୁ ଟିମ ।

ବାର୍ଡ ଫ୍ଲୁ ସଂକ୍ରମଣ ଭୟ (ETV Bharat Odisha)

ଏହା ବି ପଢନ୍ତୁ- ପିପିଲିରେ ବାର୍ଡ ଫ୍ଲୁ: କୁକୁଡା ମାରିବାକୁ ନେଇ ପ୍ରାଣୀ ଚିକିତ୍ସକ ଟିମ୍‌କୁ ବିରୋଧ, କ୍ଷତିପୂରଣ ଦାବି କଲେ ଚାଷୀ - Bird Flu Scare in Pipili

ବଢ଼ିଲା ବାର୍ଡ ଫ୍ଲୁ ଭୟ । ସଂକ୍ରମଣ ରୋକିବାକୁ ମାସ କଲିଂ ଆରମ୍ଭ । ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପିପିଲି ଆବଲପୁର ଗାଁରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ । ସଂକ୍ରମଣ ରୋକିବାକୁ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ । ଏହି ଅଞ୍ଚଳରେ ୫ ହଜାରରୁ ଅଧିକ କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ 50 ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି । କଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ପ୍ରାଣୀ ସଂପଦ ବିଭାଗ ।

ଏପଟେ କୁକୁଡ଼ା ଚାଷୀ ଚୟନକୁ ନେଇ ତେଜିଲା ଅସନ୍ତୋଷ । ବାର୍ଡଫ୍ଲୁରେ ସଂକ୍ରମିତ କୁକୁଡ଼ା ଫାର୍ମ ଚୟନକୁ ନେଇ ଚାଷୀ ଘେରିଲେ ଅଧିକାରୀଙ୍କୁ । "ପିପିଲିରେ ବାର୍ଡ ଫ୍ଲୁ ହୋଇଥିଲା ବେଳେ କେଉଁ ଆଧାରକୁ ଭିତ୍ତି କରି ଚୟନ କରାଯାଇଛି ସଂକ୍ରମିତ ଫାର୍ମ," ବୋଲି ପ୍ରଶ୍ନ ଉଠାଇଲେ ଚାଷୀ । ସେପଟେ "ଚାଷୀ ଚୟନରେ ସ୍ଵଚ୍ଛତା ଅବଲମ୍ବନ କରା ନଗଲେ ବରଦାସ୍ତ କରାଯିବ ନାହିଁ," ବୋଲି ଚାଷୀ ଦେଇଛି ଚେତାବନୀ । ବାର୍ଡ ଫ୍ଲୁକୁ ନେଇ ପିପିଲି ଆତଙ୍କିତ ଅବସ୍ଥାରେ ଥିଲା ବେଳେ ସଂକ୍ରମିତ କୁକୁଡ଼ା ଫାର୍ମ ଚୟନକୁ ନେଇ ବିଭାଗୀୟ ଅଧିକାରୀଙ୍କୁ କାଠ ଗଡାରେ ଛିଡ଼ା କରିଛି ଚାଷୀ ।

ଏହା ବି ପଢନ୍ତୁ- ଆସୁଛି ଆଉ ଏକ ମହାମାରୀ: କୋରୋନାଠୁ ଶହେଗୁଣା ମାରାତ୍ମକ, ଏହି ଭୂତାଣୁ ସାଜିପାରେ କାରଣ - PANDEMIC DISEASE X

"ପିପିଲିରେ ଦେଢ଼ ଶହ ଫାର୍ମରୁ ଅଧିକ ଫାର୍ମ ଥିଲା ବେଳେ କିଭଳି ପିପିଲି ତେଇଶୁପୁର ଅଂଚଳରେ ୫୪ଟି ଫାର୍ମକୁ ସଂକ୍ରମିତ ଘୋଷଣା କରାଗଲା ଅନ୍ୟ ଫାର୍ମକୁ ଛାଡି ବୋଲି ଚାଷୀ ଅଭିଯୋଗ ଆଣିଥିବା ଅନ୍ୟ ଫାର୍ମ ଗୁଡିକକୁ କଣ ପାଇଁ ଚିହ୍ନଟ କରାଯାଇ ନାହିଁ," ବୋଲି ଚାଷୀ ଅଭିଯୋଗ ଆଣିଛି ।

ଗତ ଜୁନ ମାସ ଠାରୁ ପିପିଲି ଜଗନ୍ନାଥପୁର ଠାରୁ,ଉତ୍ତରା, ସାତଶଙ୍ଖ, କଣ୍ଟି ଅଞ୍ଚଳରେ ୧୫୦ ରୁ ଉର୍ଦ୍ଧ୍ବ କୁକୁଡ଼ା ଫାର୍ମ ରହିଥିଲା ବେଳେ କେବଳ ୫୪ଟି ଫାର୍ମକୁ ଚିହ୍ନଟ ପରେ ପ୍ରତିକ୍ରିୟା ଶୀଳ ହୋଇଛନ୍ତି ଚାଷୀ । କେବଳ ପିପିଲି ନୁହେଁ ଡେଲାଙ୍ଗରେ ପ୍ରାୟ ଶହେ ଫାର୍ମ ଓ ସତ୍ୟବାଦୀରେ ୮୦ଟି ଫାର୍ମ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ଥିଲା ବେଳେ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଏଗୁଡ଼ିକ କଣ ପାଇଁ ବାଦ ଦିଆଯାଇଛି ବୋଲି ଚାଷୀ ଅଭିଯୋଗ ଆଣିଥିବା ବେଳେ ଚାଷୀ ଚୟନରେ ସ୍ଵଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି । ସେପଟେ "କୁକୁଡ଼ା ମାରିବା ସମୟରେ ଚାଷୀକୁ କ୍ଷତିପୂରଣ ଦେବା ସହିତ କ୍ଷତିପୂରଣ ଯୋଗାଇ ଦେବାରେ ସ୍ଵଛତା ଅବଲମ୍ବନ କରିବା ପାଇଁ ଦାବି କରିଛନ୍ତି," ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ।



ସେପଟେ ରାପିଡ଼ ରେସକ୍ୟୁ ଟିମ ଆବଲପୁର ଓ ଜନାର୍ଦ୍ଦନ ପୁରର ୩ଟି ଫାର୍ମରେ କୁକୁଡ଼ା ମାରିଥିବା ବେଳେ ଆବଲପୁର, ପୋଡଙ୍ଗ, ଜନାର୍ଦ୍ଦନ ପୁର, ରାୟଗର ପୁର, ସହଜ ପୁର, ଆଲିସ, ବାଲି ଗାଁ, ପ୍ରଭୁତି ଅଂଚଳର ପ୍ରାୟ ୫୪ଗୋଟି ଫାର୍ମ ଚିହ୍ନଟ ହୋଇଥିଲା ବେଳେ ଏଥିରୁ ୪ଟି ଫାର୍ମରେ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଛି । ଅନ୍ୟ ଚିହ୍ନଟ ଫାର୍ମରେ କୁକୁଡା ନଥିଲା ବେଳେ ସେହି ଫାର୍ମ ଗୁଡ଼ିକରେ ବିଭାଗୀୟ ଅଧିକାରୀଙ୍କ ସହିତ ସଲା ସୁତରା କରି ଅସାଧୁ ଉପାୟ ଅବଲମ୍ବନ କରାଯିବ ଏଥିରେ ସ୍ଵଚ୍ଛତା ରହିବ ନାହିଁ ବୋଲି କ୍ଷତିଗ୍ରସ୍ତ ଚାଷୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପିପିଲି, ଡେଲାଙ୍ଗ, ଓ ସତ୍ୟବାଦୀ ଅଞ୍ଚଳରେରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତି ପୂରଣ ଦେବା ପାଇଁ ରାଜ୍ୟ ସମ୍ପାଦକ କହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ସେପଟେ ଆବଲପୁର ଅଞ୍ଚଳରେ ୫୪ଟି ଫାର୍ମକୁ ସଫା କରିବା ସହିତ ଯେଉଁ ଫାର୍ମରେ କୁକୁଡ଼ା ଥିବ ତାକୁ ମରାଯିବ, ଏସବୁ କାର୍ଯ୍ୟକ୍ରମ ଚାଷୀଙ୍କ ସହିତ ଆଲୋଚନା କରି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଆଜି ପିପିଲି ମଙ୍ଗଳପୁର ଠାରେ ଚାଷୀ ଓ ବିଭାଗୀୟ ଅଧିକାରୀଙ୍କ ବୈଠକ ଚାଲିଥିବା ବେଳେ ବୈଠକରେ ନିଜ ଦାବି ଚାଷୀ ଅଧିକାରୀଙ୍କ ପାଖରେ ରଖିଥିବା ବେଳେ ପୁଣିଥରେ ଚାଷୀଙ୍କୁ ନେଇ ବୈଠକ ହେବା ନେଇ ସୂଚନା ରହିଛି ।

ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା-

"ଏବେ କିଛି ଦିନ ପାଇଁ ଚିକେନ୍ ନ ଖାଇବା ଭଲ । ବାର୍ଡ ଫ୍ଲୁ ନେଇ ଜିଲ୍ଲା ଗୁଡିକୁ ଦିଆଯାଇଛି ଆଡ଼ଭାଇଜରି । ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ବର ହେବ । ଫିଭର ସର୍ଭିଲାନ୍ସ ଆମେ ଜିଲ୍ଲା ଓ୍ବାରି କରୁଛୁ । ପିପିଲି ବାର୍ଡଫ୍ଲୁର hotspot । ତେଣୁ Rapid response team ଯାଇଛନ୍ତି । ଆଜି ପିପିଲି ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ contenment କରିଦିଆଯାଉଛି । ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର । ସବୁ ଦିନ public health unit ଦ୍ୱାରା ତଥ୍ୟ ସଂଗ୍ରହ କରାଯାଉଛି । କେବଳ ପିପିଲିରେ ବାହାରୁଛି ବୋଲି ଆମେ ସେ ଜାଗା ସହ ଅନ୍ୟ ଅଞ୍ଚଳକୁ ବି ଧ୍ୟାନରେ ରଖିଛୁ । ବାର୍ଡ ଫ୍ଲୁ କୁକୁଡ଼ାର କଂଟାକ୍ଟରେ ମଣିଷ ଆସିବା ଉଚିତ ନୁହେଁ," ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ।

Last Updated : Aug 27, 2024, 10:39 AM IST

ABOUT THE AUTHOR

...view details